ଟାଟା ଷ୍ଟିଲ ସହ ମିଶ୍ରଣ ହେବ ଗ୍ରୁପର ୭ସହାୟକ କମ୍ପାନୀ

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଟାଟା ଗ୍ରୁପର ପ୍ରମୁଖ କମ୍ପାନୀ ଟାଟା ଷ୍ଟିଲ ସହ ଗ୍ରୁପର ଆଉ ୭ ସହାୟକ କମ୍ପାନୀର ମିଶ୍ରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରି କି ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ଟାଟା ଷ୍ଟିଲ ସହ ଗ୍ରୁପର ଅନ୍ୟ ୭ ସହାୟକ କମ୍ପାନୀ ମିଶ୍ରଣ ହେବା ନେଇ ଆକଳନ କରାଯାଉଛି। ବିଶେଷ କରି ଟାଟା ଗ୍ରୁପର ଅନୁଗୋଳ ଏନର୍ଜୀ ବ୍ୟତୀତ ଟାଟା ଷ୍ଟିଲରେ ମିଶ୍ରଣ ହେଉଥିବା ବଳକା ୬ ସହାୟକ କମ୍ପାନୀ ଯଥା- ଟାଟା ଷ୍ଟିଲ୍‌ ଲଙ୍ଗ୍‌ ପ୍ରଡକ୍ଟସ (ଟିଏସ୍‌ପିଏଲ), ଦ ଟିନପ୍ଲେଟ୍‌ କମ୍ପାନୀ ଅଫ୍‌ ଇଣ୍ଡିଆ, ଟାଟା ମେଟାଲିକ୍ସ, ଟିଆରଏଫ୍‌, ଇଣ୍ଡିଆନ୍‌ ଷ୍ଟିଲ୍‌ ଆଣ୍ଡ୍‌ ଓ୍ବୟାର ପ୍ରଡକ୍ଟସ ଏବଂ ଟାଟା ଷ୍ଟିଲ୍‌ ମାଇନିଙ୍ଗ୍‌, ଏସ୍‌ ଆଣ୍ଡ୍‌ ଟି ମାଇନିଙ୍ଗ୍‌ କମ୍ପାନୀ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି।

ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ପରିଚାଳନା ନିର୍ଦ୍ଦେଶକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଟି.ଭି. ନରେନ୍ଦ୍ରନ କହିଛନ୍ତି, ୨୦୨୨ ସେପ୍ଟେମ୍ବରରେ ଟାଟା ଷ୍ଟିଲ୍‌ ବୋର୍ଡ ତା’ର ୬ ସହାୟକଙ୍କ କମ୍ପାନୀଙ୍କୁ ଟାଟା ଷ୍ଟିଲ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲା। କାରଣ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ସେ ସମୟରେ ମଞ୍ଜୁରୀ ଦେଇଥିଲେ। ଏହାଦ୍ବାରା ସମସ୍ତ କମ୍ପାନୀଙ୍କ ମଧ୍ୟରେ ଉତ୍ତମ ତାଳମେଳ, କାର୍ଯ୍ୟଦକ୍ଷତା ଏବଂ ଖର୍ଚ୍ଚ କମ୍‌ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। ସେହିଭଳି ଉପରୋକ୍ତ କମ୍ପାନୀଙ୍କ ମିଶ୍ରଣ ନେଇ ଏକ ପ୍ରଶ୍ନର ଉତ୍ତରରେ ଟି.ଭି.ନରେନ୍ଦ୍ରନ କହିଛନ୍ତି, ଆମେ ୬ କମ୍ପାନୀଙ୍କ ମିଶ୍ରଣ ନେଇ ଘୋଷଣା କରିସାରିଛୁ। ବିଶେଷ କରି ଟାଟା ଷ୍ଟିଲରେ ଅନୁଗୋଳ ଏନର୍ଜୀର ମିଶ୍ରଣ ନେଇ ନିକଟରେ ଘୋଷଣା କରାଯାଇଛି। ତେବେ ଉପରୋକ୍ତ ସମସ୍ତ କମ୍ପାନୀର ମିଶ୍ରଣ ନିୟାମକ ପ୍ରକ୍ରିୟା ଉପରେ ନିର୍ଭର କରୁଛି, ଯେଉଁଥିରେ ଏନ୍‌ସିଏଲ୍‌ଟିର ମଞ୍ଜୁରୀ ମଧ୍ୟ ସାମିଲ୍‌ ରହିଛି। ତେଣୁ ଉପରୋକ୍ତ କମ୍ପାନୀଗୁଡିକର ମିଶ୍ରଣ ଆସନ୍ତା ଆର୍ଥିକ ବର୍ଷରେ ସମାପ୍ତ ହେବା ନେଇ ଆକଳନ କରାଯାଉଛି ବୋଲି ନରେନ୍ଦ୍ରନ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri