Categories: ବାଣିଜ୍ୟ

ସର୍ବକାଳୀନ ଉଚ୍ଚ ସ୍ତରରେ ବନ୍ଦ ହେଲା ସେନସେକ୍ସ, ନିଫ୍ଟି; ଆଇଟି ଶେୟାରରେ ଦେଖିବାକୁ ମିଳିଲା ଉତ୍ସାହ

ମୁମ୍ବାଇ,୧୫।୧: ଭାରତୀୟ ପୁଞ୍ଜି ବଜାରରେ ସୋମବାର ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ଘରୋଇ ଆଇଟି କମ୍ପାନୀ ଗୁଡିକର ଶେୟାର ବୃଦ୍ଧି ସହିତ ଉଭୟେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସେନସେକ୍ସ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ) ନିଫ୍ଟି ସର୍ବକାଳୀନ ରେକର୍ଡ ସ୍ତରକୁ ଛୁଇଁଛି। ପ୍ରଥମ ଥର ପାଇଁ ନିଫ୍ଟି ୨୨,୧୦୦ ପଏଣ୍ଟ ଅତିକ୍ରମ କରିଥିଲା ବେଳେ ସେନସେକ୍ସ ୭୩,୪୦୦ ପଏଣ୍ଟ ଛୁଇଁଥିଲା।

ଦିନର କାରବାର ଶେଷ ବେଳକୁ ସେନସେକ୍ସ ୭୫୯ ପଏଣ୍ଟ ବୃଦ୍ଧି ସହିତ ୭୩,୩୨୭.୯୪ ରେ ବନ୍ଦ ହୋଇଥିଲା ବେଳେ ନିଫ୍ଟି ୨୦୩ ପଏଣ୍ଟ ବୃଦ୍ଧି ସହିତ ୨୨,୦୯୭.୪୫ ପଏଣ୍ଟରେ ବନ୍ଦ ହୋଇଛି।

ଡିସେମ୍ବର ତ୍ରୈମାସିକ ପାଇଁ ଆଶା କରାଯାଉଥିବା ଆୟ ରିପୋର୍ଟ ଅପେକ୍ଷା ଆଇଟି ସେୟାରର ଚିତ୍ତାକର୍ଷକ କାର୍ଯ୍ୟଦକ୍ଷତା ପାଇଁ ବର୍ତ୍ତମାନର ଶେୟାର ବଜାରରେ ରେକର୍ଡ ଉତ୍ସାହ ଦେଖିବାକୁ ମିଳିଛି। ଗତ ଗୁରୁବାର ଦିନ ଟିସିଏସ୍ ଏବଂ ଇନଫୋସିସ୍ ମଧ୍ୟ ବଜାରକୁ ଆଶ୍ଚର୍ଯ୍ୟ କରିଥିଲା ​​ଏବଂ ୱିପ୍ରୋ ଦୁର୍ବଳ ଡିସେମ୍ବର ତ୍ରୈମାସିକ ପାଇଁ ଆଶା କରାଯାଉଥିବା ଅପେକ୍ଷା ଭଲ ଆୟ ରିପୋର୍ଟ କରି ଧାରା ଜାରି ରଖିଥିଲା। ଫଳରେ ୱିପ୍ରୋର ଶେୟର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି।

Share