ଫ୍ରାନ୍ସରେ ବିସ୍ଫୋରଣ: ୭ ମୃତ

ପ୍ୟାରିସ୍‌,୧୬ା୨: ଦକ୍ଷିଣ ଫ୍ରାନ୍ସର ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ୨ ପିଲାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ବିସ୍ଫୋରଣରେ ୩୦ ଜଣ ଆହତ ହୋଇଛନ୍ତି କିମ୍ବା ମାନସିକ ଆଘାତ ପାଇଛନ୍ତ ବୋଲି ଘଟଣାସ୍ଥଳ ପରିଦର୍ଶନ କରିଥିବା ଆଭ୍ୟନ୍ତରୀଣ ମନ୍ତ୍ରୀ ଗେରାଲ୍ଡ ଡର୍ମାନିନ୍‌ କହିଛନ୍ତି। ସେଣ୍ଟ ଲାଉରେଣ୍ଟ-ଡି-ଲା-ସାଲାଙ୍କ ସହରରେ ସୋମବାର ରାତି ୨ଟାରେ ଏହି ବିସ୍ଫୋରଣ ହୋଇଥିଲା। ଉକ୍ତ ଦୁଇ ମହଲା ବିଲ୍ଡିଂର ତଳ ମହଲାରେ ବିସ୍ଫୋରଣ ହେବା ପରେ ପାଖ ବିଲ୍ଡିଂକୁ ନିଆଁ ବ୍ୟାପିଯାଇଥିଲା। ବିସ୍ଫୋରଣର କାରଣ ଜଣାପଡ଼ିନାହିଁ।

Share