ଦେହ ବ୍ୟବସାୟ ଘଟଣାର ପର୍ଦ୍ଦାଫାଶ: କାମ ଦେବା ବାହାନାରେ ଦେହ ବ୍ୟବସାୟରେ ଲଗାଉଥିଲେ

କେନ୍ଦୁଝର,୨୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରୁ ଜଣେ ୧୬ ବର୍ଷ ବୟସ୍କା ପିତୃମାତୃହୀନ ନାବାଳିକାଙ୍କୁ ଭୁବନେଶ୍ୱର ଚାଲାଣ କରି ଦେହ ବ୍ୟବସାୟରେ ଲଗାଯାଇଥିଲା। ପୋଲିସ ତାଙ୍କୁ ଉଦ୍ଧାର କରିଥିବା ବେଳେ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କାଉନସେଲିଂ ବେଳେ ଘଟଣାର ପର୍ଦ୍ଦାଫାଶ ହୋଇଛି।
କେନ୍ଦୁଝର ଶିଶୁ ମଙ୍ଗଳ କମିଟିର ହସ୍ତକ୍ଷେପ ପରେ ନାବାଳିକାଙ୍କୁ କେନ୍ଦୁଝରସ୍ଥିତ ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଛି। ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ୨ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ଜିଲାରେ ନାବାଳିକା ଚାଲାଣ ଓ ଦେହ ବ୍ୟବସାୟ ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାରେ କେନ୍ଦୁଝର ସହରର ଅନେକଙ୍କ ସମ୍ପୃକ୍ତି ନେଇ ସନ୍ଦେହ ହେଉଛି। ଏହାର ଠିକ୍‌ ତଦନ୍ତ ହେଲେ ମାନବ ଚାଲାଣ ଓ ଦେହ ବ୍ୟବସାୟରେ ନିୟୋଜନ ଘଟଣା ପଦାକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି।
ଅଭିଯୋଗ ଅନୁଯାୟୀ, ଏକ ବର୍ଷ ପୂର୍ବେ କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡ଼ା ଗ୍ରାମର ରଞ୍ଜିତ ସାହୁ ଓ ସୁୁଶୀଳା ପାତ୍ର ନାବାଳିକାଙ୍କ ଆଈଙ୍କୁ ଭେଟିଥିଲେ। ଘର କାମରେ ସାହାଯ୍ୟ କରିବାକୁ କହି ନାବାଳିକାଙ୍କୁ ଡାକି ନେଇଥିଲେ। ତାଙ୍କୁ ପ୍ରଥମେ କେନ୍ଦୁଝର ସହର ସ୍ପଞ୍ଜ କଲୋନୀରେ ଏକ ଭଡ଼ାଘରେ ରଞ୍ଜିତଙ୍କ ପାଖରେ ରଖିଥିଲେ। ସେଠାରେ ସୁୁଶୀଳା ଓ ତାଙ୍କ ଝିଅ, ପୁଅ ମଧ୍ୟ ରହୁଥିଲେ। ପରେ ରଞ୍ଜିତ ବଳଦେବଜୀଉ କଲୋନୀରେ ଏକ ଭଡ଼ା ଘରକୁ ଯିବା ପରେ ସେଠାରେ ନାବାଳିକା ତାଙ୍କ ସହିତ ରହିଲେ। ସେଠାରେ ରଞ୍ଜିତ ବିଭିନ୍ନ ଲୋକଙ୍କୁ ଘରକୁ ଡାକି ଆଣନ୍ତି। ଉକ୍ତ ବ୍ୟକ୍ତିମାନେ ନାବାଳିକାଙ୍କ ସହ ଯୌନସମ୍ପର୍କ ରଖନ୍ତି।
ଏଭଳି ଦିନକୁ ୫ରୁ ୬ ଜଣ ଲୋକ ଆସନ୍ତି, ଏ ନେଇ ବାରଣ କଲେ ଧମକ ଦିଆଯାଉଥିବା ନାବାଳିକା କହିଛନ୍ତି। କିଛିଦିନ ପରେ ଭୁବନେଶ୍ୱରରୁ ଡଲି ସ୍ବାଇଁ ନାମ୍ନୀ ମହିଳା ମିଲୁ ନାମକ ଯୁବକ ସହ ବଳଦେବଜୀଉ କଲୋନୀ ଆସିଥିଲେ। ନାବାଳିକାଙ୍କୁ ବୋହୂ କରିବାକୁ କହି ଡଲି ସାଙ୍ଗରେ ଭୁବନେଶ୍ୱର ନେଇଯାଇଥିଲେ।
ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଏକ ବସ୍ତିରେ ରଖିଥିଲେ। ଡଲିଙ୍କ ଘରେ ଆଉ ୩ ଜଣ ଝିଅ ଥିଲେ। ସେଠାରେ ମିଲୁ ନାବାଳିକାଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଥିଲେ। ପରେ ଡଲି ଓ ମିଲୁ ଅନ୍ୟ ଲୋକଙ୍କୁ ଡକାଇ ଯୌନ ନିର୍ଯାତନା ଦେଉଥିଲେ। ସେଠାରେ ମଧ୍ୟ ଦିନକୁ ୫ରୁ ୬ ଜଣ ଲୋକ ଆସି ଶାରୀରିକ ସମ୍ପର୍କ ରଖୁଥିଲେ। ଏପରିକି ନାବାଳିକାଙ୍କ ୨ ଥର ଗର୍ଭପାତ କରାଯାଇଛି। ସେଠାରୁ ଜଣେ ଝିଅ ଖସିଯାଇ ପୋଲିସକୁ ସୂଚନା ଦେବା ପରେ ଡିସେମ୍ବର ୧ରେ ଖଣ୍ଡଗିରି ପୋଲିସ ଚଢ଼ାଉ କରି ନାବାଳିକାଙ୍କ ସମେତ ଅନ୍ୟ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେଠାରେ ଏକ ଓପନ ସେଣ୍ଟରରେ ରଖାଯାଇଥିଲା।
ନାବାଳିକାଙ୍କ ଘର କେନ୍ଦୁଝର ହୋଇଥିବାରୁ ଆଇନଗତ ପଦକ୍ଷେପ ନେବାକୁ ଖଣ୍ଡଗିରି ପୋଲିସ କେନ୍ଦୁଝରକୁ ସ୍ଥାନାନ୍ତରିତ କରିଥିଲା। କେନ୍ଦୁଝର ଶିଶୁ ମଙ୍ଗଳ କମିଟିର ହସ୍ତକ୍ଷେପ ପରେ ନାବାଳିକାଙ୍କୁ ଜିଲା ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଥିଲା। ଏପରିକି ମୁକ୍ତାଶ୍ରୟ କେନ୍ଦ୍ରରୁ ଉକ୍ତ ନାବାଳିକାଙ୍କୁ ନେଇଯିବାକୁ ଅଭିଯୁକ୍ତମାନେ ବହୁ ଉଦ୍ୟମ କରି ବିଫଳ ହୋଇଥିଲେ। ସୋମବାର ମୁକ୍ତାଶ୍ରୟ କେନ୍ଦ୍ର ପକ୍ଷରୁ କାଉନ୍‌ସେଲିଂ ବେଳେ ନାବାଳିକା ଉପରୋକ୍ତ କଳା କାହାଣୀ ବଖାଣିଥିଲେ।
ନାବାଳିକାଙ୍କ ବୟାନକୁ ଭିତ୍ତିକରି ମୁକ୍ତାଶ୍ରୟ କେନ୍ଦ୍ର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ ଏକ ମାମଲା(ନଂ. ୪୩/୨୦୨୫) ରୁଜୁ କରିଛି। ଘଟଣାରେ ସମ୍ପୃକ୍ତ ୨ ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ସାହୁ ଓ ସୁଶୀଳା ପାତ୍ରଙ୍କୁ ସୋମବାର ରାତିରେ ଗିରଫ କରାଯାଇଛି।  ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି, ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ତଦନ୍ତ ପରେ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri