ଭକ୍ତଙ୍କୁ ଭଲ ଆଚରଣ ଦେଖାଇବେ ସେବାୟତ, କର୍ମଚାରୀ

ପୁରୀ, ୨୩ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରରେ ସଂସ୍କାର ପାଇଁ ପ୍ରଶାସନ ପୁଣି ଏକ ନୂତନ ପଦକ୍ଷେପ ନେବାକୁ ଯାଉଛି। ପୂର୍ବରୁ ଶ୍ରୀମନ୍ଦିର ପରିସରକୁ ମୋବାଇଲ ଫୋନ ନେବା, ସେବାୟତ, କର୍ମଚାରୀ ଓ ଭକ୍ତ ପାନ, ଗୁଟ୍‌ଖା ଆଦି ସେବନ କରିବା, ପଲିଥିନ, ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ଶ୍ରୀମନ୍ଦିର ପ୍ରଶାସନ କଟକଣା ଜାରି କରିଥିଲା। ସେହିପରି ଭକ୍ତମାନେ ଶୃଙ୍ଖଳିତ ପୋଷାକ ପରିଧାନ କରିବା ନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିଲା। ଏବେ ଆଉ ଏକ ନୂତନ ନିୟମ ଲାଗୁ ହେବାକୁ ଯାଉଛି। ସେବାୟତମାନଙ୍କ ଆଚରଣ ଓ ଉଚ୍ଚାରଣ ଉପରେ ଗୁରୁତ୍ୱ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ଏଣିକି ଭଲ ବ୍ୟବହାର, ଭଲ ଆଚରଣ ଦେଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖ ହୋଇଛି ଯେ, ଶଙ୍ଖକ୍ଷେତ୍ର ପୁରୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆସୁଥିବା ଅଗଣିତ ଭକ୍ତମାନେ ଏକ ଦିବ୍ୟ ଓ ଆଧ୍ୟାତ୍ମିକ ଅନୁଭୂତି ନେଇ ଫେରନ୍ତୁ ଏବଂ ଏ ସ୍ଥାନର ମହନୀୟତା, ଆତିଥେୟତା ତଥା ସୁବ୍ୟବସ୍ଥା ସଂକ୍ରାନ୍ତରେ ବିଶ୍ୱକୁ ଅବଗତ କରାନ୍ତୁ। ଏଥିପାଇଁ ଆଉ ଏକ ବଡ଼ ଆହ୍ବାନ ହେଲା ଆଚରଣ ଓ ଉଚ୍ଚାରଣ। ଭକ୍ତଙ୍କୁ ଯେପରି କୌଣସି ସ୍ତରରେ କୌଣସି ଦୁର୍ବ୍ୟବହାର ପ୍ରଦର୍ଶନ ନ ହୁଏ ସେ ସଂକ୍ରାନ୍ତରେ ଆମକୁ ଅଧିକ ସଚେତନ ହେବାର ଆବଶ୍ୟକତା ଅନୁଭୂତ ହେଉଛି। ଭକ୍ତମାନେ ମହାପ୍ରଭୁଙ୍କ ଅତିଥି ଓ ତାଙ୍କର ଅନ୍ତରଙ୍ଗ ଦର୍ଶନାଭିଳାଷ ନେଇ ଆସିଥାନ୍ତି। ସେମାନଙ୍କର ଅସମ୍ମାନ ମହାପ୍ରଭୁଙ୍କ ଅସମ୍ମାନ ସହ ସମାନ। ତେଣୁ ଏଦିଗରେ ସମସ୍ତ କର୍ମଚାରୀ ଏବଂ ସେବକଗଣ ଯତ୍ନବାନ ହେଲେ ଭକ୍ତମାନଙ୍କ ଶ୍ରଦ୍ଧା ଓ ସମ୍ମାନ ଭାଜନ ହେବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ। ଭାରତୀୟ ସଂସ୍କୃତିରେ ‘ଅତିଥି ଦେବୋ ଭବଃ’ର ଯେଉଁ ଅମୃତ ଉଚ୍ଚାରଣ ଯୁଗେଯୁଗେ ଅନୁରଣିତ ହୋଇଆସିଛିି, ତାକୁ ଆମ ‘ଆଚରଣ’ରେ ପ୍ରତିଫଳିତ କରିବା ସହ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରର ଶ୍ରୀ ଓ ସମ୍ମାନ ବୃଦ୍ଧିରେ ସହାୟକ ହେବ ବେଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଏନେଇ ଶ୍ରୀମନ୍ଦିର ଅଧିକାରୀ, କମାଣ୍ଡର, ସୁପରଭାଇଜର, ସେବାୟତ ନିଯୋଗ, ଛତିଶା ନିଯୋଗ ଆଦି ସମସ୍ତଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି। ପ୍ରଶାସନ ପକ୍ଷରୁ ଏନେଇ ନଜର ରଖାଯିବ। ଜେଟିପି ଓ ସେବାୟତମାନଙ୍କ ସହ ଏନେଇ ଆଲୋଚନା କରାଯିବ। ଅପରପକ୍ଷରେ ଯଦି କୌଣସି ଭକ୍ତ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିପାରିବେ ବୋଲି ଦାସ କହିଛନ୍ତି। ଏହିି ନିର୍ଦ୍ଦେଶନାମା ତଥା ନିୟମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri