ପ୍ରଳୟଙ୍କରୀ ବନ୍ୟା, ଅନ୍ତର୍ଜାତୀୟସ୍ତରରେ ସହାୟତା ଲୋଡ଼ିଲା ପାକିସ୍ତାନ, ମୃତ୍ୟୁ ସଂଖ୍ୟା ୧,୨୬୫ ଛୁଇଁଲା..

ଇସଲାମାବାଦ, ୩।୯ : ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପାକିସ୍ତାନ ଶନିବାର ଅନ୍ତର୍ଜାତୀୟସ୍ତରରେ ସହାୟତା ଲୋଡ଼ିଛି। ଏହା ସହିତ ପାକିସ୍ତାନ ଆଶା ପ୍ରକାଶ କରିଛି ଯେ, ଅନ୍ତର୍ଜାତୀୟସ୍ତରରୁ ଦେଶକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଇତିମଧ୍ୟରେ ଦେଶରେ ବନ୍ୟାମୃତ୍ୟୁ ସଂଖ୍ୟା ୧,୨୬୫ରେ ପହଞ୍ଚିଛି।

ସେହିପରି ଆହତଙ୍କ ସଂଖ୍ୟା ୧୨,୫୭୭ ଛୁଇଁଛି। ଗଣମାଧ୍ୟମକୁ ସୂଚନା ଦେଇ ଯୋଜନାମନ୍ତ୍ରୀ ଅହସାନ ଇକବାଲ କହିଛନ୍ତି ଯେ, ସେ ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ସମୁଦାୟଙ୍କଠାରୁ ସହାୟତା ଲୋଡିଛନ୍ତି। ୫ ଲକ୍ଷରୁ ଅଧିକ ଲୋକଙ୍କୁ ବାଲୁଚିସ୍ତାନ, ଖାଇବର ପସ୍ତୁନ ଖ୍ବା,ସିନ୍ଧ୍‌ ଏବହ ପଞ୍ଜାବ ପ୍ରଦେଶର ବିଭିନ୍ନ ଆଶ୍ରୟସ୍ଥଳରେ ରହିଛନ୍ତି।

ଗତ ୩୦ ବର୍ଷ ତୁଳନାରେ ଚଳିତ ବର୍ଷ ପାକିସ୍ତାନରେ ୫୦୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ଇକବାଲ ସୂଚନା ପ୍ରଦାନ କରିଛନ୍ତି।

Share