୭୦ ବର୍ଷ ପରେ ସୁବର୍ଣ୍ଣ ନାଗାଭରଣ ବେଶ

ଢେଙ୍କାନାଳ ଅଫିସ, ୧୪।୮ ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ ପୀଠ ପାଇଁ ଶୁକ୍ରବାର ଥିଲା ଐତିହାସିକ ଦିନ। କାରଣ ଦୀର୍ଘ ୭୦ବର୍ଷ ପରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଙ୍କ ସୁବର୍ଣ୍ଣ ନାଗାଭରଣ ବେଶ। ସୁନାର ପଞ୍ଚବକ୍ର ମୁକୁଟ ପରିଧାନ କରି ଶ୍ରୀଜୀଉ ଝଲସି ଉଠିଥିବାବେଳେ ପରମ୍ପରା ଅନୁଯାୟୀ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ରାଜ ପରିବାର ପକ୍ଷରୁ ପରମ୍ପରା ଅନୁଯାୟୀ ଯୁବରାଜ ଅମରଜ୍ୟୋତି ସିଂଦେଓ ପ୍ରଥମେ ଏବଂ ଏହାପରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ପୂଜାର୍ଚ୍ଚନା କରିଥିଲେ।
ମହାପ୍ରଭୁ ଚନ୍ଦ୍ରଶେଖର ଅମାପ ସମ୍ପତ୍ତିର ଅଧିକାରୀ। ପୂର୍ବରୁ ଶ୍ରୀଜୀଉଙ୍କ ସୁବର୍ଣ୍ଣ ଅଳଙ୍କାର ବେଶ ଅନୁଷ୍ଠିତ ହେଉଥିବା ଇତିହାସ କୁହେ। ତେବେ ୭୦ ବର୍ଷ ତଳେ ଠାକୁରଙ୍କ ସୁବର୍ଣ୍ଣ ପଞ୍ଚବକ୍ର ମୁକୁଟ ଚୋରି ହୋଇଯାଇଥିଲା। ସେହିଦିନଠାରୁ ସ୍ବତନ୍ତ୍ର ଦିବସରେ ଅନୁଷ୍ଠିତ ନାଗାଭରଣ ବେଶରେ ମହାପ୍ରଭୁ ରୁପା ମୁକୁଟ ପରିଧାନ କରୁଥିଲେ। ନବନିର୍ମିତ ସୁବର୍ଣ୍ଣ ମୁକୁଟ ୧କେଜି ୯୧୦ ଗ୍ରାମ ସୁନାରେ ନିର୍ମିତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୧କୋଟି ୩୦ଲକ୍ଷ ଟଙ୍କା। ଏଥିଲାଗି ପ୍ରଶାସନ ପକ୍ଷରୁ ଦାନ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ମୁକ୍ତ ହସ୍ତରେ ସୁନା, ଅର୍ଥ ଦାନ କରିଥିଲେ। ଜିଲାପାଳ ବେହେରାଙ୍କ ତତ୍ତ୍ୱାବଧାନ ଏବଂ ଜିଲା ଦେବୋତ୍ତର ବିଭାଗ ଉଦ୍ୟମରେ ପଞ୍ଚବକ୍ର ସୁନା ମୁକୁଟ ତିଆରି ହୋଇଛି। ପୁଷ୍ପାଭିଷେକ, ଜାଗର ଯାତ୍ରା ଏବଂ ମକର ସଂକ୍ରାନ୍ତି ଅବସରରେ ଠାକୁରଙ୍କ ନାଗାଭରଣ ବେଶ ଅନୁଷ୍ଠିତ ହୋଇଥାଏ। ଏଣିକି ସମ୍ପୃକ୍ତ ସ୍ବତନ୍ତ୍ର ଦିବସରେ ମହାଦେବ ସୁନାମୁକୁଟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଶୁକ୍ରବାର କୋଭିଡ୍‌ କଟକଣା ମଧ୍ୟରେ ଶ୍ରୀଜୀଉଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଏହାପରେ ନାଗାଭରଣ ବେଶରେ ମହାପ୍ରଭୁ ଦର୍ଶନ ଦେଇଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁୁମାର ମଲ୍ଲିକ, ଏସ୍‌ପି କେ. ଶିବା ସୁବ୍ରମଣୀ, ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାସ, ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନିଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଏହି ଅବସରରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
୩ମାସ ତଳେ ହୋଇଥିଲା ନିଷ୍ପତ୍ତି
ଦୀର୍ଘବର୍ଷ ପରେ ଶ୍ରୀ ଚନ୍ଦ୍ରଶେଖରଙ୍କ ନାଗାଭରଣ ବେଶ ଅନୁଷ୍ଠିତ ହୋଇଛି। ଏଥିଲାଗି ୩ ମାସ ତଳେ ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଜିଲା ଓ ରାଜ୍ୟର ବହୁ ଶ୍ରଦ୍ଧାଳୁ ଏଥିରେ ସହାୟତା କରିଛନ୍ତି। ସୁବର୍ଣ୍ଣ ପଞ୍ଚବକ୍ର ମୁକୁଟ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଛି।
-ଅମରଜ୍ୟୋତି ସିଂଦେଓ, ଢେଙ୍କାନାଳ ଯୁବରାଜ
ସମସ୍ତଙ୍କ ସହଯୋଗରୁ ସମ୍ଭବ ହୋଇଛି
ସୁନାମୁକୁଟ ଚୋରି ହୋଇଯିବା ପରେ ୧୯୫୦ ପରଠାରୁ ଠାକୁରଙ୍କ ସୁବର୍ଣ୍ଣ ନାଗାଭରଣ ବେଶ ବନ୍ଦ ରହିଥିଲା। ଏହା ଜଣାପଡ଼ିବା ପରେ ପୁନର୍ବାର ସୁନା ଅଳଙ୍କାର ଲାଗି ନାଗାଭରଣ ବେଶ କରିବା ପାଇଁ ଚିନ୍ତା କରାଯାଇଥିଲା। ସମସ୍ତଙ୍କ ସହଯୋଗରେ ଏହା ସମ୍ଭବପର ହୋଇପାରିଛି।
-ଭୂମେଶ ଚନ୍ଦ୍ର ବେହେରା, ଜିଲାପାଳ
ବିଦେଶରୁ ମଧ୍ୟ ସହାୟତା ମିଳିଛି
ଜିଲା ଦେବୋତ୍ତର ବିଭାଗ ପାଇଁ ଏହା ହେଉଛି ଐତିହାସିକ ଦିନ। ଗତ ଜାଗର ଯାତ୍ରା ପରେ ଠାକୁରଙ୍କ ସୁବର୍ଣ୍ଣ ନାଗାଭରଣ ବେଶ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଠାକୁରଙ୍କ ମୁକୁଟ ଲାଗି ଜିଲା, ରାଜ୍ୟ ସମେତ ଦେଶବିଦେଶରୁ ସହାୟତା ମିଳିଛି। ଦାତାଙ୍କ ୫୦ ପ୍ରତିଶତ ଏବଂ ଦେବୋତ୍ତର ବିଭାଗର ୫୦ ପ୍ରତିଶତ ଅର୍ଥରେ ଏହାକୁ ନିର୍ମାଣ କରାଯାଇଛି।
-ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲା ଦେବୋତ୍ତର ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri