୩-୪ ଡଲାରରେ ଟିକା ଯୋଗାଇବ ସେରମ୍‌

ନୂଆଦିଲ୍ଲୀ, ୫।୧(ପି.ଟି.): ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା ଦ୍ୱାରା ବିକଶିତ ତଥା ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ କରୋନା ଟିକା ‘କୋଭିଶିଲ୍ଡ’ ସରକାରଙ୍କୁ ସ୍ବତନ୍ତ୍ର ମୂଲ୍ୟ ୩ରୁ ୪ ଡଲାର (୨୧୯ରୁ ୨୯୨ ଟଙ୍କା)ରେ ଯୋଗାଇ ଦିଆଯିବ ବୋଲି ସେରମ୍‌ ସିଇଓ ଆଦର ପୁନାଓ୍ବାଲା ସୋମବାର କହିଛନ୍ତି। ଘରୋଇ ବଜାରରେ ଉକ୍ତ ଟିକା ବିକ୍ରି ପାଇଁ ଅନୁମତି ମିଳିଲେ ଦାମ୍‌ ଦୁଇଗୁଣ ହେବ। ଏହି କମ୍ପାନୀ ବର୍ତ୍ତମାନ ସୁଦ୍ଧା କୋଭିଶିଲ୍ଡର ୫ କୋଟି ଡୋଜ୍‌ ପ୍ରସ୍ତୁତ କରିସାରିଲାଣି। ତେବେ ପ୍ରଥମ ପର୍ଯ୍ୟାୟରେ ଭାରତ ସରକାର ଏବଂ ଜିଏଭିଆଇ (ଗ୍ଲୋବାଲ ଆଲିଆନ୍ସ ଫର୍‌ ଭାକ୍ସିନ୍ସ ଆଣ୍ଡ ଇମ୍ୟୁନାଇଜେଶନ) ଦେଶଗୁଡ଼ିକୁ ଯୋଗାଇ ଦିଆଯିବ। ପରେ ଘରୋଇ ବଜାରକୁ ଛଡ଼ାଯିବ ବୋଲି ପୁନାଓ୍ବାଲା କହିଛନ୍ତି।
ଭାରତର ଔଷଧ ନିୟନ୍ତ୍ରକ ରବିବାର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ୍‌କୁ ଜରୁରୀ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଥିଲେ। ଟିକା ଯେପରି ସୁଲଭ ମୂଲ୍ୟରେ ମିଳିବ ଓ ସମସ୍ତଙ୍କ ପାଖରେ ପହଞ୍ଚତ୍ପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଭାରତ ସରକାର ବିପୁଳ ପରିମାଣରେ ଟିକା କିଣିବାକୁ ଥିବାରୁ ୩ରୁ ୪ ଡଲାରରେ ଯୋଗାଇଦିଆଯିବ। ଭାରତ ଓ ଜିଏଭିଆଇ ଦେଶଗୁଡ଼ିକର ଆବଶ୍ୟକତା ପୂରଣ ହେବା ପରେ ଘରୋଇ ବଜାରରେ ଟିକା ବିକ୍ରି ହେବ। ଘରୋଇ ବଜାର ମୂଲ୍ୟ ୬ରୁ ୮ ଡଲାର ରହିବ ବୋଲି ସେ କହିଛନ୍ତି।

୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ଉପରେ କୋଭାକ୍ସିନ୍‌ ପରୀକ୍ଷା ଲାଗି ଅନୁମତି

ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ୍‌ ଟିକାକୁ ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କଠାରେ ପରୀକ୍ଷା କରାଇବା ଲାଗି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ସୋମବାର ଅନୁମୋଦନ କରିଛନ୍ତି। ସେହିପରି ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିଶିଲ୍ଡକୁ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କଠାରେ ପରୀକ୍ଷା କରାଇବାକୁ ଅନୁମତି ମିଳିଛି।
ଡିସିଜିଆଇ ରବିବାର ଉଭୟ ଟିକାକୁ ଜରୁରୀ ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଥିଲେ। ତେବେ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରି ନ ଥିବାରୁ ଏହାକୁ ଅନୁମତି ଦିଆଯିବା ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଥିଲା। ପରେ ଭାରତ ବାୟୋଟେକ୍‌କୁ କୋଭାକ୍ସିନ ଉତ୍ପାଦନ ପାଇଁ ଡିସିଜିଆଇ ରବିବାର ସନ୍ଧ୍ୟାରେ ଲାଇସେନ୍ସଯୁକ୍ତ ଅନୁମତି ପ୍ରଦାନ କରିଥିଲେ ଏବଂ ତିନି ପର୍ଯ୍ୟାୟ ପରୀକ୍ଷାର ସବିଶେଷ ତଥ୍ୟ ଦାଖଲ କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri