ଯୌନ ସଂଭୋଗ ଏକ ସୁନ୍ଦର ଅନୁଭବ: ପୋପ୍‌

ରୋମ୍‌, ୭।୪: ଈଶ୍ୱରପ୍ରଦତ୍ତ ଜିନିଷଗୁଡ଼ିକ ମଧ୍ୟରୁ ଯୌନ ସଂଭୋଗ ସବୁଠାରୁ ସୁନ୍ଦର ଅନୁଭବ ବୋଲି ବୁଧବାର ପ୍ରକାଶିତ ଡକ୍ୟୁମେଣ୍ଟାରିରେ ପୋପ୍‌ ଫ୍ରାନ୍ସିସ୍‌ ଉଲ୍ଲେଖ କରିଛନ୍ତି। ଗତବର୍ଷ ଡିଜ୍‌ନୀ ପ୍ଲସ୍‌ ପ୍ରଡକ୍ସନ୍‌ ପକ୍ଷରୁ ‘ଦ ପୋପ୍‌ ଆନ୍‌ସରର୍ସ’ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ପୋପ୍‌ଙ୍କୁ ସମଲିଙ୍ଗୀ ଅଧିକାର, ଗର୍ଭପାତ, ପର୍ନ ଇଣ୍ଡଷ୍ଟ୍ରି, ସଂଭୋଗ, ବିଶ୍ୱାସକୁ ନେଇ ପ୍ରଶ୍ନ କରାଯାଇଥିଲା। ଏହି ଅବସରରେ ପୋପ୍‌ ସଂଭୋଗ ସମ୍ପର୍କରେ ନିଜ ମତ ରଖିଥିଲେ। ଅନ୍ୟପକ୍ଷେ ସମଲିଙ୍ଗୀଙ୍କୁ କ୍ୟାଥୋଲିକ୍‌ ଚର୍ଚ୍ଚ ମଧ୍ୟକୁ ପ୍ରବେଶ ଅନୁମତି ଦେବା ଲାଗି ମଧ୍ୟ ସେ ପରାମର୍ଶ ଦେଇଥିଲେ।

Share