Categories: ଜାତୀୟ

ରାଜଧାନୀରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ

ନୂଆଦିଲ୍ଲୀ,୧୦ ।୪: ଭିଷଣ ଗରମ ଓ ଲୁ କାରଣରୁ ରାଜଧାନୀ ଦିଲ୍ଲୀର ତାପମାତ୍ରା ବେଳକୁ ବେଳ ବଢିବାରେ ଲାଗିଛି । ଏପ୍ରିଲ ପ୍ରଥମ ସପ୍ତାହରେ ଗ୍ରୀଷ୍ମର ପ୍ରକୋପରେ ଅତିଷ୍ଟ ହୋଇପଡିଛନ୍ତି ଲୋକେ । ସ୍ଥିତି ଏଭଳି ହୋଇଛି କି ଶନିବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ୪୨.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ସାମାନ୍ୟ ତାପମାତ୍ରାଠାରୁ ୭୮ ଡିଗ୍ରୀ ସେଲସିୟସ ଅଧିକ । ଏମିତି ଏପ୍ରିଲ ପ୍ରଥମ ସପ୍ତାହରେ ଗରମ ୭୨ ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ସୂଚନାଯୋଗ୍ୟ, ୧୯୪୧, ୨୯ ଏପ୍ରିଲରେ ରାଜଧାନୀ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୪୫.୬ ରେକର୍ଡ କରାଯାଇଥିଲା । ହେଲେ ଚଳିତ ବର୍ଷ ଏପ୍ରିଲ ପ୍ରଥମ ସପ୍ତାହରେ ରାଜଧାନୀର କିଛି କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରହି ରେକର୍ଡ କରିଛି ।

Share