ଯୌନ ଶୋଷଣର ଖୁଲାସା କରୁଥିବା ଆଇନ ହେବ ରଦ୍ଦ: ଗୋଟିଏ ବର୍ଷରେ ୨୫୦୦ ହାଇ ପ୍ରୋଫାଇଲ ମାମଲାର ପର୍ଦ୍ଦାଫାଶ…

ଓ୍ବାଶିଂଟନ,୨୦।୧୧ : ଏକ ବର୍ଷ ମଧ୍ୟରେ ଆମେରିକାରେ ୨୫୦୦ ଯୌନ ଶୋଷଣ ମାମଲା ସାମ୍ନାକୁ ଆଣିଥିବା ନ୍ୟୁୟର୍କ ଷ୍ଟେଟର ’ଆଡଲ୍ଟ ସର୍ଭାଇଭର୍‌ ଆକ୍ଟ’ ନଭେମ୍ବର ୨୪ ରେ ଶେଷ ହେବ। ଏହି ନିର୍ଦ୍ଦିଷ୍ଟ ନିୟମ ଯୌନ ଶୋଷଣର ଅନେକ ଉଚ୍ଚ-ପ୍ରୋଫାଇଲ ମାମଲାର ପର୍ଦ୍ଦାଫାଶ କରିଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଆରମ୍ଭ କରି ଅଭିନେତା ରସେଲ ବ୍ରାଣ୍ଡ ଏବଂ ହିପ-ହପ ରାପର ଶପ ଡିଡି ପର୍ଯ୍ୟନ୍ତ ସମସ୍ତେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏମାନଙ୍କୁ ଜରିମାନା ଦଣ୍ଡାଦେଶରେ ଦଣ୍ଡିତ କରାଯାଇଥିଲା କିମ୍ବା ପୀଡ଼ିତା ସମସ୍ୟା କୋର୍ଟ ବାହାରେ ସମାଧାନ କରାଯାଇଥିଲା।

ଏହା ଅନୁସାରେ ୨,୫୮୭ ମାମଲାରେ ନ୍ୟୁୟର୍କ, ନ୍ୟୁୟର୍କ ସିଟି, ସ୍ଥାନୀୟ ସରକାର, କମ୍ପାନୀ, ଡାକ୍ତରଖାନା ଏବଂ ରାଜ୍ୟ ତଥା ଜିଲା ଜେଲ ପ୍ରଶାସକଙ୍କୁ ଅଭିଯୁକ୍ତ କରାଯାଇଥିଲା। ଅଭିଯୋଗ ଆସିଥିଲା ଅପରାଧୀମାନେ ପୀଡ଼ିତାଙ୍କୁ ଶୋଷଣ କରୁଥିବାବେଳେ ଏହି ସଂସ୍ଥା ସେମାନଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ। ନ୍ୟୁୟର୍କର ଜିଲା ଜେଲରେ ଏକାଧିକ ଥର ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ୨୪ ନଭେମ୍ବର ୨୦୨୨ରେ ଲାଗୁ ହୋଇଥିବା ନୂତନ ନିୟମ ଏସବୁର ପର୍ଦ୍ଦାଫାଶ ପାଇଁ ଏକ ସୁଯୋଗ ଦେଇଥିଲା ।

ରାଜ୍ୟ ସରକାରଙ୍କ ବିରୋଧରେ ଦାଖଲ ହୋଇଥିବା ଅନେକ ମାମଲା ଜେଲରେ ଯୌନ ଶୋଷଣ ସହ ଜଡିତ ଥିଲା। ଓକିଲ ଆଡାମ ସ୍ଲେଟରଙ୍କ ଫାର୍ମ ଜେଲରେ ଯୌନ ଶୋଷଣକୁ ନେଇ ୧୨୦୦ ରୁ ଅଧିକ ମକଦ୍ଦମା ଦାଏର କରିଛି। ସେମାନେ କହିଛନ୍ତି ୪୭୦ମାମଲା କେବଳ ନ୍ୟୁୟର୍କ ସିଟିର ରାଇକର୍ସ ଦ୍ୱୀପ ଜେଲରୁ ଆସିଛି। ଆଡଭୋକେଟ ଆନ୍ନା ମୋଟ ୬୦୦ରୁ ଅଧିକ ମାମଲା ପଞ୍ଜିକରଣ କରିବାକୁ ଆକଳନ କରୁଛନ୍ତି। କୁହାଯାଉଛି ମହିଳା କଏଦୀମାନେ ପୁରୁଷ ଅଧିକାରୀଙ୍କ ଦ୍ୱାରା ବଳାତ୍କାର ହୋଇଥିଲେ। ବହୁ ସଂଖ୍ୟକ ପୁରୁଷ ମଧ୍ୟ ଯୌନ ଶୋଷଣର ଶିକାର ହୋଇଥିଲେ।

 

Share