ଚାଲିଥିଲା ସେକ୍ସ ରାକେଟ୍‌: ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

କାଶୀନଗର, ୨ା୧୧(ପି.ମୁରଲୀ): ଗଜପତି ଜିଲା କାଶୀନଗର ଥାନା ଅନ୍ତର୍ଗତ ଏକ କଲୋନୀ ନିକଟରେ ଥିବା ଏକ ଘରେ ସେକ୍ସ ରାକେଟ ଚାଲିଥିବା ସୂଚନା ପାଇ କାଶୀନଗର ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଧରି ପଚରାଉଚରା କରିଥିଲା। ରବିବାର କାରବାର କରୁଥିବା ଚିପୁରୁ ୱାସୁ ନାମକ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଯେଉଁ ଘରେ ଏହି ରାକେଟ୍‌ ଚାଲିଥିଲା ସେହି ଘରର ମାଲିକଙ୍କୁ ମଧ୍ୟ ପୋଲିସ ଆଣି ପଚରାଉଚରା କରୁଛି। ଏନେଇ ନଂ. ୧୭୩/୨୫ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁନିଲ ବେହେରା କହିଛନ୍ତି।

ସମ୍ପୃକ୍ତ ଘରେ ସେକ୍ସ ରାକେଟ୍‌ ଚାଲିଥିବା କୌଣସି ସୂତ୍ରରୁ ସୂଚନା ପାଇ ଏସ୍‌ପି ଯତୀନ୍ଦ୍ର ପଣ୍ଡା କାଶୀନଗର ଥାନା ଅଧିକାରୀ ବେହେରାଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ ଆଲୋକ ଜଗଦଲାଙ୍କ ସହ ଏକ ଟିମ୍‌ ସମ୍ପୃକ୍ତ ଘରେ ଚଢାଉ କରି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଘରୁ ପୋଲିସ ଦୁଇ ଜଣ ଯୁବତୀଙ୍କ ସହ ଜଣେ ଗ୍ରାହକ ଓ ଘର ମାଲିକଙ୍କୁ ଧରିଥିଲା।

ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ତହସିଲଦାର ସୁଧୀର ନନ୍ଦଙ୍କ ଉପସ୍ଥିତିରେ ଉକ୍ତ ଘରୁ ମଦ ବୋତଲ, କଣ୍ଡୋମ ପ୍ୟାକେଟ ଜବତ କରାଯାଇଛି। ଗ୍ରାହକ ସାଜିଥିବା ଚିପୁରୁ ବାହାର ଅଞ୍ଚଳରୁ ଯୁବତୀମାନଙ୍କୁ ଆଣି ସେକ୍ସ ରାକେଟ ଚଳାଇଥିଲେ। ଘର ମାଲିକ ଏଥିରେ ତାଙ୍କୁ ସହଯୋଗ କରୁଥିଲେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିବା ଥାନା ଅଧିକାରୀ ବେହେରା କହିଛନ୍ତି। ଗତ ଦୁଇ ତିନି ମାସ ହେଲା ଏହି ସେକ୍ସ ରାକେଟ ଚାଲିଥିବା ତଦନ୍ତରୁ ଜଣାପଡିଛି।

ଅଟକ ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ କାଶୀନଗର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଅଞ୍ଚଳରବୋଲି ଜଣାପଡିଛି। ସମ୍ପୃକ୍ତ ଘରକୁ ସିଲ୍‌ କରାଯାଇ ଏ ସମ୍ପର୍କରେ ସାଇଣ୍ଟିଫିକ ଟିମ୍‌କୁ ଥାନା ପକ୍ଷରୁ ଅବଗତ କରାଯାଇଛି ବୋଲି ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋକାବାଜ ବାହାରିଲେ ସ୍ବାମୀ, ୩-୩ଟା ବିବାହ କରିଥିବା ଜାଣିବା ପରେ ଦ୍ୱିତୀୟ ସ୍ତ୍ରୀ କଲେ ଏମିତି…

ପାଟନା, ୨୦।୧: ବିହାରର ବାଙ୍କାରୁ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚାଟମାଡିହ ଗାଁର ବାସିନ୍ଦା ନୀଲୁ କୁମାରୀ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ...

ଆଜିଠୁ ନବୀନ ଯୁଗ ଆରମ୍ଭ: ସ୍ବାଗତ କଲେ ମୋଦି

ନୂଆଦିଲ୍ଲୀ,୨୦।୧: ଦୀର୍ଘ ପ୍ରତୀକ୍ଷା ପରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ ନୂତନ ସଭାପତି ମିଳିଛି। ପାଞ୍ଚଥର ବିଧାୟକ ନୀତିନ ନବୀନଙ୍କୁ ଦଳର ନୂତନ ମୁଖ୍ୟ...

ନିମନ୍ତ୍ରଣ କାର୍ଡର ଦାମ୍ ୨୫ ଲକ୍ଷ; ଝିଅର ବାହାଘରକୁ ସ୍ମରଣୀୟ କରିବା ପାଇଁ ବାପାଙ୍କ ଅନନ୍ୟ ପଦକ୍ଷେପ, ୩ କେଜି ରୂପା…

ଜୟପୁର,୨୦ା୧: ପ୍ରତ୍ୟେକ ପିତା ଚାହାଁନ୍ତି ଯେ ତାଙ୍କ ଝିଅର ବିବାହ ଏକ ସ୍ମରଣୀୟ ହେଉ, ଯାହା ଜୀବନବ୍ୟାପୀ ସେମାନଙ୍କ ହୃଦୟରେ ରହିବ । ଜୟପୁରର ଶିବ...

ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ବାଂଲାଦେଶ: ଚାଇନା ସହ ମିଶି ଚିକେନ ନେକରେ…

ଢାକା,୨୦।୧: ମହମ୍ମଦ ୟୁନୁସଙ୍କ ଶାସନରେ ବାଂଲାଦେଶ ନିରନ୍ତର ଭାରତ ବିରୋଧୀ ପଦକ୍ଷେପ ନେଇ ଆସୁଛି। ଭାରତ ବିରୋଧରେ ବାଂଲାଦେଶର ଷଡ଼ଯନ୍ତ୍ର ପୂର୍ବରୁ ପର୍ଦ୍ଦାଫାସ ହୋଇସାରିଛି ଏବଂ...

Nitin Navin BJP President: କିଏ ଏହି ନୀତିନ ନବୀନ, କେମିତି ହେଲେ ସଙ୍ଗଠନର ପ୍ରଥମ ପସନ୍ଦ, ଜାଣନ୍ତୁ ତାଙ୍କ ମୋଟ ସମ୍ପତ୍ତି…

ନୂଆଦିଲ୍ଲୀ,୨୦।୧: ମଙ୍ଗଳବାର (୧୯ ଜାନୁଆରୀ, ୨୦୨୬) ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ନୀତିନ ନବୀନଙ୍କୁ ଦଳର ନୂତନ ରାଷ୍ଟ୍ରୀୟ ସଭାପତି ଭାବରେ ନିଯୁକ୍ତ...

ଚାଷଜମିରୁ ବୋମା ଜବତ; ଆତଙ୍କିତ ଗ୍ରାମବାସୀ, ପୋଲିସର ତଦନ୍ତ…   

ଦିଗପହଣ୍ଡି,୨୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ କୁମରଡ଼ା ଗ୍ରାମ ବଡ଼ବନ୍ଧ ପୋଖରୀ ନିକଟ ଚାଷଜମିରେ ବୋମା ଆତଙ୍କ । ରଘୁ...

ଚଳିତ ବର୍ଷ ସନ୍ୟାସ ନେବେ ଏହି ୫ ଭାରତୀୟ କ୍ରିକେଟର! ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିବା ଅସମ୍ଭବ

ନୂଆଦିଲ୍ଲୀ,୨୦।୧: ଅନେକ ଷ୍ଟାର ଖେଳାଳି ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ଅନେକ ଯୁବ ଖେଳାଳି ଥିଲେ ମଧ୍ୟ ଖରାପ ଫର୍ମ ଯୋଗୁ...

ନୂଆଦିଲ୍ଲୀରେ ଦୁଲୁକିବ କଳାହାଣ୍ଡିର ଘୁମୁରା, ବଜାଶାଲ: ଜଲଓ୍ବା ଦେଖାଇବେ ପ୍ରତିଭା ଅନୁଷ୍ଠାନର କଳାକାର

ଭବାନୀପାଟଣା,୨୦ା୧(ଉତ୍ତମ କୁମାର ଦାଶ):ବନ୍ଦେ ମାତରମ୍‌ ଗୀତର ୧୫୦ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ନୂଆଦିଲ୍ଲୀ ରାଜପଥରେ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡିର ଘୁମୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri