Posted inଜାତୀୟ

ଯୌନ ଶୋଷଣ: ମଲିଉଡ୍‌ରେ ହଇଚଇ

ଥିରୁଭାନନ୍ତପୁରମ୍‌,୨୬ା୮: ମଲିଉଡ୍‌ ନାମରେ ପରିଚିତ ମାଲାୟାଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ ଯୌନ ଶୋଷଣ କରାଯାଉଛି। ଅନେକ ବର୍ଷ ତଳୁ ଉଠିଥିବା ଏହି ପ୍ରସଙ୍ଗ ସମ୍ପ୍ରତି ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କେରଳ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ କେ. ହେମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରଘଟ କରିଛି ଯେ, ମହିଳା କଳାକାରମାନଙ୍କୁ ଇଣ୍ଡଷ୍ଟ୍ରିରେ ଲଗାତର ଭାବେ ଯୌନ ଶୋଷଣ କରିବା ପାଇଁ ଆପରାଧିକ ନେଟ୍‌ଓ୍ବର୍କ ଚାଲିଛି।
ଅଗଷ୍ଟ ୧୯ରେ ହେମା କମିଟି ରିପୋର୍ଟକୁ ସାର୍ବଜନୀନ କରାଯିବା ପରେ ୨ ଜଣ ହାଇପ୍ରୋଫାଇଲ ସିନେ ହେଭିଓ୍ବେଟ୍‌ ବିବାଦୀୟ ହୋଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବଙ୍ଗଳା ଅଭିନେତ୍ରୀ ଶ୍ରୀଲେଖା ମିତ୍ରଙ୍କ ଅଭିଯୋଗକୁ ନେଇ ଜଣାଶୁଣା ନିର୍ଦ୍ଦେଶକ ତଥା ପ୍ରଯୋଜକ ରଞ୍ଜିତ ବାଲାକ୍ରିଷ୍ଣନ୍‌ କେରଳ ରାଜ୍ୟ ଚଳଚ୍ଚିତ୍ର ଏକାଡେମୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବାବେଳେ ସାଉଥ୍‌ ଆକ୍ଟ୍ରେସ୍‌ ରେବତୀ ସମ୍ପତଙ୍କ ଅଭିଯୋଗ କ୍ରମେ ବର୍ଷିଆନ ଅଭିନେତା ସିଦ୍ଦିକି ଆସୋସିଏଶନ୍‌ ଅଫ୍‌ ମାଲାୟାଲମ୍‌ ମୁଭି ଆର୍ଟିଷ୍ଟସ (ଏଏମ୍‌ଏମ୍‌ଏ) ସାଧାରଣ ସମ୍ପାଦକ ପଦ ଛାଡ଼ିଛନ୍ତି।
ଶ୍ରୀଲେଖାଙ୍କ ଅଭିଯୋଗ ହେଲା ୨୦୦୯ରେ ‘ପଲେରି ମାଣିକ୍ୟମ୍‌’ ଫିଲ୍ମରେ ଅଭିନୟ ପାଇଁ ସେ କେରଳକୁ ଯାଇ ଅଡିଶନ୍‌ ଦେଇଥିଲେ। ସେତେବେଳେ ଉକ୍ତ ସିନେମାର ନିର୍ଦ୍ଦେଶକ ରଞ୍ଜିତ ତାଙ୍କୁ ଯୌନ ଶୋଷଣ କରିଥିଲେ। ତେବେ ରଞ୍ଜିତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗଣମାଧ୍ୟମକୁ ଏକ ଭଏସ୍‌ କ୍ଲିପ୍‌ ଜାରି କରି ରଞ୍ଜିତ କହିଛନ୍ତି, ସେ ଚଳଚ୍ଚିତ୍ର ଏକାଡେମୀ ଅଧ୍ୟକ୍ଷ ପଦରେ ରହିବା ଦିନଠାରୁ ତାଙ୍କୁ ହଟାଇବା ପାଇଁ ଷଡ଼ଯନ୍ତ୍ର ଚାଲିଥିଲା। ଶ୍ରୀଲେଖା ଆଣିଥିବା ଅଭିଯୋଗ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଚାଲିଥିବା ଚକ୍ରାନ୍ତର ଏକ ଅଂଶବିଶେଷ। ତେବେ ସେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବେ। ଏଥିପାଇଁ ସଂସ୍କୃତି ମନ୍ତ୍ରୀ ସାଜି ଚେରିଆନ୍‌ଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।
ପୂର୍ବରୁ ସିଦ୍ଦିକି ଏଏମ୍‌ଏମ୍‌ଏ ଅଧ୍ୟକ୍ଷ ମୋହନଲାଲଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଥିଲେ। ସିଦ୍ଦିକି କହିଛନ୍ତି, ତାଙ୍କ ବିରୋଧରେ ଆଗତ ଅଭିଯୋଗ ଯୋଗୁ ସେ ପଦ ଛାଡ଼ିଛନ୍ତି। ଏହାର ଦିନକ ପୂର୍ବରୁ ରେବତୀ ଅଭିଯୋଗ ଆଣିଥିଲେ ଯେ, ୨୦୧୯ରେ ସିଦ୍ଦିକି ତାଙ୍କୁ ଯୌନ ଶୋଷଣ କରିଥିଲେ। ୨୦୧୬ରେ ରେବତୀଙ୍କୁ ୨୧ ବର୍ଷ ହୋଇଥିବାବେଳେ ସିଦ୍ଦିକି ଏକ ଫେକ୍‌ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ଫିଲ୍ମ ଉପରେ ଆଲୋଚନା କରିବା ଆଳରେ ଯୋଗାଯୋଗ କରିଥିଲେ। ହୋଟେଲ ମାସ୍କଟକୁ ଡାକି ଘଣ୍ଟାଏ ଧରି ଯୌନ ଉତ୍ପୀଡ଼ନ କରିଥିଲେ। ସାଲିସ ନ କଲେ ଫିଲ୍ମରେ ସୁଯୋଗ ମିଳିବ ନାହିଁ ବୋଲି ସିଦ୍ଦିକି କହିଥିଲେ।
ଏଏମ୍‌ଏମ୍‌ଏ ସାଧାରଣ ସମ୍ପାଦକ ଥିବା ଏଡାଭେଲା ବାବୁଙ୍କ ବିରୋଧରେ ମଧ୍ୟ ଜଣେ ଜୁନିୟର ଆର୍ଟିଷ୍ଟ ଅନୁରୂପ ଅଭିଯୋଗ ଆଣିଥିଲେ। ୨ ମାସ ତଳେ ଏଡାଭେଲା ଇସ୍ତଫା ପରେ ସିଦ୍ଦିକିଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଥିଲା। ତେବେ ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରଠୁ ମାଲାୟାଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣର ଶିକାର ହୋଇଥିବା ଅନେକ ମହିଳା ଖୋଲାଖୋଲି ଅଭିଯୋଗ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଗ୍ୟାସ୍‌ ସଙ୍କଟ ମଧ୍ୟରେ ସରକାର ନେଲେ ବଡ଼ ପଦକ୍ଷେପ: ଏଣିକି ଅଧିକରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୨୫ା୩: ଏଲପିଜି ସଙ୍କଟ ମଧ୍ୟରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବର ଗୁଜବକୁ ମଧ୍ୟ ସ୍ପଷ୍ଟ କରାଯାଇଛି। ଲୋକଙ୍କୁ ଏଥିପ୍ରତି ଧ୍ୟାନ…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri