ଏଏସ୍‌ଆଇ କାର୍ଯ୍ୟ ନେଇ ସେବାୟତ ଖପ୍ପା

ପୁରୀ ଅଫିସ,୩୦।୧୦: ଗତ କିଛିଦିନ ତଳେ ଶ୍ରୀମନ୍ଦିର ଭିତରୁ ପଥର ଖସିଥିଲା। ଏହି ଘଟଣା ବିଷୟରେ ସେବାୟତମାନେ ଏଏସ୍‌ଆଇକୁ ଜଣାଇଥିଲେ। ହେଲେ ଏଏସ୍‌ଆଇ ପକ୍ଷରୁ କୌଣସି ଅନୁଧ୍ୟାନ କରା ନ ଯିବାରୁ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି କି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଥିଲା। କିନ୍ତୁ କଥା ପ୍ରଚାର ହେବା ସହ ଲୋକଲୋଚନକୁ ଆସିବା ପରେ ଏବେ ଶ୍ରୀମନ୍ଦିରରୁ ପଥର ଖସିଥିବା କଥା ଶ୍ରୀମନ୍ଦିର ପ୍ରଶାସନ ସ୍ବୀକାର କରିଥିଲା। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଜଗମୋହନ ଦକ୍ଷିଣ ପୂର୍ବ ଦିଗରୁ ଗତ ରବିବାର ପଥର ଖସିଥିଲା। ବେହେରଣ ଦ୍ୱାର ଓ ମୁଦିଲି ଦ୍ୱାର ମଝିରେ ଥିବା ଚର୍ଚ୍ଚା ନିକଟରେ ଏକ ବଡ଼ ପଥର ଖଣ୍ଡ ଖସିଥିଲା। ତେବେ ଉକ୍ତ ସ୍ଥାନରେ ଚଳପ୍ରଚଳ କମ ଥିବାରୁ କାହାରି କ୍ଷତି ହୋଇନାହିଁ। ଖସିପଡିଥିବା ପଥରଟି ପ୍ରାୟ ୧ରୁ ଦେଢ଼ଫୁଟ ଭଳି ହେବ ବୋଲି ଅନୁମାନ କରାଯାଉଛି।
ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଗତ ୨୩ ତାରିଖରେ ଶ୍ରୀମନ୍ଦିର ମାଜଣାମଣ୍ଡପ ନିକଟରେ ଥିବା ଚର୍ଚ୍ଚା ଘର ପାଖରେ ଏକ ପଥର ଖସିଥିଲା। ଖସିଥିବା ପଥରଟିକୁ ଶ୍ରୀମନ୍ଦିର ସୁପରଭାଇଜରଙ୍କ ଜରିଆରେ ଏଏସ୍‌ଆଇ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି। ଜଗମୋହନର ବାହାରପଟୁ ପଥରଟା ଖସିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପ୍ରଶାସକ ଏଏସ୍‌ଆଇକୁ ଅବଗତ କରିବା ସହ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଏସ୍‌ଆଇ ଅନୁଧ୍ୟାନ କରି ପଥର କାହିଁକି ଖସୁଛି ତାହାର ତର୍ଜମା କରି କାର୍ଯ୍ୟ କରିବ। ଏଏସ୍‌ଆଇ ସହ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଲୋଚନା କରାଯାଉଛି। ସେହିପରି ଶ୍ରୀମନ୍ଦିରର ଯେଉଁ ସ୍ଥାନରେ ପାଣି ଗଳୁଥିଲା ତାହାର ମରାମତି କରାଯାଇଛି ଓ ଆଉ କେଉଁ ସ୍ଥାନରେ ପାଣି ଗଳୁଛି, ତାହାର ମଧ୍ୟ ଅନୁଧ୍ୟାନ କରାଯାଇ ମରାମତି କରାଯିବ ବୋଲି ଜେନା କହିଛନ୍ତି। ଅନ୍ୟପଟେ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱରେ ଥିବା ଏଏସ୍‌ଆଇ ଚରମ ଅବହେଳା କରୁଛି। କିଛିଦିନ ତଳେ ଶ୍ରୀମନ୍ଦିର ରନତ୍ସିଂହାସନ ଶ୍ରୀବଳଭଦ୍ରଙ୍କ ପଛପାଶର୍‌ବରୁ ଚୂନ ପ୍ଲାଷ୍ଟର ଖସିଥିଲା। ଏବେ ପୁଣି ଶ୍ରୀମନ୍ଦିର ଚର୍ଚ୍ଚା ଘର ବାହାରପଟେ ପଥର ଖସିଛି। ଘଟଣାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏଏସ୍‌ଆଇ ଏଯାଏ ଅନୁଧ୍ୟାନ କରିନାହିଁ। ଯେଉଁଠି ପଥର ଖସୁଛି ସେଇଠି କାରୁକାର୍ଯ୍ୟ ପଥର ଲଗାଇବା ପରିବର୍ତ୍ତେ ଧଳାପଥର ଲଗାଇଦେଇଛି। ରାଜ୍ୟରେ ବହୁତ କୁଶଳି କାରିଗର ଅଛନ୍ତି। ତେଣୁ ଏଏସ୍‌ଆଇ ଯଦି କାର୍ଯ୍ୟରେ ଅବହେଳା କରୁଛି, ତେବେ ତା’କୁ ସରକାର ତୁରନ୍ତ ବାହାର କରିଦେବା ଆବଶ୍ୟକ। ଶ୍ରୀମନ୍ଦିର ଘଟୁଆ ସେବକ ତଥା ପୂର୍ବତନ ନଗରପାଳ ଗୌରହରି ପ୍ରଧାନ କହିଛନ୍ତି, ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଛତିଶା ନିଯୋଗ, ପରିଚାଳନା କମିଟି ଆଦି ବୈଠକରେ ବାରମ୍ବାର ଏନେଇ ଉଦ୍‌ବେଗ ପ୍ରକାଶ କରାଯାଇ ଏଏସ୍‌ଆଇକୁ ଜଣାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଏପରି କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଏସ୍‌ଆଇକୁ ତୁରନ୍ତ ଶ୍ରୀମନ୍ଦିର ଦାୟିତ୍ୱରୁ ନିବୃତ କରନ୍ତୁ। ଅନ୍ୟପଟେ ଶ୍ରୀମନ୍ଦିର ବୈଷୟିକ କୋର୍‌ କମିଟି ସଦସ୍ୟ ଡ. ଏନ୍‌.ସି.ପାଲ୍‌ କହିଛନ୍ତି, ଶ୍ରୀମନ୍ଦିର ବୈଷୟିକ କୋର୍‌ କମିଟି ବାରମ୍ବାର ଅନୁଧ୍ୟାନ କରି ଆବଶ୍ୟକ ମରାମତି ଓ ପଦକ୍ଷେପ ନେବାକୁ ଏଏସ୍‌ଆଇକୁ କହିଛି। ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସରିବାକୁ କହିଛି। ଏଏସ୍‌ଆଇକୁ ଖସିଥିବା ପଥର ହସ୍ତାନ୍ତର କରାଯାଇଥିବାରୁ ତାହାକୁ ସେମାନେ ଅନୁଧ୍ୟାନ କରୁଛନ୍ତି। ଅପରପକ୍ଷେ ଶ୍ରୀମନ୍ଦିର ନାଟମଣ୍ଡପ ଓ ପାଶର୍‌ବ ଦେବଦେବୀ ମନ୍ଦିରରେ ଆବଶ୍ୟକ ମରାମତି ପାଇଁ ୫ ବର୍ଷୀୟା ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି ବୋଲି ଡ. ପାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଧାନ କିଣା ନେଇ କାଲି ଥିଲା ଶେଷ ତାରିଖ, ଏପଟେ ଯୋଗାଣ ମନ୍ତ୍ରୀ କହିଦେଲେ…

ଭୁବନେଶ୍ୱର,୩୦।୩:ଚାଷୀଙ୍କ ପାଇଁ ବଡ଼ ଅପ୍‌ଡେଟ୍‌। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ ଡେଡ୍‌ଲାଇନ୍‌…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ଆଜି ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ବର୍ଷା ବିଗାଡ଼ି ପାରେ ମ୍ୟାଚ୍‌

ଗୌହାଟି,୩୦।୩: ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ସୋମବାର IPL 2026ରେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ଏହି ମୁକାବିଲା ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ…

ଯୁଦ୍ଧ ଭିତରେ ବମ୍ଫର ରୋଜଗାର କଲା ଇରାନ, ତେଲ ବିକ୍ରି କରି ହେଲା ମାଲାମାଲ, ଜାଣିଲେ ଟ୍ରମ୍ପଙ୍କ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୩୦।୩: ଇରାନ ସହିତ ଯୁଦ୍ଧ ଏବେ ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇଛି। ତେଲ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥଳ ଏବଂ ଆକାଶ ଆକ୍ରମଣ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ବଢ଼ୁଛି ନର୍ଲା ବିଧାୟିକା ସ୍ବାମୀଙ୍କ ଅଡ଼ୁଆ: ଏପଟେ ମନୋରମାଙ୍କୁ ଡାକି ନବୀନ କହିଲେ…

ଭୁବନେଶ୍ୱର, କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନର୍ଲା…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri