ଶକ୍ତିନଗରରୁ ସେକ୍ସ ରାକେଟ ଠାବ

ବ୍ରହ୍ମପୁର,୧୩।୯(ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ପୋଲିସ ଏକ ସେକ୍ସ ରାକେଟ ଠାବ କରିଛି। ଗୃହକର୍ତ୍ତା ଅମୂଲ୍ୟ ପାଢ଼ୀ ନିଜର ଶକ୍ତିନଗର ପ୍ରଥମ ଲାଇନରେ ଦୀର୍ଘଦିନ ଧରି ଏହି ସେକ୍ସ କାରବାର ଚଳାଉଥିଲେ। ବୁଧବାର ସକାଳେ ପୋଲିସ ଜେରା ବେଳେ ଏହି ରାକେଟ ବିଷୟରେ ଜାଣିବାକୁ ପାଇଛି। ଉକ୍ତ ଘର ଭିତରୁ ତିନିଜଣ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ପୋଲିସ ଉଦ୍ଧାର କରିିଛି। ଘର ଭିତରୁ ପୋଲିସ ଅମୂଲ୍ୟ ପାଢ଼ୀ, ବ୍ରହ୍ମପୁର ଖାଜା ସାହିର ଅବଦୁଲ କଲିମ(୨୨) ଓ ଭାବିନିପୁର ଗ୍ରାମର ସୂର୍ଯ୍ୟ କିରଣ ଜେନା(୧୯)ଙ୍କୁ କାବୁ କରିଛି। ଉକ୍ତ ଘର ଭିତରୁ ୩ଟି ମୋବାଇଲ, ୩ଗୋଟି ମଦ ବୋତଲ, ୫ହଜାର ଟଙ୍କା ଓ ବହୁଳ ପରିମାଣର କଣ୍ଡମ ଜବତ କରିଛି। ଧରାପଡିଥିବା ଯୁବତୀଙ୍କ ମଧ୍ୟରେ ବ୍ରହ୍ମପୁରର ଦୁଇଜଣ ରହିଥିବା ବେଳେ ଜଣେ ଅନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି। ଯୁବତୀଙ୍କ ସହ ୩ ଅଭିଯୁକ୍ତଙ୍କ ଡାକ୍ତରୀ ମଇନା କରାଯାଇଛି। ମାମଲା ନମ୍ବର ୨୯୫/୨୩ରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ଠାରୁ ସୂଚନା ମିଳିଛି।