ସଙ୍ଗିନ ଅପରାଧୀଙ୍କୁ ମହାମାରୀ ଜାମିନ୍‌ ମନା, ଏଚ୍‌ପିସି…

ନୂଆଦିଲ୍ଲୀ,୧୩।୯: କରୋନା ମହାମାରୀ ଯୋଗୁ ଜେଲ୍‌ରେ ଅପରାଧୀଙ୍କ ଭିଡ଼ କମାଇବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ଡକାୟତି, ଲୁଟ୍‌, ଟଙ୍କା ପାଇଁ ଅପହରଣ ଆଦି ସଙ୍ଗିନ ମାମଲା ସହିତ ଜଡ଼ିତ ଥିବା ଅପରାଧୀଙ୍କୁ ମହାମାରୀ ଜାମିନ ମିଳିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟଙ୍କର ଏକ କମିଟି ପକ୍ଷରୁ କୁହାଯାଇଛି।

କେଉଁ ଅପରାଧୀଙ୍କୁ ମହାମାରୀ ସମୟରେ ଜାମିନ ପ୍ରଦାନ କରାଯିବ ସେ ନେଇ ମାର୍ଗଦର୍ଶନ କରିବା ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ହାଇ ପାୱାର୍‌ କମିଟି (ଏଚ୍‌ପିସି) କରୋନା ମହାମାରୀ ସମୟରେ ଜେଲରେ ଥିବା କେତେକ ଅପରାଧୀଙ୍କୁ ଜାମିନ୍‌ ଦେବାକୁ କହିଥିଲେ।

ତେବେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ପାଇଁ ଅପରାଧୀଙ୍କ ବିରୋଧରେଆଇପିସି ଧାରା ୩୬୪-ଏ ଅନ୍ତର୍ଗତ ଟଙ୍କା ପାଇଁ, ୩୯୪ ଅର୍ନ୍ତଗତ ଉଦ୍ଦେଶ୍ୟମୂଳକ ଆଘାତ ଦେବା ଏବଂ ୩୯୭ ଅନ୍ତର୍ଗତ ଡକାୟତି ଆଦି ମାମଲା ନ ଥିବା ଆବଶ୍ୟକ ବୋଲି ବିଚାରପତି ବିପିନ ସାଙ୍ଘିଙ୍କ ନେତୃତ୍ୱରେ ଗଠିତ କମିଟି ପକ୍ଷରୁ ଏଭଳି କୁହାଯାଇଛି।

କମିଟି ସ୍ପଷ୍ଟୀକରଣ ଦେଇଛି ଯେ,କେତେକ ନିର୍ଦ୍ଦିଷ୍ଟ ଅପରାଧ, ଯେପରିକି ଆଇପିସିର ଧାରା ୩୦୨ ଅନ୍ତର୍ଗତ ହତ୍ୟା କ୍ଷେତ୍ରରେ ମଧ୍ୟ ମହାମାରୀ ଜାମିନ ପ୍ରଦାନ କରି ହେବ ନାହିଁ। ସଙ୍ଗିନ ଅପରାଧ ଉପରେ ବିଚାର କରାଯିବା ପରେ ଏସବୁକୁ ବାଦ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri