ଏକ୍ସପ୍ରେସ ଟ୍ରେନରେ ଯାତ୍ରୀଙ୍କୁ ଛୁରାମାଡ: ଅନେକେ ଆହତ, ଜଣେ ଗିରଫ

ବର୍ଲିନ,୬ ।୧୧: ସମାଚାର ଏଜେନ୍ସି ରଏଟରର ସୂଚନା ଅନୁଯାୟୀ, ଶନିବାର ଦକ୍ଷିଣ ଜର୍ମାନୀର ସହର ରିଜେନ୍ସବର୍ଗ ଓ ନୁରେମବର୍ଗ ମଧ୍ୟରେ ଏକ ଏକ୍ସପ୍ରେସ ଟ୍ରେନରେ ଛୁରାମାଡ ହୋଇଛି । ଏଥିରେ ଅଧିକାଂଶ ଯାତ୍ରୀ ଆହତ ହୋଇଥିବା ଜଣାପଡିଥିବା ବେଳେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଛୁରାମାଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏପଟେ ଆହତଙ୍କ ସଂଖ୍ୟା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ ।

Share