Categories: ଫୁରସତ

୧୦୦ ରୋଗୀଙ୍କୁ ବିଷ ଇଞ୍ଜେକ୍‌ସନ ଦେଇ ମାରିଛନ୍ତି ଏହି ନର୍ସ, କାରଣ ଜାଣିଲେ…

ସାଧାରଣତଃ ହସ୍ପିଟାଲରେ ଥିବା ନର୍ସମାନେ ରୋଗୀଙ୍କ ସେବା କରିଥାନ୍ତି। ରୋଗୀ କିପରି ସୁସ୍ଥ ହେବେ ନିଜ ଜୀବନକୁ ବାଜି ଲଗାଇ ରାତିଦିନ ଏକକରି ରୋଗୀଙ୍କ ସେବାରେ ଲାଗିଥାନ୍ତି। ମାତ୍ର ନର୍ସ ଯେ ରୋଗୀଙ୍କ ମୃତ୍ୟୁର କାରଣ ପାଲଟନ୍ତି ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଗୋଟିଏ କି ଦୁଇଟି ରୋଗୀ ନୁହନ୍ତି ଶହଶହ ରୋଗୀଙ୍କୁ ହସ୍ପିଟାଲରେ ବିଷୟ ଇଞ୍ଜେକ୍‌ସନ ଦେଇ ମାରିଛନ୍ତି ଜଣେ ନର୍ସ।
କାହାଣୀରେ ସିରିୟଲ କିଲର କଥା ଅନେକ ଶୁଣିଥିବେ। ମାତ୍ର ଏହି ସିରିୟଲ କିଲର ନର୍ସଙ୍କ କଥା ଶୁଣିଲେ ହୃଦୟରେ ନିଆଁ ଲାଗିଯିବ। ଏହି ଘଟଣା ଜର୍ମାନୀର। ନିଲ୍‌ସ ହୋଏଗ୍ଲ ନାମକ ଜଣେ ପୁରୁଷ ନର୍ସ ୧୦୦ ରୋଗୀଙ୍କୁ ମାରିଛନ୍ତି। ଏବେ ନିଲ୍‌ସ ଆଜୀବନ ଜେଲ୍‌ଦଣ୍ଡ ଭୋଗୁଛନ୍ତି।

୧୯୯୯ରୁ ୨୦୦୫ ମଧ୍ୟରେ ଜର୍ମାନୀର ଦୁଇ ସହରରେ ନିଲ୍‌ସଙ୍କ ଉପରେ ୧୦୦ ରୋଗୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ହସ୍ପିଟାଲ ମଧ୍ୟରେ ବିଷ ଇଞ୍ଜେକ୍‌ସନ ଦେଇ ସେ ରୋଗୀଙ୍କୁ ମାରିଥାନ୍ତି। ଏହା ଯେମିତି ତାଙ୍କ ନିଶାରେ ପରିଣତ ହୋଇଥିଲା। ପ୍ରତିଦିନ ରୋଗୀଙ୍କ ନିକଟକୁ ସେବା କରିବାକୁ ଆସି ସେ ବିଷ ଇଞ୍ଜେକ୍‌ସନ ଦେଇଥାନ୍ତି। ୨୦୦୫ରେ ଯେତେବେଳେ ଜର୍ମାନୀର ଡେଲମେନହୋର୍ଷ୍ଟରେ ଜଣେ ରୋଗୀଙ୍କୁ ବିଷ ଇଞ୍ଜେକ୍‌ସନ ଦେଉଥିଲେ ସେତେବେଳେ ତାଙ୍କୁ ଧରା ଯାଇଥିଲା।

Share