ଗଛପଡ଼ି ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ

ଦାରିଙ୍ଗବାଡି,୧।୮(ଅରୁଣ ସାହୁ): ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଅଞ୍ଚଳରେ ବହୁ ୟୁକାଲ ପଟାସ ଗଛ ପଡି ଏକାଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ତାର ଛିଣ୍ଡି ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ସିମନବାଡି ସମେତ ଶ୍ରାନିକେତା, କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ, ବାଲିଗୁଡା ବ୍ଲକ ଋତୁଙ୍ଗିଆ ଆଦି ୧୦ ପଞ୍ଚାୟତର ଅଧିକ ଲୋକ ପ୍ରଭାବିତ ହେଉଛନ୍ତି।