ସାତ ଶତାବ୍ଦୀର କଥା

ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ଆରବରେ ସୃଷ୍ଟି ହୋଇଥିଲା। ଏହା ପଶ୍ଚିମକୁ ଭୂମଧ୍ୟସାଗରୀୟ ଦେଶ ସମୂହ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ(ଏବକାର ଇରାନ୍‌)କୁ ବିସ୍ତାର ହୋଇଥିଲା। ଅଷ୍ଟମ ଶତାବ୍ଦୀ ସୁଦ୍ଧା ଏହା ପୁନର୍ବାର ବିସ୍ତାରିତ ହୋଇ ସ୍ପେନ୍‌ରୁ ଆରମ୍ଭ କରି ସିନ୍ଧ୍‌ ଅଞ୍ଚଳରେ ପହଞ୍ଚତ୍ଥିଲା। ଏହା କିଭଳି ଭାରତରେ ପହଞ୍ଚତ୍ଲା? ରାଜନୈତିକ ବିଚାରରେ ଏହାର ଉତ୍ତର ହେଉଛି ହିଂସା ଓ ଲୁଣ୍ଠନ। କିନ୍ତୁ ବୁଦ୍ଧିଜୀବୀମାନେ ଉତ୍ତର ଦିଅନ୍ତି, ଏହା ଗୋଟିଏ ମାଧ୍ୟମରେ ଭାରତକୁ ଆସି ନ ଥିଲା, ବରଂ ସେତେବେଳର ବାଣିଜ୍ୟ, ଯୁଦ୍ଧ, ପ୍ରଚାର, କୃଷି ଓ ପ୍ରବାସନ ମାଧ୍ୟମରେ ଭାରତକୁ ପ୍ରବେଶ କରିଥିଲା।
ଚେରାମାନ ଜୁମା ସମ୍‌ଜିଦ (କେରଳ), ତାମିଲନାଡୁର ପାଲାୟା ଜୁମା ପାଲି, ଗୁଜରାଟର ଘୋଘା ସ୍ଥିତ ବରଓ୍ବାଡ ମସ୍‌ଜିଦ ହେଉଛି ସପ୍ତମ ଶତାବ୍ଦୀର। ଆରବର ନାବିକ ଓ ବଣିକମାନେ ସ୍ଥାନୀୟ ହିନ୍ଦୁ ରାଜାଙ୍କ ସହାୟତାରେ ଏଗୁଡ଼ିକୁ ନିର୍ମାଣ କରିଥିଲେ। ବାସ୍ତବରେ ସେମାନେ ହେଉଛନ୍ତି ପ୍ରଥମ ଲୋକ ଯେଉଁମାନ ଭାରତୀୟ ଉପକୂଳ ଅଞ୍ଚଳକୁ ଇସ୍‌ଲାମ ସଂସ୍କୃତିକୁ ଆଣିଥିଲେ। ସପ୍ତମ ଶତାବ୍ଦୀରେ ସିନ୍ଧ୍‌କୁ ଆରବୀୟ ଲୁଣ୍ଠନ କରିଥିବା କାହାଣୀ ତ୍ରୟୋଦଶ ଶତାବ୍ଦୀର ଏକ ପର୍ସିଆନ (ଇରାନୀୟ) ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି। ମୁମ୍ବାଇ ନିକଟସ୍ଥ ଠାଣେ ଅଞ୍ଚଳକୁ ଦଖଲକରିବା ପାଇଁ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ଆରବୀୟମାନେ ସିନ୍ଧ୍‌ (ପାକିସ୍ତାନର ଦକ୍ଷିଣ ପୂର୍ବ ଭାଗ)କୁ ଆକ୍ରମଣ କରିଥିଲେ। ତେବେ ସେତେବେଳେ ସେଠାକାର ପ୍ରତିହାର ରାଜାମାନେ ସେମାନଙ୍କୁ ଘଉଡ଼ାଇଦେବାରେ ସଫଳ ହୋଇଥିଲେ। ଇସ୍‌ଲାମ ଧର୍ମ ବାଣିଜ୍ୟ ପଥ ଦେଇ ବିସ୍ତାର ଲାଭ କରିଥିବା ସ୍ପଷ୍ଟ ହେଉଥିଲେ ମଧ୍ୟ ସପ୍ତମ ଶତାବ୍ଦୀରେ ଉପମହାଦେଶରେ ସେନା ଅଭିଯାନ ମାଧ୍ୟମରେ ପହଞ୍ଚି ସିନ୍ଧ ଅଞ୍ଚଳରେ ପ୍ରବେଶ କରିଥିଲା। ଦଶମ ଶତାବ୍ଦୀ ପାଖାପାଖିରେ କେନ୍ଦ୍ର ଏସିଆରୁ ମହମ୍ମଦ ଗଜ୍‌ନୀଙ୍କ ଭଳି ଆକ୍ରମଣକାରୀମାନେ ହିନ୍ଦୁକୁଶ ପର୍ବତ ଅତିକ୍ରମ କରିଥିଲେ ଏବଂ ଧନ ପାଇଁ ସେମାନେ ଉତ୍ତର ଭାରତର ମନ୍ଦିରଗୁଡ଼ିକୁ ଲୁଣ୍ଠନ କରିଥିଲେ। ଦ୍ୱାଦଶ ଶତାବ୍ଦୀ ପରଠାରୁ ସେମାନେ ସେଠାରେ ରହିବା ଆରମ୍ଭ କରିଥିଲେ ଏବଂ ଭାରତର ବିଶାଳ କୃଷି ସମ୍ପଦକୁ ଦଖଲକୁ ନେଇ ଚାଷ ଆରମ୍ଭ କରିଦେଇଥିଲେ। ଏହି ଲୁଣ୍ଠନକାରୀମାନେ ଆରବର ନ ଥିଲେ, ସେମାନେ ଥିଲେ କେନ୍ଦ୍ର ଏସିଆର ତୁର୍କ (ତୁର୍କୀର ବାସିନ୍ଦା)। ପଞ୍ଚଦଶ ଶତାବ୍ଦୀରୁ ମୋଗଲଙ୍କ ଦ୍ୱାରା ତୁର୍କ ଓ ଆଫଗାନମାନଙ୍କ ପ୍ରଭାବ ଧୀରେ ଧୀରେ ହ୍ରାସ ପାଇଥିଲା।
ଏହି ସୁଲତାନମାନେ ଭାରତରେ ଏକ ନୂଆ ପର୍ସିଆନ ଦରବାର ସଂସ୍କୃତି ଆରମ୍ଭ କରିଥିଲେ ଏବଂ ପୁରୁଣା ସଂସ୍କୃତ ଭାଷା ତଥା ସଂସ୍କୃତି ପରମ୍ପରାକୁ ବଦଳାଇଦେଲେ। ସେମାନଙ୍କ ସହ ଥିବା ଘୋଡ଼ାଗୁଡ଼ିକ ସେନାକୁ ଶକ୍ତିଶାଳୀ କରିଥିଲା। ସେଥିପାଇଁ ରାଜସ୍ଥାନରେ ବିଭିନ୍ନ ଅଞ୍ଚଳରେ ଘୋଡ଼ା ଉପରେ ବସିଥିବା ଦେବତା( ପୀର କିମ୍ବା ପୀର କୁହାଯାଏ)ଙ୍କୁ ଉଭୟ ହିନ୍ଦୁ ଓ ମୁସଲମାନ ପୂଜା କରିଥାନ୍ତି। ଦକ୍ଷିଣ ଭାରତର ମନ୍ଦିରଗୁଡ଼ିକରେ ଭାବର ଓ ରାଭୁଟାନ ଭଳି ମୁସଲମାନ ଅଶ୍ୱାରୋହୀ ଯୋଦ୍ଧାମାନେ ହିନ୍ଦୁ ଦେବଦେବୀଙ୍କୁ ଜଗିଥିବାର ଚିତ୍ର ଦେଖିବାକୁ ମିଳେ। ଏହା ବିଶେଷକରି ସମନ୍ବୟ ବା ସଦ୍‌ଭାବନାକୁ ପ୍ରକାଶକରେ। ଶ୍ରୀରଙ୍ଗମ ଭଳି ଦକ୍ଷିଣ ଭାରତର ବିଷ୍ଣୁ ମନ୍ଦିର ସବୁ ମୁସଲମାନ ରାଜକୁମାରୀ ତଥା ଭକ୍ତର କାହାଣୀକୁ ସୂଚିତକରେ ଯିଏ କି ଦେବତାଙ୍କ ସ୍ତ୍ରୀ ହୋଇଥିଲେ। ଏହା ଉଭୟ ସଂସ୍କୃତିର ନିବିଡ଼ ସମ୍ପକକୁ ସୂଚିତ କରୁଛି।
ଦ୍ୱାଦଶ ଶତାବ୍ଦୀ ପରଠାରୁ ସୁଫିମାନେ ଭାରତରେ ପ୍ରବେଶ କରିଥିଲେ। ସେମାନେ ଥିଲେ କେନ୍ଦ୍ର ଏସିଆର ଇସ୍‌ଲାମୀୟ ସୁଫିବାଦୀ। ମଙ୍ଗୋଲୀୟମାନେ ପୁରୁଣା ଆରବ ସାମ୍ରାଜ୍ୟକୁ ଆକ୍ରମଣକରି ନଷ୍ଟ କରିଦେବା ପରେ ସୁଫିମାନେ ଲୋକପ୍ରିୟ ହୋଇଥିଲେ। ଏହି ଅଧ୍ୟାତ୍ମବାଦୀ ବ୍ୟକ୍ତିମାନେ ବାଣିଜ୍ୟ ପଥ ଦେଇ ଭାରତର ସବୁ ଅଞ୍ଚଳକୁ ଯାତ୍ରା କରିଥିଲେ। ସେମାନଙ୍କ ମଧ୍ୟରେ କେତେକେ ସୈନ୍ୟ କିମ୍ବା ଘାଜି ଥିଲେ ଏବଂ ଅନ୍ୟସବୁ ଥିଲେ ଧର୍ମ ପ୍ରଚାରକ; ଯେଉଁମାନେ ଭାବନାତ୍ମକ ଶାନ୍ତି, ନ୍ୟାୟିକ ସେବା, ଓଷଧ ଓ କୃଷିଗତ ଜ୍ଞାନ ପ୍ରଦାନ କରୁଥିଲେ। ଏଣୁ ସେମାନେ ଯେଉଁଠି ରହୁଥିଲେ ସେଠାରେ ଲୋକେ ସେମାନଙ୍କୁ ଭଲ ପାଉଥିଲେ। ସେମାନଙ୍କର ଯେତେବେଳେ ମୃତ୍ୟୁ ଘଟିଲା ସେତେବେଳେ ସେମାନଙ୍କ ଦରଘା କିମ୍ବା ସମାଧି ବା କବରସ୍ଥଳୀ ଆଧ୍ୟାତ୍ମିକ କେନ୍ଦ୍ର ପାଲଟିଗଲା। ସେମାନଙ୍କ ଆତ୍ମା ନିକଟରୁ ଦିବ୍ୟ ଆଶୀର୍ବାଦ ପାଇବା ଲାଗି ସେଠାକୁ ଆଖପାଖ ଅଞ୍ଚଳର ଲୋକେ ଆସୁଥିଲେ। ଏହି ମୁସଲମାନ ପୀରମାନେ ହିନ୍ଦୁ ବୀରଙ୍କ ସହ ମିଶି ଲୋକକଥାର ଦୃଶ୍ୟପଟରେ ଏକ ଅଂଶ ପାଲଟିଯାଇଥିଲେ।
କୃଷିଭିତ୍ତିକ ନୂତନତ୍ୱ ଜ୍ୟାନ ମାଧ୍ୟମରେ ମଧ୍ୟ ଇସ୍‌ଲାମ ଧର୍ମ ବିସ୍ତାର ଲାଭକରିଛି, କିନ୍ତୁ ତାହାକୁ ବହୁ ସମୟରେ ଅଣଦେଖା କରାଯାଇଆସିଛି। ଭାରତକୁ ଆସିଥିବା ସୁଫିମାନେ ଦଶମ ଶତାବ୍ଦୀରୁ କୃଷିର ନୂଆ ଟେକ୍ନୋଲୋଜି ଆରମ୍ଭ କରିଥିଲେ। ସେମାନେ ଜଳଚକ, ଭୂତଳ କେନାଲ ନିର୍ମାଣ କରିଥିଲେ , ଯାହା ସ୍ପେନ୍‌ ଓ ପର୍ସିଆରେ ବିକଶିତ ହୋଇଥିଲା। ଏହା ଯୋଗୁ ଶୁଖିଲା ଅଞ୍ଚଳରେ କୃଷିକାର୍ଯ୍ୟ ସମ୍ଭବ ହେଲା। ଏହିସବୁ ଟେକ୍ନୋଲୋଜି ସିନ୍ଧ୍‌ ଓ ପଞ୍ଜାବକୁ ଆସିଥିଲା ଏହି ଅଞ୍ଚଳଗୁଡ଼ିକୁ କୃଷି ସମୃଦ୍ଧ କରିଥିଲା। ଫଳରେ ସେଠାରେ ଥିବା ଭୂମିହୀନ ଜାଠମାନେ ଜମି ମାଲିକ ହେବା ସହ ଆର୍ଥିକ ଦୃଷ୍ଟିରୁ ଲାଭବାନ୍‌ ହୋଇଥିଲେ। ଏହିସବୁ ଅଞ୍ଚଳରେ ସର୍ବାଧିକ ମୁସଲମାନ ରହୁଥିଲେ ଏବଂ ଧୀରେ ଧୀରେ ପାକିସ୍ତାନ ଚାଲିଯାଇଥିଲେ। ଭାରତର ପୂର୍ବାଞ୍ଚଳରେ ମୋଗଲ ଶାସନ ସମୟରେ ରାଜସ୍ବ ଭିତ୍ତିଭୂମି ବୃଦ୍ଧି ପାଇଁ ଗଙ୍ଗାନଦୀ କୂଳରେ କୃଷିକୁ ଉତ୍ସାହିତ କରାଯାଇଥିଲା। ପୂର୍ବରୁ ମୁଖ୍ୟସ୍ରୋତର ବାହାରେ ରହୁଥିବା ସୀମାନ୍ତ ଅଞ୍ଚଳର ଲୋକମାନେ ଏହି ସୁଯୋଗରୁ ଲାଭ ଉଠାଇଲେ। ସୁଫି ବିଦ୍ୱାନଙ୍କ ସହଯୋଗରେ ସେମାନେ ନୂଆ ବସତି ସ୍ଥାପନ କରିଥିଲେ ଯାହା ପରେ ବାଂଲାଦେଶ ହୋଇଛି। ଏଠାରେ ପଞ୍ଚପୀରଙ୍କ ପୂଜା ହେଉଥିବା ଦେଖିବାକୁ ମିଳେ, ଯାହାଙ୍କୁ ପଞ୍ଚପାଣ୍ଡବ ଭାବେ ଚିହ୍ନଟ କରାଯାଇଥାଏ। କୃଷି ସହ ଜଡ଼ିତ ବନ୍‌ ବିବିଙ୍କ ଭଳି ସ୍ଥାନୀୟ ଦେବୀ ସୁନ୍ଦରବନରେ ଅଛନ୍ତି। ବେଙ୍ଗଲର କୁଟୀରଗୁଡ଼ିକରେ କରାଯାଉଥିବା ଟେରାକୋଟା ଏହି ଅଞ୍ଚଳର ମସ୍‌ଜିଦଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳେ, ଯାହା ଆରବ ଓ ପର୍ସିିଆନ ମସ୍‌ଜିଦଠାରୁ ସମ୍ପୂର୍ଣ୍ଣ ଭିନ୍ନ।
ବିଶେଷକରି ତ୍ରୟୋଦଶ ଶତାବ୍ଦୀର ମଙ୍ଗୋଲ ଆକ୍ରମଣ ପରେ କେନ୍ଦ୍ର ଏସିଆ ଏବଂ ପାରସ୍ୟରୁ ଅନେକ ପ୍ରବାସୀ ମୁସଲମାନ ଦିଲ୍ଲୀ ଓ ବାହାମନି ସାମ୍ରାଜ୍ୟରେ ନିଯୁକ୍ତି ସୁଯୋଗକୁ ଲକ୍ଷ୍ୟକରି ଆସିଥିଲେ। ଅନେକେ ସପରିବାର ଆସିଥିଲେ ଏବଂ ଆଉ କେତେକେ ସ୍ଥାନୀୟ ମହିଳାଙ୍କୁ ବିବାହ କରିଥିଲେ। ସେମାନଙ୍କ ମଧ୍ୟରେ କେତେକେ ନୌକର (ସବୈତନିକ ସୈନ୍ୟ) ଏବଂ ଚାକର (ସବୈତନିକ ଆକାଉଣ୍ଟାଣ୍ଟ) ଥିଲେ। ଇସ୍‌ଲାମ ଧର୍ମ ମଧ୍ୟ ସେମାନଙ୍କ ସହ ଆସିଥିଲା। ସେମାନେ ଦରବାରରେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ ଓ ପର୍ସିଆନ ଭାଷା କହୁଥିଲେ ଏବଂ ପର୍ସିଆନ ଶୈଳୀରେ ମସ୍‌ଜିଦ ନିର୍ମାଣ କରିଥିଲେ। ସ୍ଥାନୀୟ ସମ୍ଭ୍ରାନ୍ତୀୟ ଭାରତୀୟ ମୁସଲମାନମାନେ ପ୍ରବାସୀ ସମ୍ଭ୍ରାନ୍ତ ମୁସଲମାନଙ୍କୁ ବିରୋଧ କରିଥିଲେ। ସମ୍ଭ୍ରାନ୍ତୀୟ ମୁସଲମାନମାନେ ନୀଚଜାତିର ଲୋକଙ୍କ ଧର୍ମାନ୍ତରୀକରଣକୁ ଗୁରୁତ୍ୱ ଦେଉ ନ ଥିଲେ। ଏହିପରି ଭାବେ ଭାରତରେ ଇସ୍‌ଲାମ ଧର୍ମର ପ୍ରବେଶର ଜଟିଳ କାହାଣୀ ହେଉଛି ଏକ ସାତ ଶତାବ୍ଦୀର କଥା , ଯେଉଁଥିରେ ବାଣିଜ୍ୟ, ଯୁଦ୍ଧ, ପ୍ରଚାରକ, କୃଷିବିତ୍‌ ଏବଂ ପ୍ରବାସୀ ଜଡ଼ିତ ରହିଛନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri