Categories: ଜାତୀୟ

ବାଣ କାରଖାନରେ ଭୟଙ୍କର ବିସ୍ଫୋରଣ; ୬ ମୃତ

ଶିମଲା,୨୨।୨: ହିମାଚଳପ୍ରଦେଶର ଉନା ଜିଲାର ବାଥଉ ଶିଳ୍ପାଞ୍ଚଳରେ ଥିବା ଏକ ବାଣ କାରଖାନରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଫ୍ୟାକ୍ଟ୍ରିରେ ୧୧ ଜଣ ଫସିଛନ୍ତି। ଏଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।

୧୨ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତ କରାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share