Posted inଜାତୀୟ

ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ଏକଜୁଟ ହେଲେ ୧୭ ବିରୋଧି ଦଳ…

ନୂଆଦିଲ୍ଲୀ, ୩।୮ : ଦେଶର ୧୭ ବିରୋଧୀ ଦଳ ଏକଜୁଟ ହୋଇ ୨୦୧୯ ରେ ପ୍ରିଭେନଶନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ରେ କରାଯାଇଥିବା ସଂଶୋଧନକୁ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ବିପଜ୍ଜନକ ବୋଲି କହିଛନ୍ତି। କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଆମ ଆଦମୀ ପାର୍ଟି, ସିପିଏମ, ସମାଜବାଦି ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ସମେତ ଅନ୍ୟ କେତେକ ଦଳ ଦସ୍ତଖତ କରିଥିବା ବିବୃତ୍ତିରେ କୁହାଯାଇଛି ଯେ ଏହି ବିପଜ୍ଜନକ ରାୟ ସ୍ବଳ୍ପକାଳୀନ ହେବ ଏବଂ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟ ଶୀଘ୍ର ଫେରି ଆସିବ ବୋଲି ଆମେ ଆଶା କରୁଛୁ।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ଗତ ସପ୍ତାହରେ ଦେଇଥିବା ରାୟରେ ସଂଶୋଧିତ ଆଇନ ଅନୁଯାୟୀ ଇଡିକୁ ଦିଆଯାଇଥିବା ବ୍ୟାପକ କ୍ଷମତାର ବୈଧତାକୁ ସମର୍ଥନ କରିଛନ୍ତି। ବିରୋଧୀ ଦଳ ପୁଣିଥରେ ସୁପ୍ରିମକୋର୍ଟ ଯାଇ ଏହି ନିଷ୍ପତ୍ତିର ସମୀକ୍ଷା କରିବାକୁ ପ୍ରସ୍ତୁତ ହେଉଛନ୍ତି।

ବିରୋଧୀ ଦଳ କହିଛନ୍ତି, ନିକଟରେ ସୁପ୍ରିମକୋର୍ଟଙ୍କ ଆଦେଶର ସୁଦୂରପ୍ରସାରୀ ପ୍ରଭାବକୁ ନେଇ ଆମେ ଆମର ଗଭୀର ଚିନ୍ତା ପ୍ରକଟ କରୁଛୁ ଯେଉଁଥିରେ ସୁପ୍ରିମକୋର୍ଟ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨ରେ ହୋଇଥିବା ସଂଶୋଧନକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରିଥିଲେ ଏବଂ ଏହାର ଯାଞ୍ଚ୍‌ କରିନାହାଁନ୍ତି। ଫାଇନାନ୍ସ ବିଲ ମାଧ୍ୟମରେ ଏହି ସଂଶୋଧନଗୁଡ଼ିକ ମଧ୍ୟରୁ କିଛି କରାଯାଇଛି ବୋଲି ବିରୋଧୀ ଦଳ କହିଛନ୍ତି ଯେ ଆମେ ଆମର ସୁପ୍ରିମକୋର୍ଟଙ୍କୁ ସମ୍ମାନ ଦେଉଛୁ ଏବଂ ସର୍ବଦା ତାହା କରିବୁ। ତଥାପି ଆମେ ଉଲ୍ଲେଖ କରିବାକୁ ବାଧ୍ୟ ଅଟୁ ଯେ ଫାଇନାନ୍ସ ବିଲ ମାଧ୍ୟମରେ କରାଯାଇଥିବା ସଂଶୋଧନର ଆଇନଗତ ସ୍ବୀକୃତି ବିଚାର କରି ବୃହତ ବେଞ୍ଚର ନିଷ୍ପତ୍ତିକୁ ଅପେକ୍ଷା କରାଯିବା ଉଚିତ।

ପ୍ରତିଶୋଧ ରାଜନୀତିରେ ଏହି ସଂଶୋଧନଗୁଡ଼ିକର ଅପବ୍ୟବହାର କରାଯାଉଛି। ବିରୋଧୀ ଦଳ କହିଛନ୍ତି, ଶୀର୍ଷକୋର୍ଟଙ୍କ ପକ୍ଷରୁ ଏକ ନିରପେକ୍ଷ ନିଷ୍ପତ୍ତି ଦିଆଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri