ଜାଭେଦ ଅଖତରଙ୍କୁ ମିଳିଲା ରିଚାର୍ଡ ଡକ୍ସିନ୍ସ ଟ୍ରଫି

ମୁମ୍ବାଇ: ରିଚାର୍ଡ ଡକ୍ସିନ୍ସ ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଜାଭେଦ ଅଖତରଙ୍କ ପାଖରେ ପହଞ୍ଚିଛି ଏହି ଟ୍ରଫି । ଏହାର ଏକ ଫଟୋ ନିକଟରେ ଦେଖିବାକୁ ମିଳିଛି । ଜାଭେଦଙ୍କ ପତ୍ନୀ ଶବାନା ଆଜମୀ ଟ୍ରଫି ସହ ଜାଭେଦ ସାହେବଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପ୍ରାୟ ୪ ମାସ ପୂର୍ବରୁ ଜାଭେଦ ରିଚାର୍ଡ ଡକ୍ସିନ୍ସ ଟ୍ରଫି ପାଇଁ ମନୋନୀତ ହୋଇଥିଲେ । ଏହି ଆୱାର୍ଡ ଇଂରାଜୀ ବିକାଶବାଦୀ ଜୀବବିଜ୍ଞାନୀ ରିଚାର୍ଡ ଡକ୍ସିନ୍ସଙ୍କ ନାମରେ ଦିଆଯାଇଥାଏ । ୨୦୦୩ରୁ ଏହା ଦିଆଯାଇ ଆସୁଛି । ଏହା ସାଇନ୍ସ, ରିସର୍ଚ୍ଚ, ଏଜୁକେଶନ ଓ ଏଣ୍ଟରଟେନମେଣ୍ଟ ଫିଲ୍ମର ନାମୀ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ । ଯେଉଁମାନେ ସାଧାରଣରେ ଲଜିକାଲ ହୋଇ ଧର୍ମନିରପେକ୍ଷତାର ରକ୍ଷା ପାଇଁ ପ୍ରୟାସ କରିଥାଆନ୍ତି । ନିକଟରେ ଜାଭେଦ ସାହେବଙ୍କ ପତ୍ନୀ ତଥା ଅଭିନେତ୍ରୀ ଶବାନା ଆଜମୀ ଏହି ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି ‘ଜାଭେଦ ତାଙ୍କ ରିଚାର୍ଡ ଡକ୍ସିନ୍ସ ୨୦୨୦ ଆୱାର୍ଡ ସହ ।’ ସୂଚନାଯୋଗ୍ୟ, ଗତ ଶନିବାର ରିଚାର୍ଡ ଡକ୍ସିନ୍ସ ଆୱାର୍ଡକୁ ନେଇ ଜାଭେଦ ଅଖତର ଓ ରିଚାର୍ଡ ଡକ୍ସିନ୍ସଙ୍କ ମଧ୍ୟରେ ଏକ ଭର୍ଚ୍ୟୁଆଲ୍ କନଫରେନ୍ସ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲା । ଏହାପରେ ଶବାନା କହିଛନ୍ତି ରିଚାର୍ଡ ଡକ୍ସିନ୍ସ ଜାଭେଦଙ୍କ ପାଇଁ ପ୍ରେରଣା ଦେବା ଭଳି ଜଣେ ନାୟକ ।

Share