ଗେଷ୍ଟ ହାଉସରେ ଦେହବେପାର: ୧୨ ଗିରଫ

ବ୍ରହ୍ମପୁର ଅଫିସ,୨ା୧୧: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ନିକଟ ଟାଟାବେଞ୍ଜ ଛକରେ ଥିବା ତୁଲସୀ ଗେଷ୍ଟ ହାଉସ୍‌ ରୁମ୍‌ ନମ୍ବର ୧୪,୧୬ ଓ ୧୭ରେ ଦେହ ବେପାର ହେଉଥିଲା। ଖବର ପାଇ ବ୍ରହ୍ମପୁର ଏସ୍‌ପି ଡା. ଶ୍ରବଣ ବିବେକ ଏମ୍‌ଙ୍କ ନେତୃତ୍ୱରେ ସୋମବାର ରାତିରେ ସେଠାରେ ଚଢ଼ାଉ କରାଯାଇ ୩ଜଣ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉକ୍ତ ୩ଟି ରୁମ୍‌ରୁ ପୋଲିସ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ, ୧୨ ମୋବାଇଲ ଫୋନ ଓ ୩୧୯୫୦ଟଙ୍କା ଜବତ କରିଥିଲା। ରୁମ୍‌ରୁ ଉଦ୍ଧାର ହୋଇଥିବା ଯୁବତୀମାନେ କଲିକତାରୁ ଆସିଥିବା ଜଣାପଡ଼ିଥିଲା। ସେହିପରି ଏହି ଦେହ କାରବାର ଚଳାଇଥିବା କିଙ୍ଗ୍‌ପିନ୍‌ ସମେତ ୧୨ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫଙ୍କ ମଧ୍ୟରେ କିଙ୍ଗ୍‌ପିନ୍‌ କୁହାଯାଉଥିବା ମୁଖ୍ୟ ଆସ୍କା ବଜାର ସାହି ଏମ୍‌ଜି ରୋଡ୍‌ର ଗୋପୀ ବେହେରା ଓରଫ୍‌ ରଜନୀକାନ୍ତ (୩୮), ଗେଷ୍ଟ ହାଉସକୁ ଲିଜ୍‌ରେ ନେଇ ଚଳାଉଥିବା ସୋରଡ଼ା ବଡ଼ଗଡ଼ ଥାନା ଅଞ୍ଚଳର ରାଜେଶ କୁମାର ବିଶୋଇ(୩୦), ଏଜେଣ୍ଟ ଭାବେ କାମ କରୁଥିବା କେ.ନୂଆଗଁାର ସୁମନ ସାହୁ (୧୮), ପ୍ରଫୁଲ୍ଲ କୁମାର ସାହୁ (୧୮), ରାଜା ପ୍ରଧାନ (୧୮), ଚନ୍ଦନ କୁମାର ସାହୁ (୧୯) ଅଛନ୍ତି। ଗ୍ରାହକ ଭାବେ ଆସିଥିବା ୬ ଜଣ ମଧ୍ୟ ଅଛନ୍ତି। ସେମାନେ ହେଲେ ଗୋଳନ୍ଥରା ଥାନା ଇନ୍ଦ୍ରାକ୍ଷୀ ଅଞ୍ଚଳର କେ.ଦିବାକର ରେଡ୍ଡୀ(୨୨), ନିତେ ଶ ସାହୁ (୧୮), ଏସ୍‌.କିରନ୍‌ ରେଡ୍ଡୀ(୧୮), ଏସ୍‌.ଭାଗୀରଥି ରେଡ୍ଡୀ(୨୨), ସଦର ଥାନା ବାଲିପଡ଼ାର ରବି କୁମାର ସାହୁ (୨୬), ବୈଦ୍ୟନାଥପୁର ଥାନା କମାପଲ୍ଲୀ ରାମନଗରର କେ.ଶଙ୍କର ଆଚାରୀ (୪୮)। ମଙ୍ଗଳବାର ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ବୈଦ୍ୟନାଥପୁର ପୋଲିସ ମାମଲା ନମ୍ବର ୩୮୩/୨୨ରେ କୋର୍ଟ ଚାଲାଣ କରିଛି। ସେହିପରି ଉଦ୍ଧାର ଯୁବତୀଙ୍କୁ ୱାନ୍‌ ଷ୍ଟପ୍‌ ସେଣ୍ଟର୍‌ ପଠାଯାଇଥିବା ନେଇ ଜିଲା ପୋଲିସ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏସ୍‌ପିଙ୍କ ପ୍ରତିକ୍ରିୟା ଅନୁଯାୟୀ, ପ୍ରାୟ ବର୍ଷେ ହେବ ସେହି ଗେଷ୍ଟ ହାଉସରେ ଏଭଳି ବେଆଇନ କାର୍ଯ୍ୟକଳାପ ଚାଲିଥିଲା। ଏହାର କିଙ୍ଗ୍‌ପିନ୍‌ ଅଭିଯୁକ୍ତ ଗୋପୀ କୋଲକାତାରୁ ଯୁବତୀମାନଙ୍କୁ ଆଣୁଥିବା ବେଳେ ଗ୍ରାହକ ଯୋଗାଡ଼ ପାଇଁ ଏଜେଣ୍ଟମାନଙ୍କୁ ନିୟୋଜିତ କରିଥିଲେ। ସେମାନେ ହ୍ବାଟ୍ସଆପ୍‌ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପାଦନ କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଏନେଇ ଖବର ମିଳିବା ପରେ କେତେକ ପୋଲିସ ସାଦା ପୋଷାକରେ ସେଠାରେ ପହଞ୍ଚତ୍ ପ୍ରଥମେ ସ୍ଥିତି ଅନୁଧ୍ୟାନ କରି ସତ୍ୟତା ଜାଣିବା ପରେ ଚଢ଼ାଉ କରିଥିଲା। ଗେଷ୍ଟ ହାଉସକୁ ସିଲ୍‌ କରିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ମଧ୍ୟ ଏସ୍‌ପି ସୂଚନା ଦେଇଛନ୍ତି।