Categories: ଜାତୀୟ

ଜୁବୈରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୫।୭: ଅଲ୍ଟ ନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ପଟିଆଲା କୋର୍ଟ ଏକ ମାମଲାର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶରେ ହୋଇଥିବା ଏକ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟଙ୍କ ଅନ୍ତରରଣ ଆଶ୍ୱସ୍ତି ପ୍ରଦାନ କରିଥିଲେ। ପଟିଆଲା ହାଉସ କୋର୍ଟ ଜୁଲାଇ ୧୪ ଅର୍ଥାତ୍‌ ଗୁରୁବାର ଶୁଣାଣି ପରେ ଏହି ରାୟକୁ ସଂରକ୍ଷିତ ରଖିଥିଲେ। ତେବେ ଶୁକ୍ରବାର କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସର୍ତ୍ତ ଅନୁଯାୟୀ, ଜୁବୈର କୋର୍ଟଙ୍କ ଅନୁମତି ବିନା ଦେଶ ଛାଡି ପାରିବେ ନାହିଁ। ଏଥିସହ ଜାମିନ ପାଇଁ ତାଙ୍କୁ ୫୦-୫୦ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଦେବାକୁ ପଡିବ। ସୂଚନା ମୁତାବକ, ଏକ ବିବାଦୀୟ ଟୁଇଟକୁ ନେଇ ମହମ୍ମଦ ଜୁବୈର ଗିରଫ ହୋଇଥିଲେ।

Share