Categories: ଜାତୀୟ

ଜିହାଦରେ ସାମିଲ ଲାଗି ସିରିଆ ଯାଉଥିଲେ ପିଏଫ୍‌ଆଇ ସଦସ୍ୟ

ନୂଆଦିଲ୍ଲୀ,୧।୧୦: ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଂଗଠନ ଆଇଏସ୍‌ରେ ସାମିଲ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ସଦସ୍ୟମାନେ ଜିହାଦରେ ସାମିଲ ହେବା ଲାଗି ସିରିଆ ଏବଂ ସେମାନଙ୍କ ଆଡ୍ଡାସ୍ଥଳ ଥିବା ଅନ୍ୟ ଦେଶକୁ ଯାଉଥିଲେ। ସୁରକ୍ଷା ବଳ ନଜରରୁ ବର୍ତ୍ତିବା ଲାଗି ସେମାନେ ବିଭିନ୍ନ ଦୀର୍ଘ ରୁଟ୍‌ ଦେଇ ସେଠାକୁ ଯାଉଥିଲେ ବୋଲି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଜଣେ ଅଧିକାରୀ କହିଛନ୍ତି। ଏନ୍‌ଆଇଏ ପ୍ରସ୍ତୁତ କରିଥିବା ଦସ୍ତାବିଜ ଅନୁଯାୟୀ ଭାରତରୁ ଯାଇଥିବା କେତେଜଣ ପିଏଫ୍‌ଆଇ ସଦସ୍ୟ ବିଦେଶ ମାଟିରେ ପ୍ରାଣ ହରାଇଛନ୍ତି କିମ୍ବା ଗିରଫ ହୋଇ ଭାରତ ପ୍ରତ୍ୟର୍ପଣ ହୋଇଛନ୍ତି। କେରଳର କେତେଜଣ ମୁସଲମାନ ଯୁବକ ସିରିଆ ପଳାଇଥିଲେ ଓ ସେମାନଙ୍କ ମଧ୍ୟରୁ କେତେକେ ଆଇଏସ୍‌ରେ ସାମିଲ ହେବାକୁ ଯୋଜନା କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଏଫ୍‌ଆଇ ସଦସ୍ୟ ଥିବା ପୋଲିସ ଜାଣିବାକୁ ପାଇଥିଲା। ବୈଶ୍ୱିକ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ସମ୍ପର୍କ ରଖି ଦେଶରେ ସାମ୍ପ୍ରଦାୟିକ ଘୃଣା ପ୍ରସାର କରିବାକୁ ଚାହୁଁଥିବା ପିଏଫ୍‌ଆଇକୁ ସରକାର ୫ ବର୍ଷ ପାଇଁ ବେଆଇନ ଘୋଷଣା କରିଛନ୍ତି।

Share