ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୯ ଅକ୍ଟୋବର ୨୦୨୬ରେ ବୁଧ ଓ ଶନି ପରସ୍ପରଠାରୁ ୧୫୦ ଡିଗ୍ରୀ କୋଣରେ ଅବସ୍ଥିତ ରହିବେ। ଏହା ଫଳରେ ଷଡାଷ୍ଟକ ଯୋଗ ଗଠନ ହେବ ବୋଲି ଜ୍ୟୋତିଷୀୟ ମତ ରହିଛି। ଏହି ଯୋଗକୁ ଜ୍ୟୋତିଷରେ ଚ୍ୟାଲେଞ୍ଜିଂ ବୋଲି ବିବେଚନା କରାଯାଏ।
ଜ୍ୟୋତିଷ ଅନୁସାରେ, ଷଡାଷ୍ଟକ ଯୋଗରେ ଦୁଇଟି ଗ୍ରହ ପରସ୍ପରଠାରୁ ଷଷ୍ଠ ଓ ଅଷ୍ଟମ ଭାବରେ ରହିଥାନ୍ତି। ଷଷ୍ଠ ଭାବକୁ ରୋଗ, ଋଣ, ଶତ୍ରୁ ଏବଂ ଚାପ ସହିତ ଯୋଡ଼ି ଦେଖାଯାଏ। ସେହିପରି ଅଷ୍ଟମ ଭାବ ବାଧା, ଦୁର୍ଘଟଣା ଏବଂ ଅପ୍ରତ୍ୟାଶିତ ସଙ୍କଟର ପ୍ରତୀକ ବୋଲି ମନେ କରାଯାଏ। ବୁଧ ଓ ଶନିଙ୍କ ଏହି ସ୍ଥିତି ଯୋଗୁ ମାନସିକ ଚାପ ବଢ଼ିବା ସହ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଦେଖାଦେଇପାରେ ବୋଲି ଜ୍ୟୋତିଷୀୟ ମତ ରହିଛି। ତେବେ ଏହି ଯୋଗର ପ୍ରଭାବରେ କେଉଁ ରାଶିର ବ୍ୟକ୍ତିମାନେ ଅଧିକ ସତର୍କ ରହିବା ଆବଶ୍ୟକ, ଆସନ୍ତୁ ଜାଣିବା…
ମେଷ ରାଶିର ବ୍ୟକ୍ତିମାନଙ୍କ ଉପରେ ଷଡାଷ୍ଟକ ଯୋଗର ପ୍ରତିକୂଳ ପ୍ରଭାବ ପଡ଼ିପାରେ। ଆର୍ଥିକ କ୍ଷେତ୍ରରେ ଚ୍ୟାଲେଞ୍ଜ ଆସିପାରେ। ହଠାତ୍ ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି। ତେଣୁ ଭଲ ଭାବେ ବିଚାର ନକରି ନିବେଶ କରିବାରୁ ଦୂରେଇ ରହନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଏହି ସମୟରେ କଥାବାର୍ତ୍ତା ଉପରେ ସଂଯମ ରଖିବା ଜରୁରୀ, ନଚେତ ଭଲ ହୋଇଥିବା କାମ ମଧ୍ୟ ବିଗିଡ଼ିପାରେ।
ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ସୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଚିନ୍ତାରେ ପକାଇପାରେ। ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। କୌଣସି କାମ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ବିବାଦ ଓ ମତଭେଦଠାରୁ ଦୂରେଇ ରହିବା ଭଲ। କାହାକୁ ବି ଆଖି ବନ୍ଦ କରି ବିଶ୍ୱାସ ନକରିବାକୁ ଜ୍ୟୋତିଷୀୟ ପରାମର୍ଶ ଦିଆଯାଏ। କାମରେ ସାମାନ୍ୟ ଅବହେଳା ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି ସମୟରେ ତ୍ୱଚା ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ।
କନ୍ୟା ରାଶି ପାଇଁ ମଧ୍ୟ ଷଡାଷ୍ଟକ ଯୋଗ ପ୍ରତିକୂଳ ପ୍ରଭାବ ଆଣିପାରେ। ନିଷ୍ପତ୍ତି ନେବାର କ୍ଷମତା ପ୍ରଭାବିତ ହେବାର ଆଶଙ୍କା ରହିଛି। କୌଣସି କାମରେ ତରବରିଆ ନିଷ୍ପତ୍ତି ନେବାରୁ ଦୂରେଇ ରହନ୍ତୁ, ନଚେତ କ୍ଷତି ହୋଇପାରେ। ମାନସିକ ଚାପ ମଧ୍ୟ ବଢ଼ିପାରେ। ଆର୍ଥିକ ଲେଣଦେଣ ସମୟରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଯୋଗୁ ବଜେଟ ବିଗିଡ଼ିପାରେ।
ବିଛା ରାଶିର ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଏହି ଯୋଗ ଚ୍ୟାଲେଞ୍ଜ ଆଣିପାରେ। ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିବ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ନିବେଶ କରିବା ପୂର୍ବରୁ ସମସ୍ତ ଦିଗକୁ ଭଲ ଭାବେ ବିଚାର କରନ୍ତୁ। ଗାଡ଼ି ଚଳାଇବା ସମୟରେ ସତର୍କ ରହିବା ଆବଶ୍ୟକ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି। ନିକଟ ସମ୍ପର୍କୀୟ କିମ୍ବା ପରିଚିତଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ।