ଚେନ୍ନାଇ,୨୧ା୧୧: ତାମିଲନାଡୁର କନ୍ୟାକୁମାରୀ ଜିଲା ଅନ୍ତର୍ଗତ ନାଗେରକଏଲ ରେଲ୍ଓ୍ବେ ୟାର୍ଡରେ ଗତ ୧୩ ତାରିଖରେ ଏକ ଅବ୍ୟବହୃତ ଟ୍ରେନ୍ ବଗିରୁ ଜଣେ ୫୪ ବର୍ଷୀୟ ମହିଳାଙ୍କ ମୃତଦେହ ମିଳିଥିଲା। ହେଲେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷେ ମହିଳାଙ୍କ ସୁନା ମୁଦିରେ ଥିବା ହଲ୍ମାର୍କ ବିବରଣୀରୁ ତଦନ୍ତକାରୀ ଟିମ୍ ତାଙ୍କ ପରିଚୟ ପାଇଥିଲା।
ମୁଦି ଗୁଜରାଟର ବୋଲି ଜଣାପଡ଼ିବା ପରେ ପୋଲିସ ଉକ୍ତ ବ୍ୟବସାୟୀଙ୍କ ପାଖରେ ପହଞ୍ଚି ଥିଲେ। ସେ ଛତିଶଗଡ଼ର ରାୟପୁରସ୍ଥିତ ଜଣେ ଖୁଚୁରା ବିକ୍ରେତାଙ୍କୁ ଉକ୍ତ ମୁଦି ବିକିଥିଲେ। ପୋଲିସ ସେଠାରୁ ମହିଳାଙ୍କ ପାନ୍ କାର୍ଡ ବିବରଣୀ ଏବଂ ମଧ୍ୟପ୍ରଦେଶ ଠିକଣା ପାଇ ତାଙ୍କ ପରିବାର ପାଖରେ ପହଞ୍ଚିବା ପରେ ମହିଳା ଜଣକ ୩ ମାସ ହେଲା ନିଖୋଜ ଥିବା ସେମାନେ କହିଥିଲେ। ପୋଲିସ ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରି ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିବା ପରେ ସେ ଅପରାଧ ସ୍ବୀକାର କରିଛନ୍ତି।