Posted inଖେଳ

୪୨ ଦିନରେ ଖେଳାଯିବ ୭ ମ୍ୟାଚ୍‌, ଫେବୃୟାରୀ ୯ରୁ ପ୍ରଥମ ଟେଷ୍ଟ: ଜାଣନ୍ତୁ ଲାଇଭ୍‌ ଷ୍ଟ୍ରିମିଂଠାରୁ ଆରମ୍ଭ କରି କାର୍ଯ୍ୟସୂଚୀ…

ନୂଆଦିଲ୍ଲୀ,୪।୨: ବର୍ତ୍ତମାନ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ ଭାରତ ଗସ୍ତରେ ଅଛି। ଏହି ଭ୍ରମଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ (ବର୍ଡର-ଗାଭାସ୍କର ଟ୍ରଫି) ଏବଂ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଅଷ୍ଟ୍ରେଲିଆ ଟିମ୍‌ ଭାରତରେ ୪୨ ଦିନରେ ମୋଟ ସାତୋଟି ମ୍ୟାଚ ଖେଳିବ।

ସମ୍ପୂର୍ଣ୍ଣ ବିବରଣୀ କିଛି ଏଭଳି:
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃଆରୀ ୯ ରୁ ଆରମ୍ଭ ହେବ। ନାଗପୁର, ଦିଲ୍ଲୀ, ଧର୍ମଶାଳା ଏବଂ ଅହମ୍ମଦାବାଦରେ ଟେଷ୍ଟ ସିରିଜ ମ୍ୟାଚ ଖେଳାଯିବ। ଏହା ପରେ ମାର୍ଚ୍ଚ ୧୭ ରୁ ଦିନିକିଆ ସିରିଜ ଖେଳାଯିବ। ଦିନିକିଆ ସିରିଜ ମୁମ୍ବାଇ, ବିଶାଖାପାଟନମ ଏବଂ ଚେନ୍ନାଇରେ ଖେଳାଯିବ।

ଭାରତ ବନାମ ଅଷ୍ଟ୍ରେଲିଆ ସିରିଜ ଲାଇଭ ଷ୍ଟ୍ରିମିଂ/ଟିଭି ବ୍ରୋଡକାଷ୍ଟ କିପରି ଦେଖିବେ:

ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲାଇଭ ଟେଷ୍ଟ ଏବଂ ଦିନିକିଆ ମ୍ୟାଚ ଦେଖିପାରିବେ। ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ମ୍ୟାଚଗୁଡ଼ିକର ଟେଲିକାଷ୍ଟ ଉପଲବ୍ଧ ହେବ। ଏଥି ସହିତ, ଅନଲାଇନ ମ୍ୟାଚ ଦେଖୁଥିବା ଦର୍ଶକଙ୍କ ପାଇଁ ଭାରତରେ ଡିଜନି + ହଟଷ୍ଟାର୍‌ ଆପ୍‌ରେ ଏହି ସିରିଜର ଲାଇଭ ଷ୍ଟ୍ରିମିଂ ଉପଲବ୍ଧ ହେବ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତର ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍‌. ରାହୁଲ (ଉପ-ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର୍‌, କେ.ଏସ ଭାରତ (ଡବ୍ଲୁ), ଇଶାନ କିଶନ (ଉଇକେଟକିପର), ଆର୍‌ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ ଏବଂ ସୂର୍ଯ୍ୟକୁମାର ଯାଦବ।

ଅଷ୍ଟ୍ରେଲିଆ ଟେଷ୍ଟ ଦଳ: ପ୍ୟାଟ କମିନ୍ସ (ଅଧିନାୟକ), ଆଷ୍ଟନ ଅଗର, ସ୍କଟ ବୋଲାଣ୍ଡ, ଆଲେକ୍ସ କେରେ (ଉଇକେଟକିପର), କ୍ୟାମେରନ ଗ୍ରୀନ, ପିଟର ହ୍ୟାଣ୍ଡସକମ୍ବ, ଜୋସ ହାଜଲେଉଡ, ଟ୍ରାଭିସ ହେଡ, ଉସମାନ ଖାୱାଜା, ମାର୍ନସ ଲାବୁସାଗ୍ନେ, ନାଥନ ଲିଅନ, ଲାନ୍ସ ମୋରିସ, ଟଡ ମର୍ଫି, ମାଥ୍ୟୁ ରେନ୍ସା, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମିଚେଲ ସ୍ବେପସନ ଏବଂ ଡେଭିଡ ୱାର୍ନର

ପ୍ରଥମ ଟେଷ୍ଟ:
ତାରିଖ: ଫେବୃଆରୀ ୦୯, ଶୁକ୍ର – ଫେବୃଆରୀ ୧୩
ସ୍ଥାନ: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ନାଗପୁର
ସମୟ: ଭାରତୀୟ ସମୟ ସକାଳ ୯:୩୦

ଦ୍ୱିତୀୟ ଟେଷ୍ଟ:
ତାରିଖ: ଫେବୃଆରୀ ୧୭, ଶୁକ୍ରବାର- ଫେବୃଆରୀ ୨୧, ମଙ୍ଗଳବାର
ସ୍ଥାନ: ଅରୁଣ ଜେଟଲୀ ଷ୍ଟାଡିୟମ, ଦିଲ୍ଲୀ
ସମୟ: ୯:୩୦ ପୂର୍ବାହ୍ନ

ତୃତୀୟ ଟେଷ୍ଟ:
ତାରିଖ: ମାର୍ଚ୍ଚ ୦୧ ବୁଧବାର – ମାର୍ଚ୍ଚ ୦୫ ରବିବାର
ସ୍ଥାନ: ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମ, ଧର୍ମଶାଳା
ସମୟ: ୯:୩୦ ପୂର୍ବାହ୍ନ

ଚତୁର୍ଥ ଟେଷ୍ଟ:
ତାରିଖ: ମାର୍ଚ୍ଚ ୦୯, ଶୁକ୍ରବାର – ମାର୍ଚ୍ଚ ୧୩, ସୋମବାର
ସ୍ଥାନ: ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମ୍ମଦାବାଦ
ସମୟ: ୯:୩୦ ପୂର୍ବାହ୍ନ

ଭାରତ ବନାମ ଅଷ୍ଟ୍ରେଲିଆ ଦିନିକିଆ ସିରିଜ ପୂର୍ଣ୍ଣ କାର୍ଯ୍ୟସୂଚୀ:

ପ୍ରଥମ ଦିନିକିଆ :
ତାରିଖ: ମାର୍ଚ୍ଚ ୧୭, ଶୁକ୍ରବାର
ସ୍ଥାନ: ୱାଙ୍ଖଡେ ଷ୍ଟାଡିୟମ, ମୁମ୍ବାଇ
ସମୟ: ଅପରାହ୍ନ ୨ଟା

୨ୟ ଦିନିକିଆ :
ତାରିଖ: ମାର୍ଚ୍ଚ ୧୯, ରବିବାର
ସ୍ଥାନ: ଡା ଓ୍ବାଇ.ଏସ୍‌. ରାଜାସେଖର ରେଡ୍ଡୀ ACA-VDCA କ୍ରିକେଟ ଷ୍ଟାଡିୟମ, ବିଶାଖାପାଟନମ
ସମୟ: ଅପରାହ୍ନ ୨ଟା

ତୃତୀୟ ଦିନିକିଆ :
ତାରିଖ: ମାର୍ଚ୍ଚ ୨୨, ବୁଧବାର
ସ୍ଥାନ: ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ।
ସମୟ: ଅପରାହ୍ନ ୨ଟା


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?