Categories: ଖେଳ

ଗିରଫ ହେଲେ ଜାର୍ଭୋ

ଲଣ୍ଡନ,୪।୯: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ବରାମ୍ବାର ଗ୍ରାଉଣ୍ଡରେ ପଶି ଖେଳରେ ବାଧକ ସାଜୁଥିବା ୟୁଟ୍ୟୁବର ଡାନିଏଲ ଜାର୍ଭିସଙ୍କୁ ଶୁକ୍ରାବର ଗିରଫ କରାଯାଇଛି। ଓଭାଲଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନର ପ୍ରଥମ ସେସନରେ ଜାର୍ଭୋ ପୁଣି ଥରେ ଗ୍ରାଉଣ୍ଡରେ ପ୍ରବେଶ କରି ଖେଳରେ ବାଧକ ସାଜିଥିଲେ। ଏହା ପରେ ତାଙ୍କୁ ସାଉଥ୍‌ ଲଣ୍ଡନ ପୋଲିସ ଗିରଫ କରିଛି।

‘ଜାର୍ଭୋ୬୯’ଙ୍କୁ ସାଉଥ୍‌ ଲଣ୍ଡନ ପୋଲିସ ଗିରଫ କରିଥିବା ବିସିସିଆଇ ସୂତରୁ ଜଣାପଡ଼ିଛି। ତେବେ ତାଙ୍କୁ ଗ୍ରାଉଣ୍ଡରେ ପ୍ରବେଶ କରିବା ପାଇଁ ନୁହେଁ ବରଂ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନ୍ନି ବେଆରଷ୍ଟୋଙ୍କୁ ନିର୍ଯାତନା ଦେବା ପାଇଁ ଗିରଫ କରାଯାଇଛି। ଖେଳରେ ବାଧା ଦେବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସଙ୍ଗୀନ ଅପରାଧ ଭାବେ ଗଣେ ନାହିଁ।

‘ଜାର୍ଭୋ୬୯’ ଲେଖାଥିବା ଟିମ୍‌ ଇଣ୍ଡିଆ ଜର୍ସି ପିନ୍ଧି ୩ୟ ଥର ଲାଗି ଜାର୍ଭୋ ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଇ ଶୁକ୍ରବାର ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ। ଖେଳରେ ବାଧା ଦେବା ସହ ସେ ବେଆରଷ୍ଟୋଙ୍କୁ ଧକ୍କା ଦେଇଥିଲେ ଜାର୍ଭୋ।

Share