Categories: ଖେଳ

ପୁଣି ରେକର୍ଡ କଲେ ଲେଡି ସେହ୍ବାଗ

ବ୍ରିଷ୍ଟଲ,୨୭।୬: ଲେଡି ସେହ୍ବାଗ ଭାବେ ଜଣାଶୁଣା ଭାରତୀୟ ଓପନର ଶେଫାଳି ବର୍ମା ରବିବାର ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ପ୍ରତ୍ୟେକ ଫର୍ମାଟରେ ପଦାର୍ପଣ କରିଛନ୍ତି। ଏଠାରେ ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ସେଫାଳି। ତେବେ ସେ ପଦାର୍ପଣ ମ୍ୟାଚ୍‌ରେ କିଛି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରି ନ ଥିଲେ।

ହରିୟାଣାର ଝିଅଙ୍କୁ ପ୍ରତ୍ୟେକ ଫର୍ମାଟରେ ପଦାର୍ପଣ ପାଇଁ ଲାଗିଛି ୧୭ ବର୍ଷ ୧୫୦ ଦିନ। ୩ ଫମାର୍ଟରେ ପଦାର୍ପଣ କରିବାରେ ସର୍ବକନିଷ୍ଠ ଖେଳାଳିଙ୍କ ତାଲିକାରେ ସେ ୫ମ ସ୍ଥାନରେ ରହିଛନ୍ତି। ଏହି ରେକର୍ଡ ଏବେ ଆଫଗାନିସ୍ତାନର ମୁଜିବ ଉର ରେହମାନଙ୍କ ନାମରେ ରହିଛି। ୧୭ ବର୍ଷ ୭୮ ଦିନରେ ମୁଜିବ ପ୍ରତ୍ୟେକ ଫର୍ମାଟରେ ପଦାର୍ପଣ କରିଥିଲେ। ତାଙ୍କ ପଛକୁ ଏହି ତାଲିକାରେ ରହିଛନ୍ତି ଇଂଲଣ୍ଡର ସାରା ଟେଲର (୧୭ ବର୍ଷ ୮୬ ଦିନ), ଅଷ୍ଟ୍ରେଲିଆର ଏଲିସେ ପେରି (୧୭ ବର୍ଷ ୧୦୪ ଦିନ) ଓ ପାକିସ୍ତାନର ମହମ୍ମଦ ଅମିର (୧୭ ବର୍ଷ ୧୦୮ ଦିନ)।

Share