ଦେହ ବ୍ୟବସାୟ ଘଟଣାର ପର୍ଦ୍ଦାଫାଶ: କାମ ଦେବା ବାହାନାରେ ଦେହ ବ୍ୟବସାୟରେ ଲଗାଉଥିଲେ

କେନ୍ଦୁଝର,୨୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରୁ ଜଣେ ୧୬ ବର୍ଷ ବୟସ୍କା ପିତୃମାତୃହୀନ ନାବାଳିକାଙ୍କୁ ଭୁବନେଶ୍ୱର ଚାଲାଣ କରି ଦେହ ବ୍ୟବସାୟରେ ଲଗାଯାଇଥିଲା। ପୋଲିସ ତାଙ୍କୁ ଉଦ୍ଧାର କରିଥିବା ବେଳେ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କାଉନସେଲିଂ ବେଳେ ଘଟଣାର ପର୍ଦ୍ଦାଫାଶ ହୋଇଛି।
କେନ୍ଦୁଝର ଶିଶୁ ମଙ୍ଗଳ କମିଟିର ହସ୍ତକ୍ଷେପ ପରେ ନାବାଳିକାଙ୍କୁ କେନ୍ଦୁଝରସ୍ଥିତ ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଛି। ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ୨ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ଜିଲାରେ ନାବାଳିକା ଚାଲାଣ ଓ ଦେହ ବ୍ୟବସାୟ ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାରେ କେନ୍ଦୁଝର ସହରର ଅନେକଙ୍କ ସମ୍ପୃକ୍ତି ନେଇ ସନ୍ଦେହ ହେଉଛି। ଏହାର ଠିକ୍‌ ତଦନ୍ତ ହେଲେ ମାନବ ଚାଲାଣ ଓ ଦେହ ବ୍ୟବସାୟରେ ନିୟୋଜନ ଘଟଣା ପଦାକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି।
ଅଭିଯୋଗ ଅନୁଯାୟୀ, ଏକ ବର୍ଷ ପୂର୍ବେ କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡ଼ା ଗ୍ରାମର ରଞ୍ଜିତ ସାହୁ ଓ ସୁୁଶୀଳା ପାତ୍ର ନାବାଳିକାଙ୍କ ଆଈଙ୍କୁ ଭେଟିଥିଲେ। ଘର କାମରେ ସାହାଯ୍ୟ କରିବାକୁ କହି ନାବାଳିକାଙ୍କୁ ଡାକି ନେଇଥିଲେ। ତାଙ୍କୁ ପ୍ରଥମେ କେନ୍ଦୁଝର ସହର ସ୍ପଞ୍ଜ କଲୋନୀରେ ଏକ ଭଡ଼ାଘରେ ରଞ୍ଜିତଙ୍କ ପାଖରେ ରଖିଥିଲେ। ସେଠାରେ ସୁୁଶୀଳା ଓ ତାଙ୍କ ଝିଅ, ପୁଅ ମଧ୍ୟ ରହୁଥିଲେ। ପରେ ରଞ୍ଜିତ ବଳଦେବଜୀଉ କଲୋନୀରେ ଏକ ଭଡ଼ା ଘରକୁ ଯିବା ପରେ ସେଠାରେ ନାବାଳିକା ତାଙ୍କ ସହିତ ରହିଲେ। ସେଠାରେ ରଞ୍ଜିତ ବିଭିନ୍ନ ଲୋକଙ୍କୁ ଘରକୁ ଡାକି ଆଣନ୍ତି। ଉକ୍ତ ବ୍ୟକ୍ତିମାନେ ନାବାଳିକାଙ୍କ ସହ ଯୌନସମ୍ପର୍କ ରଖନ୍ତି।
ଏଭଳି ଦିନକୁ ୫ରୁ ୬ ଜଣ ଲୋକ ଆସନ୍ତି, ଏ ନେଇ ବାରଣ କଲେ ଧମକ ଦିଆଯାଉଥିବା ନାବାଳିକା କହିଛନ୍ତି। କିଛିଦିନ ପରେ ଭୁବନେଶ୍ୱରରୁ ଡଲି ସ୍ବାଇଁ ନାମ୍ନୀ ମହିଳା ମିଲୁ ନାମକ ଯୁବକ ସହ ବଳଦେବଜୀଉ କଲୋନୀ ଆସିଥିଲେ। ନାବାଳିକାଙ୍କୁ ବୋହୂ କରିବାକୁ କହି ଡଲି ସାଙ୍ଗରେ ଭୁବନେଶ୍ୱର ନେଇଯାଇଥିଲେ।
ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଏକ ବସ୍ତିରେ ରଖିଥିଲେ। ଡଲିଙ୍କ ଘରେ ଆଉ ୩ ଜଣ ଝିଅ ଥିଲେ। ସେଠାରେ ମିଲୁ ନାବାଳିକାଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଥିଲେ। ପରେ ଡଲି ଓ ମିଲୁ ଅନ୍ୟ ଲୋକଙ୍କୁ ଡକାଇ ଯୌନ ନିର୍ଯାତନା ଦେଉଥିଲେ। ସେଠାରେ ମଧ୍ୟ ଦିନକୁ ୫ରୁ ୬ ଜଣ ଲୋକ ଆସି ଶାରୀରିକ ସମ୍ପର୍କ ରଖୁଥିଲେ। ଏପରିକି ନାବାଳିକାଙ୍କ ୨ ଥର ଗର୍ଭପାତ କରାଯାଇଛି। ସେଠାରୁ ଜଣେ ଝିଅ ଖସିଯାଇ ପୋଲିସକୁ ସୂଚନା ଦେବା ପରେ ଡିସେମ୍ବର ୧ରେ ଖଣ୍ଡଗିରି ପୋଲିସ ଚଢ଼ାଉ କରି ନାବାଳିକାଙ୍କ ସମେତ ଅନ୍ୟ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେଠାରେ ଏକ ଓପନ ସେଣ୍ଟରରେ ରଖାଯାଇଥିଲା।
ନାବାଳିକାଙ୍କ ଘର କେନ୍ଦୁଝର ହୋଇଥିବାରୁ ଆଇନଗତ ପଦକ୍ଷେପ ନେବାକୁ ଖଣ୍ଡଗିରି ପୋଲିସ କେନ୍ଦୁଝରକୁ ସ୍ଥାନାନ୍ତରିତ କରିଥିଲା। କେନ୍ଦୁଝର ଶିଶୁ ମଙ୍ଗଳ କମିଟିର ହସ୍ତକ୍ଷେପ ପରେ ନାବାଳିକାଙ୍କୁ ଜିଲା ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଥିଲା। ଏପରିକି ମୁକ୍ତାଶ୍ରୟ କେନ୍ଦ୍ରରୁ ଉକ୍ତ ନାବାଳିକାଙ୍କୁ ନେଇଯିବାକୁ ଅଭିଯୁକ୍ତମାନେ ବହୁ ଉଦ୍ୟମ କରି ବିଫଳ ହୋଇଥିଲେ। ସୋମବାର ମୁକ୍ତାଶ୍ରୟ କେନ୍ଦ୍ର ପକ୍ଷରୁ କାଉନ୍‌ସେଲିଂ ବେଳେ ନାବାଳିକା ଉପରୋକ୍ତ କଳା କାହାଣୀ ବଖାଣିଥିଲେ।
ନାବାଳିକାଙ୍କ ବୟାନକୁ ଭିତ୍ତିକରି ମୁକ୍ତାଶ୍ରୟ କେନ୍ଦ୍ର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ ଏକ ମାମଲା(ନଂ. ୪୩/୨୦୨୫) ରୁଜୁ କରିଛି। ଘଟଣାରେ ସମ୍ପୃକ୍ତ ୨ ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ସାହୁ ଓ ସୁଶୀଳା ପାତ୍ରଙ୍କୁ ସୋମବାର ରାତିରେ ଗିରଫ କରାଯାଇଛି।  ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି, ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ତଦନ୍ତ ପରେ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri