ସର୍ବିଆରେ ଗୁଳିକାଣ୍ଡ: ୮ ମୃତ

ବେଲଗ୍ରେଡ,୫।୫: ସର୍ବିଆର ମ୍ଲାଡେନୋଭାକ ସହରର ଡୁବୋନା ଅଞ୍ଚଳରେ ବିଳମ୍ବିତ ରାତିରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଗୁଳି ଚଳାଇଥିବା ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଅଭିଯୁକ୍ତକୁ ଖୋଜିବା ପାଇଁ ପୋଲିସ ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। ତେବେ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ବୟସ ୨୧ ବର୍ଷ ବୋଲି ପୋଲିସ କହିଛି।

Share