ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବୁଧବାର ସନ୍ଧ୍ୟାରେ ଭର୍ତ୍ତି ହୋଇଛନ୍ତି । ଏହି ଗ୍ରାମର ଲୋକେ ନିଜ କାମରେ ଯାଉଥିବା ବେଳେ ଏକ ଶିଆଳ ରାସ୍ତା ଉପରକୁ ହଠାତ୍ ମାଡ଼ି ଆସି ଏକାଧିକ ଲୋକଙ୍କୁ ଆକ୍ରମଣ କରିଥିଲା । ଯାହା ଫଳରେ ୮ରୁ ଉର୍ଦ୍ଧ ଲୋକେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ଏହି ଗ୍ରାମର କୁଷ ପରିଡ଼ା କୌଣସି କାମରେ ବ୍ରହ୍ମବରଦା ଅଞ୍ଚଳକୁ କୌଣସି କାମରେ ଯାଉଥିବା ବେଳେ ତାଙ୍କୁ ଶିଆଳଟି ଆକ୍ରମଣ କରି ତାଙ୍କ ଗୋଡ଼କୁ କାମୁଡି ଦେଇଥିଲା। ସେହିପରି ଏହି ଗ୍ରାମର ରମେଶ ଚନ୍ଦ୍ର ପ୍ରଧାନ, ସଞ୍ଜୟ ପାତ୍ର, ସୁଧା ମଳିକ, ବିମଳି ନାୟକ, ନିମୋଷ ଲେଙ୍କା, ଅର୍ଚ୍ଚନା ସାହୁ, କନ୍ତିକା ମଳିକ ପ୍ରମୁଖ ଏକାଧିକ ଲୋକେ ଏହି ଶିଆଳ କାମୁଡାର ଶିକାର ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆସି ଚିକିତ୍ସିତ ହେଉଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି ଏବଂ ଟୀକା ମଧ୍ୟ ଉପଲବ୍ଧ ରହିଛି । ତେଣୁ ଯେଉଁ ରୋଗୀମାନେ ଆସିବେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ । କେହି ଭୟଭୀତ ନ ହେବାକୁ କାର୍ଯ୍ୟରତ ଡାକ୍ତର ରାଜେଶ ପରିଡ଼ା ସୂଚନା ଦେଇଛନ୍ତି ।


