ଅନ୍ତେବାସୀ ଛାତ୍ର ଗୁରୁତର ଘଟଣା: ରାତିଅଧରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ, ରୋଷେୟା ବହିଷ୍କୃତ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର ଧନେଶ୍ୱର ଭତ୍ରାଙ୍କ ମୁହଁ କ୍ଷତିବିକ୍ଷକ୍ତ ହୋଇଥିଲା। ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଡାକ୍ତରଖାନା ନ ନେଇ ହଷ୍ଟେଲ ଭିତରେ ଦୀର୍ଘ ୯ ଦିନ ଧରି ତାଲା ପକାଇ ରଖିଥିଲେ। ତେବେ ଶୁକ୍ରବାର କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ପୂର୍ବତନ ଏମ୍‌ପି ତଥା ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ହଷ୍ଟେଲ ପାଚେରି ଡେଇଁ ତାଙ୍କୁ ଉଦ୍ଧାର କରିଥିଲେ। ଏଥିସହ ରାତି ୧୦ଟାରେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ଛାତ୍ରଙ୍କୁ ଜିଲାପାଳଙ୍କୁ ହସ୍ତାନ୍ତର କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ମଙ୍ଗଳ ବିଭାଗ ପକ୍ଷରୁ ହଷ୍ଟେଲ ପରିଚାଳନା ହେଉଥିବା ବେଳେ ଏ ବିଷୟରେ କୌଣସି ଅଧିକାରୀ କିପରି ଜାଣିପାରିଲେ ନାହିଁ ବୋଲି ପ୍ରଦୀପ ପ୍ରଶ୍ନ କରିଥିଲେ। ଜିଲାପାଳ ମଧ୍ୟ ସମାନ ପରିମାଣର ଦାୟୀ ବୋଲି ପ୍ରଦୀପ ତାଙ୍କୁ ସିଧାସଳଖ କହିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାରେ ରାତିଅଧିଆ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାଙ୍ଗାଳି ଚରଣ ସେଠୀ ଓ ହଷ୍ଟେଲ ପରିଚାଳକ କପିଲ ସରାବୁଙ୍କୁ କୋଷାଗୁମୁଡ଼ା ବିଇଓ ନିଲମ୍ବିତ କରିଛନ୍ତି। ପିଏଆଇଟିଡି ରାଜୀବ କୁମାର ସାହୁ ହଷ୍ଟେଲ ରୋଷେୟା ଡମ୍ବରୁ ଭତରାକୁ କର୍ଯ୍ୟଚ୍ୟୁତ କରିଛନ୍ତି । ଜିଲାପାଳ ଏହି ଘଟଣା ସମ୍ପର୍କରେ ଶିକ୍ଷା ଓ ମଙ୍ଗଳ ବିଭାଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରଖିଛନ୍ତି । ବାରମ୍ବାର ବିଦ୍ୟାଳୟ ଓ ହଷ୍ଟେଲ ମାନଙ୍କରେ ଛାତ୍ରୀଛାତ୍ର କୌଣସି କାରଣରୁ ସ୍ବାସ୍ଥ୍ୟ ଖରାପ ହେବ ଓ ଆହତ ହେଲେ ତୁରନ୍ତ ଚିକିତ୍ସା କରାଇବା ଓ ଅଧିକାରୀଙ୍କୁ ଜଣାଇବା ପାଇଁ ଜିଲ୍ଲାପାଳ, ଜିଲା ଶିକ୍ଷା ଅଧିକାରୀ ଓ ଜିଲା ମଙ୍ଗଳ ଅଧିକାରୀ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଏହିଭଳି ଘଟଣାଗୁଡ଼ିକ ଘଟୁଛି । ଏନେଇ ଜିଲାପାଳ ବିରକ୍ତି ଭାବ ମଧ୍ୟ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଛାତ୍ରଙ୍କୁ ଚିକିତ୍ସା ନ କରି ୯ ଦିନ କାଳ ବନ୍ଦ ରଖି ହତ୍ୟା ଉଦ୍ୟମ କରାଯାଇଛି ବୋଲି ପ୍ରଦୀପ କହିଛନ୍ତି। ଧନେଶ୍ୱରଙ୍କର କୌଣସି କ୍ଷତି ହେଲେ ଜିଲାରେ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି। ଏଥିସହ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ରଙ୍କୁ ଏଥିପାଇଁ ଦାୟୀ କରିବା ସହ ଧନେଶ୍ୱରଙ୍କ କ୍ଷତି ହେଲେ ଫାୟାରିଂ କରିଦେବେ ବୋଲି ପ୍ରଦୀପ କହିଛନ୍ତି। ତେବେ ପ୍ରଧାନଶିକ୍ଷକ ଏଯାଏ ଘଟଣା ସମ୍ପର୍କରେ ଅବଗତକରି ନାହାନ୍ତି ବୋଲି ମଙ୍ଗଳ ଅଧିକାରୀ କହିଛନ୍ତି। ଏନେଇ ଜିଲାପାଳ ମହେଶ୍ବର ସ୍ବାଇଁ କହିଛନ୍ତି, ଘଟଣା ଜଣାପଡିବା ପରେ ଡିଇଓ ଏବଂ ଜିଲା ମଙ୍ଗଳ ଅଧିକାରୀଙ୍କୁ ଡକାଯାଇଛି। ଘଟଣାର ତଦନ୍ତ ହେବ। ଛାତ୍ର ଜଣକ କେଉଁ ପରିସ୍ଥିତିରେ ରୋଷେଇଘରକୁ ଯାଇଥିଲେ, ପ୍ରଧାନ ଶିକ୍ଷକ କାହିଁକି ଜଣାଇ ନ ଥିଲେ ତାହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅତିରିକ୍ତ ଜିଲାପାଳ ବିଶ୍ୱଜିତ ବର୍ମନ ଛାତ୍ରଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରିଛନ୍ତି। ଘଟଣାସ୍ଥଳରେ ଡିଇଓ ଛତ୍ରପତି ସାହୁ, ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟ୍ଟନାୟକ, ପୋଲିସ ଏସ୍‌ଆଇ ସବିର ଅହମ୍ମଦ, ଏଏସ୍‌ଆଇ ତୁଳସୀରାମ ପୂଜାରୀ, ଶିବଶଙ୍କର ସ୍ବାଇଁ, ବିଜେଡି ନଗର ସଭାପତି ପ୍ରମୋଦ ରଥ, ସୂର୍ଯ୍ୟକାନ୍ତ ଲେଙ୍କା, ସଞ୍ଜୟ ନାୟକ, କୁନା ପାଢ଼ୀ, ସନୁଜ ତ୍ରିପାଠୀ, ରାମ ମହାପାତ୍ର, ଶୁଭ୍ରାଂଶୁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଛାତ୍ର ଜଣକ କହିଛନ୍ତି,ତାଙ୍କ ବାପା ନାହାନ୍ତି। ସେ ଗୁରୁତର ଆହତ ହେବା ପରେ ମଧ୍ୟ ଚିକିତ୍ସା କରି ରଖିଥିଲେ। ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର କହିଛନ୍ତି ଏହି ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ, ହଷ୍ଟେଲ ମଙ୍ଗଳ ବିଭାଗ ପକ୍ଷରୁ ପରିଚାଳିତ ହେଉଛି । ତେବେ ପ୍ରଧାନ ଶିକ୍ଷକ ଏଯାଏ ଛାତ୍ର ଗୁରୁତର କଥା କହି ନ ଥିଲେ। ଏବେ ଖବର ପାଇଛୁ । ପ୍ରଦୀପ ମାଝୀ ଫାୟରିଂ କରିଦେବି ବୋଲି ଯେଉଁ କଥା କହିଲେ ସେଥିରେ ମୁଁ କୌଣସି ଟିପ୍ପଣୀ ଦେଇ ପାରିବି ନାହିଁ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଇରାନରୁ ଖୋଲାଖୋଲି LPG କିଣିଲା ଭାରତ, ଟ୍ରମ୍ପ ଦେଖି କାବା!

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ବର୍ତ୍ତମାନ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଯୁଦ୍ଧର ଭୟ ମଧ୍ୟରେ, ଭାରତ ଏହାର ଘରୋଇ ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri