ସେପ୍ଟେମ୍ବର ଆରମ୍ଭରୁ ଏହି ୩ ରାଶିଙ୍କ ଉପରେ ବିପଦ! ଶନି-ଶୁକ୍ରଙ୍କ ଷଡ଼ାଷ୍ଟକ ଯୋଗ କରିବ ସର୍ବନାଶ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୨ ସେପ୍ଟେମ୍ବରରେ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବେ। ଶୁକ୍ର କନ୍ୟା ରାଶିରୁ ବାହାରି ତୁଳା ରାଶିରେ ଗୋଚର କରିବେ। ଅନ୍ୟପଟେ ଶନି ବର୍ତ୍ତମାନ ମୀନ ରାଶିରେ ଅବସ୍ଥିତ ଅଛନ୍ତି। ଫଳରେ ଶୁକ୍ର ଓ ଶନିଙ୍କ ମଧ୍ୟରେ ଷଡ଼ାଷ୍ଟକ ଯୋଗ ଗଠନ ହେବ। ଜ୍ୟୋତିଷରେ ଷଡ଼ାଷ୍ଟକ ଯୋଗକୁ ସାଧାରଣତଃ ଶୁଭ ଯୋଗ ଭାବେ ବିବେଚନା କରାଯାଏ ନାହିଁ। ଏହାର ପ୍ରଭାବ ଜୀବନର ବିଭିନ୍ନ କ୍ଷେତ୍ରରେ ପଡ଼ିପାରେ। ବିଶେଷ କରି କ୍ୟାରିୟର, କର୍ମକ୍ଷେତ୍ର, ବ୍ୟବସାୟ ଓ ସ୍ବାସ୍ଥ୍ୟକୁ ନେଇ କିଛି ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡ଼ିପାରେ। ଜ୍ୟୋତିଷୀୟ ଗଣନା ଅନୁସାରେ ଏହି ସମୟରେ ଶନି ଶୁକ୍ରଙ୍କଠାରୁ ଷଷ୍ଠ ଭାବରେ ଏବଂ ଶୁକ୍ର ଶନିଙ୍କଠାରୁ ଅଷ୍ଟମ ଭାବରେ ରହିବେ। ଆସନ୍ତୁ ଜାଣିବା କେଉଁ ୩ଟି ରାଶି ଉପରେ ଏହି ଯୋଗର ପ୍ରଭାବ ଅଧିକ ପଡ଼ିପାରେ।

ମେଷ ରାଶିର ଲୋକଙ୍କ କର୍ମକ୍ଷେତ୍ରରେ ଷଡ଼ାଷ୍ଟକ ଯୋଗର ପ୍ରଭାବ ଦେଖାଦେଇପାରେ। ଅଫିସରେ ସହକର୍ମୀଙ୍କ ସହ ଭଲ ସମନୱୟ ରଖି ଚାଲିବା ଆବଶ୍ୟକ। ଛୋଟ କଥା ମଧ୍ୟ ବିବାଦର ରୂପ ନେଇପାରେ। କାମରେ ଅବହେଳା କିମ୍ବା ତରବରିଆ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ନଚେତ୍‌ ଆପଣଙ୍କ ପରିଶ୍ରମ ଉପରେ ପ୍ରଶ୍ନ ଉଠିବା ସହ ବରିଷ୍ଠ ଅଧିକାରୀଙ୍କ ନଜରରେ ଆପଣଙ୍କ ଛବି ପ୍ରଭାବିତ ହୋଇପାରେ। ତେଣୁ ପ୍ରତ୍ୟେକ ଦାୟିତ୍ୱକୁ ସମୟରେ ଏବଂ ଗମ୍ଭୀରତାର ସହ ପୂରଣ କରନ୍ତୁ।ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସତର୍କ ରହିବା ଦରକାର। ଅଧିକ ଚିନ୍ତା ଓ ଚାପ ଯୋଗୁ ମୁଣ୍ଡବିନ୍ଧା, ଥକ୍କାପଣ କିମ୍ବା ଅସ୍ଥିରତା ଭଳି ସମସ୍ୟା ହୋଇପାରେ। ପରିବାରରେ କଥାବାର୍ତ୍ତା ସମୟରେ ମଧ୍ୟ ଶବ୍ଦ ପ୍ରୟୋଗ ପ୍ରତି ସତର୍କ ରୁହନ୍ତୁ।

ସିଂହ ରାଶିର ଲୋକଙ୍କ ପାଇଁ ଷଡ଼ାଷ୍ଟକ ଯୋଗ ଯୋଗୁ କିଛି କାମ ଅଟକିଯାଇପାରେ। ଯେଉଁ କାମ ସହଜରେ ହୋଇଯିବ ବୋଲି ଆପଣ ଆଶା କରୁଥିବେ, ସେଥିରେ ବିଳମ୍ବ ହୋଇପାରେ। ତେଣୁ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଭଲ ଭାବେ ଯୋଜନା କରନ୍ତୁ। ଅଫିସରେ ଆଜିର କାମକୁ କାଲି ପାଇଁ ଟାଳିବା ଅଭ୍ୟାସ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଜରୁରୀ ଦାୟିତ୍ୱଗୁଡ଼ିକୁ ସମୟରେ ସାରିବାକୁ ଚେଷ୍ଟା କରନ୍ତୁ। ଅଫିସ ରାଜନୀତି ଏବଂ ଅନାବଶ୍ୟକ ଚର୍ଚ୍ଚାଠାରୁ ଦୂରେଇ ରହିବା ଭଲ। ଅନ୍ୟ କାହାର ବିବାଦରେ ପଶିଲେ ଆପଣଙ୍କ ଛବି ଖରାପ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଗଳା ଦରଜ, ଗଳାରେ ଖସଖସ କିମ୍ବା ହାଡ଼ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ତେଣୁ ପାଣିପାଗ ଓ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ବିଛା ରାଶିର ଲୋକଙ୍କ ପାଇଁ ଏହି ଷଡ଼ାଷ୍ଟକ ଯୋଗ ଆର୍ଥିକ ଏବଂ କ୍ୟାରିୟର କ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ଆଣିପାରେ। ବିଶେଷକରି ବ୍ୟବସାୟୀମାନେ ବଡ଼ ଟଙ୍କାର କାରବାର କିମ୍ବା ଗୁରୁତ୍ୱପୂର୍ଣ୍ଣ ଡିଲ କରିବା ସମୟରେ ତରବରିଆ ନିଷ୍ପତ୍ତି ନନିଅନ୍ତୁ। କୌଣସି ବଡ଼ ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତି କିମ୍ବା ଭରସାଯୋଗ୍ୟ ପରାମର୍ଶଦାତାଙ୍କ ମତ ନେବା ଲାଭଦାୟକ ହୋଇପାରେ। ସମ୍ପୂର୍ଣ୍ଣ ତଥ୍ୟ ନଜାଣି ନିବେଶ କିମ୍ବା କୌଣସି ଡିଲ୍‌ରେ ଟଙ୍କା ଲଗାଇଲେ କ୍ଷତି ହୋଇପାରେ। ଚାକିରି କରୁଥିବା ଲୋକଙ୍କୁ ମଧ୍ୟ କର୍ମକ୍ଷେତ୍ରରେ କିଛି ଅସହଜ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସହକର୍ମୀ କିମ୍ବା ଅଧିକାରୀଙ୍କ ସହ ମତଭେଦ ହେଲେ ବିତର୍କ ନକରି ଶାନ୍ତ ରହି ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ପାଳଲହଡ଼ା,୩୧।୮(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଗାଁରେ…

୬ ମାସର ପାରିଶ୍ରମିକ ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ

ଖଡ଼ିଆଳ, ୩୧।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ…

ବ୍ରେକଅପ୍‌ ପରେ ଭାଙ୍ଗିପଡ଼ିଥିଲେ ବିଜୟ, ସମ୍ଭାଳିଥିଲେ ରଶ୍ମିକା! ଚମକାଇଲା ଅଭିନେତାଙ୍କ ବଡ଼ ଖୁଲାସା

ମୁମ୍ବାଇ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଏକ ଇଭେଣ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ…

ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ…

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ ହୋଇଛି।…

ସରକାରଙ୍କ ବଡ଼ ନିଷ୍ପତ୍ତି: ଲିଟର ପିଛା ୩ ଟଙ୍କା ବଢ଼ିଲା କ୍ଷୀର ଦାମ୍‌

ନୂଆଦିଲ୍ଲୀ,୩୧।୮: ତାମିଲନାଡୁ ସରକାର ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ଆଶ୍ୱସ୍ତି ଦେଇ ଆଭିନ ପାଇଁ କ୍ଷୀର କ୍ରୟ ମୂଲ୍ୟ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ: ଯୁବକ ଗିରଫ, ବଳାତ୍କାର ମାମଲାରେ…

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଅପହରଣ ଘଟଣାରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ କରିନେଇଥିଲେ ବୃଦ୍ଧ, ଏଇଠୁ ମିଳିଲା ପତ୍ତା

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା । ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେଶନ ନିକଟରୁ ଅପହରଣ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri