Categories: ଜାତୀୟ

ଏସ୍‌ଏଫ୍‌ଜେର ନୂଆ ଷଡ଼ଯନ୍ତ୍ର: ଖଲିସ୍ତାନ ପତାକା ଉଡ଼ାଇଲେ ମିଳିବ ୧୦ ହଜାର ଡଲାର ପୁରସ୍କାର

ନୂଆଦିଲ୍ଲୀ, ୪।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଶିଖ୍‌ ଫର ଜଷ୍ଟିସ୍‌(ଏସ୍‌ଏଫ୍‌ଜେ) ବିଚ୍ଛିନ୍ନତାବାଦୀ ସଂଗଠନ ପକ୍ଷରୁ ନୂଆ ଷଡ଼ଯନ୍ତ୍ର କରାଯାଇଛି। ରବିବାର ପଞ୍ଜାବ-ହରିୟାଣା ସୀମାରେ ଥିବା ଶମ୍ଭୁ ଟୋଲ୍‌ ପ୍ଲାଜାଠାରେ କୃଷକମାନଙ୍କ ପ୍ରଦର୍ଶନ ସମୟରେ ଖଲିସ୍ତାନ ପତାକା ଉଡ଼ାଇଲେ ୧୦ ହଜାର ଡଲାର ପୁରସ୍କାର ପ୍ରଦାନ କରାଯିବ ବୋଲି ଏସ୍‌ଏଫ୍‌ଜେ କହିଛି। ଆମେରିକାରେ ଥିବା ଏସ୍‌ଏଫ୍‌ଜେର ସଦସ୍ୟ ଗୁରବତ ସିଂ ପନ୍ନୁ ଏଭଳି ନିର୍ଦ୍ଦେଶ ଦେଇଥିବା କୁହାଯାଉଛି।

Share