ମଦ ବିକ୍ରିକୁ ବିରୋଧ, ଏକାଠି ହେଲେ ୫ ଗ୍ରାମର ଏସ୍‌ଏଚ୍‌ଜି ମହିଳା

ଦଶମନ୍ତପୁର,୧।୧୦ (ଅରବିନ୍ଦ ନାୟକ): ଗ୍ରାମାଞ୍ଚଳରେ ଦେଶୀ ମଦ ବିକ୍ରିକୁ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମହିଳାମାନେ ଶନିବାର ବିରୋଧ କରିଛନ୍ତି। ୫ ଗ୍ରାମର ଏସ୍‌ଏଚ୍‌ଜି ମହିଳାମାନେ ଏକାଠି ହୋଇ ମଦଭାଟି ଭାଙ୍ଗିବା ସହ ମଦ ରନ୍ଧା ପାଇଁ ରହିଥିବା ଜାଳେଣିକାଠକୁ ସେମାନେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ୩ ପଞ୍ଚାୟତ ମୁର୍କାର, ଚଣାବାଡ଼ ଓ ଦଶମନ୍ତପୁର ପଞ୍ଚାୟତରେ ଥିବା ୫ଟି ଗ୍ରାମରେ। ଏହି ମୁର୍କାର ପଞ୍ଚାୟତର ପଝାର ଗ୍ରାମ, ଚଣାବାଡ଼ ପଞ୍ଚାୟତ ଅଧୀନର ଏସ୍‌.ଦଣ୍ଡାବାଡ଼ ଏବଂ ଦଶମନ୍ତପୁର ପଞ୍ଚାୟତର ପରଜା ବାରିକଣ୍ଟା, ମାଛପୁଟ ଓ ଡୁର୍କାଗୁଡ଼ା ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଏସ୍‌ଏଚ୍‌ଜି ମହିଳାମାନେ ଏକାଠି ହୋଇ ଦେଶୀମଦ କାରବାରକୁ ବିରୋଧକରି ଏପରି ଘଟାଇଛନ୍ତି। ମୁର୍କାର ପଞ୍ଚାୟତର ଟାମକିଆ ଗୁଡ଼ାରେ ପହଞ୍ଚତ୍ ସେମାନେ ମଦ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ସମ୍ପୃକ୍ତ ମଦ ବ୍ୟବସାୟୀ ଏସ୍‌ଏଚ୍‌ଜି ମହିଳାଙ୍କୁ ଦେଖି ଖସି ଚାଲିଯାଇଥିଲେ। ଅପେକ୍ଷା ପରେ ସେ ଆସିବାରୁ ମହିଳାମାନେ ଯୋଡ଼ିକାଡ୍ଡା ନଦୀଠାରେ ଥିବା ତାଙ୍କ ମଦଭାଟିକୁ ଭାଙ୍ଗିଦେଇଥିଲେ। ମଦ ରାନ୍ଧିବା ପାଇଁ ଗଚ୍ଛିତ ଜାଳେଣି କାଠ ଜାଳି ଦେଇଥିଲେ। ମଦ ଆମ ସଂସାର ଉଜାଡ଼ି ଦେଉଛି। ସ୍ବାମୀମାନେ ଯାହା ରୋଜଗାର କରୁଛନ୍ତି ମଦ ପିଇ ସାରୁଛନ୍ତି। ଘରେ ଥିବା ଚାଉଳ, ମାଣ୍ଡିଆ ଏବଂ ଆସବାବପତ୍ର ଆଦି ବିକ୍ରିକରି ମଦ ପିଇ ଦେଉଛନ୍ତି। ଆମେ ପିଲାଛୁଆଙ୍କୁ ଚଳାଇବାରେ ବହୁ ଅସୁବିଧା ଭୋଗୁଛୁ ବୋଲି ଏହି ଅବସରରେ ସାଲମେ କାଞ୍ଜେକା, ପାଲାଇ ମିନିଆକା, ଆଲମେ, ଜୁଲମେ କାଞ୍ଜେକା, ତୁରୁଞ୍ଜି, ନିଲାଇ, କରାଈ, ଲକ୍ଷ୍ମୀ ହୀକକା, ସାଲମେ କୁଲିସିକା ପ୍ରକାଶ କରିଛନ୍ତି। ଗ୍ରାମାଞ୍ଚଳରେ ଚୋରା ମଦ କାରବାରକୁ ପ୍ରତି ଶନିବାର ରୋକାଯିବ ବୋଲି ମହିଳାମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri