ଶବରୀ ବୃଦ୍ଧାଙ୍କୁ ପ୍ରତିଶ୍ରୁତି ଦେଇ ଭଣ୍ଡାଇଲା ପ୍ରଶାସନ

ମହାକାଳପଡ଼ା,୩୦।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଭାଗୃହଠାରେ ସୋମବାର ପୂର୍ବାହ୍ନରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୪୦ ଅଭିଯୋଗ ହୋଇଥିବା ବେଳେ ପେଟଛେଲା ପଞ୍ଚାୟତ ଶବରପଲ୍ଲୀର ଶବରୀ ବୃଦ୍ଧା ଦୁଃଖୀ ଭକ୍ତା ଗଁା ସମସ୍ୟାକୁ ଭିନ୍ନ ଢ଼ଙ୍ଗରେ ଜିଲା ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିଥିଲେ। ବାବୁ ଆମ ଗଁାକୁ ରାସ୍ତା କେବେ ଦେବୁ, କାହିଁକି ହୋଇନି। ସ୍ବାଧୀନତାର ୭୭ ବର୍ଷ ପରେ ଗଁାରେ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ଆବାସ ଯୋଜନା ମିଳିନାହିଁ। ଆମକୁ କାହିଁକି ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ। ବୃଦ୍ଧାଙ୍କ ପ୍ରଶ୍ନ ବାଣରେ ପ୍ରଶାସନିକ ଅଧିକାରୀ ହଡବଡେଇ ଯାଇଥିଲେ। ଏହାର ସମାଧାନ କରିବାକୁ ଯାଇ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀମାନେ ବୃଦ୍ଧା ଦୁଃଖୀଙ୍କୁ ମଙ୍ଗଳବାର ଗଁାକୁ ବିଭାଗୀୟ ଅଧିକାରୀମାନେ ପହଞ୍ଚତ୍ ସମସ୍ୟାର ସମାଧନର ବାଟ ବାହାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ଦୁଃଖୀ ବ୍ଲକ୍‌ରୁ ଗଁାକୁ ଫେର ବଡ଼ ବଡ଼ ବାବୁମାନେ ଆସିବେ ବୋଲି ସମସ୍ତଙ୍କୁ କହିଥିଲେ। ଅଭାବୀ, ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ମହିଳାପୁରୁଷମାନେ କାମ ଧନ୍ଦାକୁ ନ ଯାଇ ମିଳିତ ହୋଇ ଗଁା ବର ଗଛ ମୂଳେ ବାବୁଙ୍କୁ ଚାତକ ଭଳି ଚାହିଁ ବସିଥିଲେ। ପୂର୍ବାହ୍ନରୁ ସା ପର୍ଯ୍ୟନ୍ତ ଅପେକ୍ଷା କରି ଥିଲେ ମଧ୍ୟ କୌଣସି ବାବୁମାନଙ୍କ ଦେଖା ମିଳି ନ ଥିଲା। ଫଳରେ ସେମାନେ କହିଥିଲେ ବାବୁମାନେ ପ୍ରତିଶ୍ରୁତି ଦେଇ ଆମମାନଙ୍କୁ ଭଣ୍ଡାଇଲେ। ଏଠାରେ ପ୍ରଶ୍ନ ଉଠେ କାହିଁକି ନିରୀହ ଆଦିବାସୀ ଶବରଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯାଉଛି। ଏହା ପଛରେ କ’ଣ କାରଣ ରହିଛି ତାହା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି।