ପାଣି ଚୋରି ରୋକିବ ସେନ୍‌ସର

ଯାଜପୁର ଅଫିସ,୧୬।୧୧: ଜଳ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସହର, ଶିଳ୍ପ ଏବଂ ବାଣିଜି୍ୟକ ପ୍ରତିଷ୍ଠାନଗୁଡିକୁ ଆଇନ ଅନୁଯାୟୀ ଜଳଯୋଗାଣ କରାଯାଉଛି। ୱାଟର ଆଲୋକେଶନ କମିଟି(ଡବ୍ଲ୍ୟୁଏସି)ର ମଞ୍ଜୁରୀକ୍ରମେ ୩୧ା୩ା୨୦୨୦ ସୁଦ୍ଧା ୧୦୮ ସହରାଞ୍ଚଳ ଏବଂ ୨୧୭ ଶିଳ୍ପାନୁଷ୍ଠାନକୁ ନଦୀ, ନାଳ ଓ ଭୂତଳ ଜଳ ବଣ୍ଟନ ହେଉଛି। ସେଥିମଧ୍ୟରୁ କେବଳ ୬୦ ଟି ଶିଳ୍ପାନୁଷ୍ଠାନ ଭୂତଳ ଜଳ ବ୍ୟବହାର କରୁଛନ୍ତି। ତେବେ କେଉଁ ଅନୁଷ୍ଠାନ କେତେ ଜଳ ଉତ୍ତୋଳନ କରୁଛି ତା’ର ହିସାବ ରଖିବାକୁ ଜଳ ମାପକ ଯନ୍ତ୍ର(ଫ୍ଲୋ ମିଟର) ବ୍ୟବହାର କରାଯାଉଛି। ଏହି ଯନ୍ତ୍ରର ମିଟର ଅନୁଯାୟୀ ସରକାର ଜଳକର ଆଦାୟ କରି ଆସୁଛନ୍ତି। ତେବେ ଏହି ପ୍ରକ୍ରିୟାରେ ଅଧିକାଂଶ ଶିଳ୍ପାନୁଷ୍ଠାନ ଟାମ୍ପରିଂ କରି ଜଳକର ଫାଙ୍କୁ ଥିବା ଅଭିଯୋଗ ହୋଇଆସୁଛି। ତେଣୁ ରାଜ୍ୟ ସରକାର ଏଣିକି ଶିଳ୍ପାନୁଷ୍ଠାନଗୁଡିକରେ ସେନ୍‌ସର ବେସ୍‌ଡ ଫ୍ଲୋ ମିଟର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯନ୍ତ୍ରରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନ କେତେ ଜଳ ଉତ୍ତୋଳନ କରୁଛି ତାହାର ହିସାବ ଇନ୍‌ଟେକ୍‌ ପଏଣ୍ଟ ନିକଟରେ ଥିତ୍ବା ମେଶିନରେ ମଧ୍ୟ ସୂଚନା ଦେବ। ତେଣୁ ଟାମ୍ପରିଂ କରି ଆଉ କୌଣସି ଶିଳ୍ପାନୁଷ୍ଠାନ ପାଣି ଚୋରି କରିପାରିବ ନାହିଁ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ବିଶ୍ୱାସ ରହିଛି।
ଜଳ ସମ୍ପଦ ବିଭାଗର ରିପୋର୍ଟ ଅନୁସାରେ ହୀରାକୁଦ ଡ୍ୟାମ୍‌ରୁ ଓଡ଼ିଶା ଇଣ୍ଟିଗ୍ରେଟେଡ ପାୱାର ପ୍ରକଳ୍ପ ଦୈନିକ ସର୍ବାଧିକ ୧୪୦ କ୍ୟୁସେକ ପାଣି ବ୍ୟବହାର କରୁଛି। ଏହାପରେ ମହାନଦୀରୁ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ଦୈନିକ ୧୧୭.୭୧ କ୍ୟୁସେକ ପାଣି ନେଉଥିବାବେଳେ ମହାନଦୀ ବ୍ୟାରେଜରୁ ପାରାଦୀପ ଆଇଓସିଏଲ ୩୮.୭୫ କ୍ୟୁସେକ, ହୀରାକୁଦ ଡ୍ୟାମ୍‌ରୁ ଆଇଟିପିସି ୫୨.୯୮ କ୍ୟୁସେକ, ଏନଟିପିସି ଦର୍ଲିପାଲି ୫୫ କ୍ୟୁସେକ, ସେସା ଷ୍ଟେରଲାଇଟ୍‌ ଲିଃ ୭୨ କ୍ୟୁସେକ, ବେଦାନ୍ତ ଆଲୁମିନା ଲିଃ ୪୦.୯ କ୍ୟୁସେକ, ସାମଲ ବ୍ୟାରେଜରୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ୬୬.୧୬ କ୍ୟୁସେକ, ବ୍ରାହ୍ମଣୀ ନଦୀରୁ ଓଡ଼ିଶା ଥର୍ମାଲ ପାୱାର ୮୦ କ୍ୟୁସେକ, ତାଳଚେର ଏନ୍‌ଟିପିସି ୫୫.୪୯ କ୍ୟୁସେକ, ରୁଙ୍ଗଟା ମାଇନ୍ସ ୨୮.୯୪ କ୍ୟୁସେକ, ଖରସ୍ରୋତା ନଦୀରୁ କଳିଙ୍ଗନଗର ଟାଟା ଷ୍ଟିଲ ଲିଃ. ୭୪.୩୨ କ୍ୟୁସେକ ପାଣି ଉତ୍ତୋଳନ କରୁଛନ୍ତି। ସେହିପରି ଓଏମ୍‌ସିର ସୁକୁରୁଙ୍ଗି କ୍ରୋମାଇଟ ମାଇନ୍ସ ଓ ସାଉଥ୍‌ କାଳିଆପାଣି କ୍ରୋମାଇଟ ମାଇନ୍ସ, ସାନ୍ତୁକା ଫୁଡ୍‌ସ ପ୍ରା.ଲିଃ., ରୁଙ୍ଗଟା ମାଇନ୍ସ, ରାମ୍‌କୋ ସିମେଣ୍ଟ, ଦୈତାରୀ ଓଏମ୍‌ସି, କାଳିଆପାଣି କ୍ରୋମାଇଟ ମାଇନ୍ସ, ବାଲେଶ୍ୱର ଆଲୋଏଜ, ଫେକର ଚାର୍ଜକ୍ରୋମ ପ୍ଲାଣ୍ଟ ପ୍ରମୁଖ ଖଣି ଓ ଶିଳ୍ପାନୁଷ୍ଠାନ ଭୂତଳ ଜଳ ବ୍ୟବହାର କରୁଛନ୍ତି। ତେବେ ଉପଯୁକ୍ତ ଭାବେ ହିସାବ ରହୁ ନ ଥିବାରୁ ମନଇଚ୍ଛା ଭୂତଳ ଜଳ ବ୍ୟବହାର କରାଯାଉଛି। ଏହାଦ୍ୱାରା ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଓଡ଼ିଶା ଷ୍ଟେଟ୍‌ ଲେଭଲ କମିଟି(ଏସ୍‌ଏଲ୍‌ସି) ଫର ଆସେସ୍‌ମେଣ୍ଟ ଅଫ ଗ୍ରାଉଣ୍ଡ ୱାଟର ରିସୋର୍ସ(ଜିଡବ୍ଲୁଆର୍‌ଏ)-୨୦୨୦ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ବାଲେଶ୍ୱର ଜିଲାର ବାଲିଆପାଳ, କେନ୍ଦ୍ରାପଡ଼ା ଜିଲାର ଗରଦପୁର, ଖୋର୍ଦ୍ଧା ଜିଲାର ଭୁବନେଶ୍ୱର ଓ ବୋଲଗଡ଼, ଯାଜପୁର ଜିଲାର କୋରେଇ ଏବଂ ନୂଆପଡ଼ା ଜିଲାର ନୂଆପଡ଼ା ବ୍ଲକ ସେମି କ୍ରିଟିକାଲ ସ୍ଥିତିରେ ରହିଛି। ଅନ୍ୟପକ୍ଷେ ଅନେକ ଶିଳ୍ପାନୁଷ୍ଠାନ ପାଣି ନେଇ ଉପଯୁକ୍ତ ଭାବେ ଜଳକର ଦାଖଲ କରୁ ନ ଥିବା ନେଇ ବିଭିନ୍ନ ସମୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ତାଗିଦ କରାଯାଉଛି। ଏହାପରେ କୋର୍ଟ କଚେରୀର ଦ୍ୱାରସ୍ଥ ହୋଇ ଜଳକର ମଧ୍ୟ ଛାଡ଼ ହେଉଥିବା ନଜିର ରହିଛି। ଅତି ନିମ୍ନମାନର ଫ୍ଲୋ ମିଟର ଜରିଆରେ ପାଣି ଯୋଗାଇ ଦିଆଯାଉଥିବାରୁ ବାସ୍ତବରେ କେତେ ପରିମାଣର ପାଣି ଯାଉଛି ତାହା ମଧ୍ୟ ଆକଳନ କରିବା ସମ୍ଭବ ହୋଇପାରୁନାହିଁ। ଏଭଳି ଭାବରେ ଭୂତଳ ଓ ନଦୀଜଳକୁ ଖଣି ଓ ଶିଳ୍ପାନୁଷ୍ଠାନ ଲୁଟ କରି ଆସୁଥିଲେ ହେଁ ସରକାର କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିପାରିନାହାନ୍ତି। ଚୁକ୍ତିଠାରୁ ଢେର ଅଧିକ ୫,୮୭,୧୭୮.୨ କ୍ୟୁବିକ ମିଟର ଜଳ ବ୍ରାହ୍ମଣୀରୁ ଉତ୍ତୋଳନ ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ଗତ ଜୁନରେ ଦର୍ଶାଯାଇଥିଲା। ନିର୍ଦ୍ଧାରିତ ଜଳକର ଅନୁସାରେ କ୍ୟୁବିକ ମିଟର ପିଛା ୬.୭୫ ଟଙ୍କା ଅନୁଯାୟୀ ୩୯,୬୩,୪୫୩ ଟଙ୍କା
ପାଣି ଚୋରି…
ହେଉଥିଲା। ପୂର୍ବ ବଳକାକୁ ମିଶାଇ ଇଡ୍‌କୋ ପାଖରେ ସମୁଦାୟ ୩୨ କୋଟି ୬୨ ଲକ୍ଷ ୭୧୭ ଟଙ୍କା ଜଳକର ବାକି ରହିଥିବା ଜଣାପଡ଼ିଥିଲା। ଏଭଳି ଅନେକ ଦୃଷ୍ଟାନ୍ତ ରହିଥିଲେ ହେଁ ଜଳକର ଆଦାୟ ଉପରେ ସରକାର ସେତେଟା ଗୁରୁତ୍ୱ ଦେଉ ନ ଥିବା ମନେ ହେଉଛି। ତେବେ ବିଳମ୍ବରେ ହେଲେ ମଧ୍ୟ ପାଣି ଚୋରି ରୋକିବାକୁ ଡିଜିଟାଲ ସେନ୍‌ସର ଫ୍ଲୋ ମିଟର ଲଗାଇବାକୁ ବିଭାଗୀୟ ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ନିର୍ଦ୍ଦେଶ ଜାରି କରିଛନ୍ତି। ଯଥାଶୀଘ୍ର ଇନ୍‌ଟେକ୍‌ ପଏଣ୍ଟ ନିକଟରେ ସେନ୍‌ସର ଫ୍ଲୋ ମିଟର ନ ଲଗାଇଲେ ଆବଶ୍ୟକ ଜରିମାନା ଆଦାୟ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜାରକା ଜଳ ସମ୍ପଦ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଡିଜିଟାଲ ଫ୍ଲୋ ମିଟର ଲାଗିଛି। ତେବେ ସେନସର ଫ୍ଲୋ ମିଟର ଲାଗିଲେ ପାଣି ଟାମ୍ପରିଂ ନିୟନ୍ତ୍ରଣ ହୋଇପାରିବ। ତଦାରଖ ହେଉଥିବା ସେଣ୍ଟରରେ ଲାଗିଥିବା ଅନ୍ୟ ଏକ ମେଶିନରେ ପାଣି ଉତ୍ତୋଳନ ପରିମାଣ ମଧ୍ୟ ଜଣାପଡ଼ିବ। ଏହି ମେଶିନ ଜିପିଏସ୍‌(ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ଭଳି କାମରେ ଆସିବ ବୋଲି ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri