ନୂଆଦିଲ୍ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର ମଧ୍ୟରେ ଦିଲ୍ଲୀ କିମ୍ୱା ଅନ୍ୟ କୌଣସି ବଡ଼ ସହରରେ ଯୁବ ଓ ସାମାଜିକ ସଂଗଠନଗୁଡ଼ିକ ଏକତ୍ରିତ ହେବାର ସଙ୍କେତ ମିଳୁଛି।
ଏହି ବିରୋଧ ଜୁଲାଇ ୨୦୨୬ରେ ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ଆନ୍ଦୋଳନ ଭଳି ପରିସ୍ଥିତି ସୃଷ୍ଟି କରିପାରେ। ଏଥିମଧ୍ୟରେ ୨୦ରୁ ୨୩ ସେପ୍ଟେମ୍ୱର ସମୟ ଅଧିକ ସମ୍ୱେଦନଶୀଳ ମନେହେଉଛି।
ଯଦିଓ କେନ୍ଦ୍ର ସରକାର ଭାଙ୍ଗିବା କିମ୍ୱା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦବୀ ଉପରେ ସିଧାସଳଖ ସଙ୍କଟର କୌଣସି ସଙ୍କେତ ନାହିଁ। କୁଣ୍ଡଳୀ ଦର୍ଶାଉଛି ଯେ ସରକାର ନିଜର ରାଜନୈତିକ ସ୍ଥିତି ବଜାୟ ରଖିବେ, ମାତ୍ର ପୋଲିସ, ପ୍ରଶାସନ, ପରୀକ୍ଷା ବ୍ୟବସ୍ଥା, ସଂରକ୍ଷଣ କିମ୍ୱା ମୁଦ୍ରାସ୍ଫୀତି (ମହଙ୍ଗା ମାଡ଼) ସହ ଜଡ଼ିତ କୌଣସି ପ୍ରସଙ୍ଗରେ ତାଙ୍କୁ ଉତ୍ତର ଦେବାକୁ ପଡ଼ିପାରେ। ରାହୁଲ ଗାନ୍ଧୀ ଏବଂ ବିରୋଧୀ ଦଳକୁ ମଧ୍ୟ ଏହି ସମୟରେ ଯୁବ ତଥା ସାମାଜିକ ନ୍ୟାୟ ପ୍ରସଙ୍ଗରେ ସରକାରଙ୍କୁ ଘେରିବାର ସୁଯୋଗ ମିଳିପାରେ।
ଜୁଲାଇ ମାସରେ ଯନ୍ତରମନ୍ତରରେ ଆରମ୍ଭ ହୋଇଥିବା ପ୍ରଦର୍ଶନ ପ୍ରଥମେ ପରୀକ୍ଷା ବ୍ୟବସ୍ଥା ଏବଂ ପ୍ରଶ୍ନପତ୍ର ଲିକ ସହିତ ଜଡ଼ିତ ଥିଲା। ଧୀରେ ଧୀରେ ବେକାରୀ, ଯୁବକମାନଙ୍କ ଭବିଷ୍ୟତ ଏବଂ ସରକାରୀ ଉତ୍ତରଦାୟିତ୍ୱର ପ୍ରଶ୍ନ ମଧ୍ୟ ଏଥିରେ ସାମିଲ ହେଲା। ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଆକ୍ରୋଶ ରାସ୍ତା ପର୍ଯ୍ୟନ୍ତ ପହଞ୍ଚିଲା। ବିରୋଧୀ ନେତାଙ୍କ ସମର୍ଥନ ପରେ ଏହା ଏକ ବଡ଼ ରାଜନୈତିକ ରୂପ ନେଇଥିଲା।
ସେପ୍ଟେମ୍ୱରରେ ଠିକ ସେହି ଘଟଣାର ପୁନରାବୃତ୍ତି ହେବ ବୋଲି ନିଶ୍ଚିତ ଭାବେ କୁହାଯାଇ ନ ପାରେ। କିନ୍ତୁ ଭାରତର କୁଣ୍ଡଳୀରେ ପୁଣି ସେହିଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖାଯାଉଛି। ଫରକ କେବଳ ଏତିକି ହୋଇପାରେ ଯେ ଏଥର ବିରୋଧର କାରଣ କେବଳ ପରୀକ୍ଷା କିମ୍ୱା ନିଯୁକ୍ତି ନ ହୋଇପାରେ।
ସେପ୍ଟେମ୍ୱର ରାଜନୀତିରେ ବୁଧଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଂଶୋତ୍ତରୀ ଦଶାରେ ମଙ୍ଗଳ-ରାହୁ ମଧ୍ୟରେ ବୁଧଙ୍କ ପ୍ରଭାବ ମାସର ଅଧିକାଂଶ ସମୟ ଧରି ରହିବ। ଯୋଗିନୀ ଦଶାରେ ମଧ୍ୟ ବୁଧଙ୍କ ଅଧୀନରେ ଥିବା ଭଦ୍ରିକା ଅବଧି ଚାଲିଛି। ୭ ସେପ୍ଟେମ୍ୱରରେ ଗୋଚରସ୍ଥ ବୁଧ ନିଜର ଉଚ୍ଚ ରାଶି କନ୍ୟାରେ ପ୍ରବେଶ କରିବେ।