ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ଭୂକମ୍ପର ୭ ଝଟ୍‌କା, ୧୫ ମୃତ

କାବୁଲ,୭।୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଗୋଟିଏ ପରେ ଗୋଟିଏ ହୋଇ ୭ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ୬.୩ ତିବ୍ରତା ବିଶିଷ୍ଟ ଭୂକମ୍ପରେ ବହୁତ କ୍ଷୟକ୍ଷତି ହୋଇଥିବା ବେଳେ ୧୫ ଲୋକଙ୍କ ମୃତ୍ୟୁ ଘଟିଛି। ସେହିଭଳି ଅନେକ ଲୋକ ଆହତ ହୋଇଥିବା ବେଳେ କିଛି ନିଖୋଜ ଅଛନ୍ତି। ଭୁସ୍ଖଳନ ହେବା ଯୋଗୁ ଅଟ୍ଟାଳିକା ତଳେ ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି। ଏହାପରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ।

ସୂଚନାନୁଯାୟୀ, ଆଫଗାନିସ୍ତାନର ସବୁଠାରୁ ବଡ଼ ସହର ହେରାତର ୪୦ କିମି ଉତ୍ତରପଶ୍ଚିମରେ ଭୂକମ୍ପ କେନ୍ଦ୍ର ରହିଥିଲା। ଏହା ପରେ ୪.୬ ଏବଂ ୬.୩ ତିବ୍ରତା ମଧ୍ୟରେ ୭ ଥର ଝଟ୍‌କା ଅନୁଭୂତ ହୋଇଥିଲା। ପୂର୍ବାହ୍ନ ୧୧ଟାରୁ ଭୂକମ୍ପ ଝଟ୍‌କା ଅନୁଭୂତ ହେବା ମାତ୍ରେ ଲୋକେ ଘରୁ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ। ଯେଉଁମାନେ ଦୌଡ଼ି ପାରି ନ ଥିଲେ ସେମାନେ ଦବି ରହିଛନ୍ତିି। ଆଗାମୀ ସମୟରେ ଅଧିକ ଝଟ୍‌କା ଅନୁଭୂତ ହେବାର ଆଶଙ୍କା ଥିବାରୁ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।

Share