ଜଙ୍ଗଲରେ ନିଆଁ ଲଗାଉଥିଲେ

ସମ୍ବଲପୁର,୯ା୪(ବ୍ୟୁରୋ): ସମ୍ବଲପୁର ଜିଲା ଛାମୁଣ୍ଡା ଜଙ୍ଗଲରେ ବନବିଭାଗ ଟିମ୍‌ ପାଟ୍ରେଲିଂ କରୁଥିବାବେଳେ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇଥିବା ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଉଡନ୍ତା ମୂଷା, ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ମୃତଦେହ, ଗୁଲେଟ, ୩ଟି ଦିଆସିଲ ଜବତ ହୋଇଛି। ଗିରଫ ଅଭିଯୁକ୍ତ ହେଲେ କଂସର ଗ୍ରାମର ଅଜୟ ଭେଙ୍ଗରା, କେପା ହାତୀପଟା, କେପା ଚୌଉମିରା ଓ ସୀତାରାମ ମୁଣ୍ଡା ।

ମିଳିଥିବା ସୂଚନା ମୁତାବକ, ଫରେଷ୍ଟ ଗାର୍ଡ ରଶ୍ମିରଞ୍ଜନ ନାଥଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍‌ ଛାମୁଣ୍ଡା ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ। ସେତିକିବେଳେ ଅଭିଯୁକ୍ତମାନେ ଜଙ୍ଗଳରେ ନିଆଁ ଲଗାଉଥିବା ଦେଖିବାକୁ ପାଇଥିଲେ। ବନ କର୍ମଚାରୀ ତାଙ୍କୁ ବାକୁ କରି ପଚରାଉଚୁରା କରିଥିଲେ। ତଦନ୍ତ ପରେ ସେମାନେ ନିୟମିତ ଜଙ୍ଗଲରେ ଶିକାର କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ ସମ୍ବଲପୁର ବନଖଣ୍ଡର ଛାମୁଣ୍ଡା, ଉଷାକାନୀ, କେଶାପାଲି ପ୍ରଭୃତି ଜଙ୍ଗଲରେ ଏଭଳି ଉଡନ୍ତା ମୂଷା ଦେଖିବାକୁ ମିଲିଥାଏ। ସେମାନେ ସାଧାରଣ ମୂଷା ଭଳି ଖାଦ୍ୟ ଅନ୍ବେଷଣ କରନ୍ତି ଓ ଗଛକୁ ଗଛ ବୁଲି ନିଜକୁ ସୁରକ୍ଷିତ ରଖିଥାନ୍ତି।