Posted inଜାତୀୟ

ମହିଳା କଳାକାର ଯୌନ ସନ୍ତୁଷ୍ଟି ନ ଦେଲେ ଇଣ୍ଡଷ୍ଟ୍ରିରୁ ବିଦା

୨୦୧୭ରେ ଜଣେ ମାଲାୟାଲମ୍‌ ଅଭିନେତ୍ରୀ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ ଯାତ୍ରା କରୁଥିବାବେଳେ ଅଭିନେତା ଦିଲୀପ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଅପହରଣ କରିବା ସହ ଯୌନ ଶୋଷଣ କରିଥିବା ଅଭିନେତ୍ରୀ ଜଣକ କହିଥିଲେ। ଏହି ମାମଲାରେ ପୋଲିସ ଦିଲୀପଙ୍କୁ ଗିରଫ କରିଥିଲା। ୩ ମାସ ପରେ ସେ ଜାମିନରେ ଆସିଥିଲେ। ଏହି ବହୁଚର୍ଚ୍ଚିତ ଘଟଣା ପରେ କେରଳ ସରକାର ଜଷ୍ଟିସ୍‌ କେ. ହେମାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ମାଲାୟାଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କୁ କରାଯାଉଥିବା ଯୌନ ଶୋଷଣ ଉପରେ ତଦନ୍ତ କରି ସେମାନଙ୍କ ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା ପାଇଁ ପ୍ରସ୍ତାବ ଦେବା ନିମନ୍ତେ ଉକ୍ତ କମିଟିକୁ କୁହାଯାଇଥିଲା। ତେବେ ହେମା କମିଟି ରିପୋର୍ଟ ଆସିବା ପାଇଁ ୫ ବର୍ଷ ଲାଗିଗଲା।
ଅନୁସାରେ ଇଣ୍ଡଷ୍ଟ୍ରିରେ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଅସାଧୁ ମେଣ୍ଟ ରହିଛି। ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତାମାନେ ମହିଳା କଳାକାରମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସେମାନଙ୍କ ଯୌନ ଅନୁଗ୍ରହ ଦାବିକୁ ମନାକଲେ ମିଳିମିଶି ମହିଳା କଳାକାରଙ୍କୁ ଇଣ୍ଡଷ୍ଟ୍ରିରୁ ବାହାର କରିଦେଉଛନ୍ତି। ଏହି ରିପୋର୍ଟ ଆସିବା ପରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍‌) ଜଣେ ମହିଳା ଆଇପିଏସ୍‌ ଅଫିସରଙ୍କ ନେତୃତ୍ୱରେ ଟିମ୍‌ ଗଠନ କରି ଏହି ସବୁ ଅଭିଯୋଗର ତଦନ୍ତ କରାଯାଉ ବୋଲି ଦାବି କରିଛି। ଭାଜପା ମଧ୍ୟ ରିପୋର୍ଟରେ ଆସିଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଓ୍ବିମେନ୍‌ ଇନ୍‌ ସିନେମା କଲେକ୍ଟିଭ୍‌ (ଡବ୍ଲ୍ୟୁସିସି) ରିପୋର୍ଟକୁ ସ୍ବାଗତ କରିଛି। ଇତିମଧ୍ୟରେ କେରଳ ସରକାର ଏହାର ତଦନ୍ତ ପାଇଁ ୪ ମହିଳା ଆଇପିଏସ୍‌ ଅଫିସରଙ୍କ ସମେତ ୭ ଜଣିଆ ଟିମ୍‌ ଗଠନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୟଫ୍ରେଣ୍ଡଙ୍କ କାର୍‌ରେ ୩୪୦୦ ଚୁମ୍ବନ ଦେଲେ ଗର୍ଲଫ୍ରେଣ୍ଡ: ଶେଷରେ ଭୋଗିବାକୁ ପଡ଼ିଲା…

ଗ୍ବାଲିୟର, ୨୬।୮:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ପ୍ରେମ ପ୍ରକାଶର ଏକ ଅଜବ ଉପାୟ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ବାଲିୟରରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ…

ରକ୍ଷାବନ୍ଧନରେ ହେଉଛି ଅଦ୍ଭୁତ ତ୍ରିବେଣୀ ସଂଗମ: ଏହି ଶୁଭ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିଲେ ଚମକିବ ଭାଇଙ୍କ ଭାଗ୍ୟ!

ରକ୍ଷାବନ୍ଧନ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ। ଏହି ପର୍ବରେ ଯେତେବେଳେ ଶୁଭ ଯୋଗ ଗଠିତ ହୁଏ, ସେତେବେଳେ ଏହାର ମହତ୍ତ୍ୱ ଆହୁରି ବଢ଼ିଯାଏ। ଚଳିତ ବର୍ଷ ଅଗଷ୍ଟ…

ସରକାରଙ୍କ ବଡ଼ ଘୋଷଣା: ଇଣ୍ଟରକାଷ୍ଟରେ ବିବାହ କଲେ ମହିଳାଙ୍କୁ ମିଳିବ ଅଢ଼େଇ ଲକ୍ଷ!

ନୂଆଦିଲ୍ଲୀ,୨୬।୮: ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ମହିଳା, ବିଶେଷକରି ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ମହିଳାଙ୍କ ପାଇଁ ବଡ଼ ଘୋଷଣା…

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ସୁନ୍ଦରଗଡ଼, ୨୬।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ହତ୍ୟା ଅଭିଯୁକ୍ତ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ପରିସ୍ରା ଯିବା…

ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୫ ନବଜାତ ଶିଶୁ

ଇସଲାମାବାଦ,୨୬।୮: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ସ୍ତ୍ରୀ ରୋଗ ୱାର୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛଇ। ୱାର୍ଡରେ…

ମୁଁ ଆଶା କରୁଛି ଯେ…ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ସମାଜକୁ ଏକ ବାର୍ତ୍ତା ଦେଇ, ସେ କରୁଣା ଏବଂ ସମ୍ପ୍ରଦାୟ ପ୍ରତି ଅବଦାନର…

ସେପ୍ଟେମ୍ବରରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ସଫଳତା: ଏହି ୩ ରାଶିଙ୍କ ଉପରେ ଧନବର୍ଷା, ଲଭ ଲାଇଫ୍‌ରେ…

ଶୁକ୍ର ଗ୍ରହ ୨୫ ଅଗଷ୍ଟରେ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଏବେ ଶୁକ୍ର ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷ ଅନୁସାରେ, ଶୁକ୍ର ଗ୍ରହ ସୁଖ, ସୌନ୍ଦର୍ଯ୍ୟ,…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri