ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ ସହ କୋହଲା ପବନ ଶୀତକୁ ଦ୍ୱିଗୁଣିତ କରୁଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ପ୍ରତିଦିନ ପାରଦ ତଳ ମୁହାଁ ହେଉଥିବା ବେଳେ କିଛିଦିନ ହେଲା ଜି.ଉଦୟଗିରି ସହରରେ ୫ ଡିଗ୍ରୀ ତଳେ ତାପମାତ୍ରା ରହୁଛି। ତାସହ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ସହ ଅଧିକା ଥଣ୍ଡା ହେଉଥିବା ଦେଖିବାକୁ ମିଳିଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ସମଗ୍ର ରାଜ୍ୟରେ ରବିବାର ସକାଳ ସୁଦ୍ଧା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ି ରେ ୬ ଡିଗ୍ରୀ ରେକର୍ଡ କରାଯାଇଛି। ଶନିବାର ଜି.ଉଦୟଗିରିରେ ୩.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ସୂଚନା ମିଳିଛି। ଓଡ଼ିଶାର କନ୍ଧମାଳ ଜିଲା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରହିଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁ ସମସ୍ତେ ପ୍ରଭାବିତ। ପ୍ରବଳ ଜାଡ଼ ଶୀତ, କୋହଲା ପବନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଜୀବନ ଜିବୀକା ପ୍ରଭାବିତ ହେଉଛି। ବିଶେଷ କରି ଯାନବାହାନ ଚଳାଚଳ ଅସୁବିଧା ହେଉଛି ଓ ଦୁର୍ଘଟଣା ମଧ୍ୟ ବଢୁଛି। ଏପଟେ ଶୀତୟର ମଜା ନେବା ପାଇଁ ଜିଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ଚାଲିଛି। ଓଡ଼ିଶାର ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର ହୋଇଥିବା ଯୋଗୁ ଏହାକୁ ପର୍ଯ୍ୟଟନର ହବ୍‌ କରିବା ନେଇ ସାଧାରଣରେ ଦାବି ହେଉଛି । ଏହାର ୪୦ କିଲୋମିଟର ବଳୟ ଭିତରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ରହିଛି । ଯେମିତିକି କଳିଙ୍ଗା ଘାଟି,କଳିଙ୍ଗା ବାଟନିକାଲ ଗାର୍ଡେନ, ଡୁଙ୍ଗି ଶିବ ମନ୍ଦିର, ରାଜାଗଡ଼ା ୱାଟର ଫଲ, ସିର୍କି ଇକୋ ପାର୍କ, କାଲିଗାଡୁ ହିଲ ଟପ, ମୁକଲିଙ୍ଗିଆ ଗୋଲ ଓ ମରିଚ କଫି ବଗିଚା, କଲିନାଯୁ ଡ୍ୟାମ, ଧାଙ୍ଗାଡ଼ାମାହା ମଧୁଝରି ଜଳାଶୟ, ମୁଣ୍ଡାକାଙ୍ଗାର ଗୁମ୍ଫା, ଡଡା ସରୁ ବାଘ ଗୁମ୍ଫା, ବଲାସରୁରେ ମେଘ ମାଳାର ଦୃଶ୍ୟ ଓ କତିଙ୍ଗିଆ ଗଡ଼ିଶିଲା ୱାଟର ଫଲ ସହ ଅଞ୍ଚଳରେ ଥିବା ପାହାଡ଼ ପାଦ ଦେଶରେ ସାହସୀକ ଜଙ୍ଗଲ ଟ୍ରାକିଙ୍ଗ ଇତ୍ୟାଦି ପର୍ଯ୍ୟଟକଙ୍କୁ ଭରପୂର ଆନନ୍ଦ ଦେବ। ଅଞ୍ଚଳର ସବୁଜିମା ସମସ୍ତଙ୍କୁ ଆକର୍ଷଣ କରୁଥିବାରୁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶକୁ ଗୁରୁତ୍ୱ ଦେବାପାଇଁ ସରକାରଙ୍କ ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ବର୍ଷା!ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ): ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଖରାଦିନ ଭଳି ସକାଳୁ ଟାଇଁ ଟାଇଁ ଖରା ସାଧାରଣ…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?