ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ ଏକତରଫା ପ୍ରେମ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଅଭିଯୁକ୍ତ ସୁରଜ ଦିଲ୍ଲୀରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି।

ଶବ୍‌ନମ ନାମ୍ନୀ ମହିଳା କର୍ମଚାରୀଙ୍କୁ ଅଭିଯୁକ୍ତ ଟ୍ରାଏଲ୍‌ ରୁମ୍‌କୁ ଘୋଷାଡ଼ି ନେଉଥିବା ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି। ଶବ୍‌ନମ ମୋତିନଗର ମେଟ୍ରୋ ଷ୍ଟେଶନ ନିକଟରେ ଥିବା ଏକ ଶୋ’ରୁମ୍‌ରେ କାମ କରିବା ସହ ପଶ୍ଚିମ ଦିଲ୍ଲୀରେ ପରବାର ସହ ରହୁଥିଲେ। ଅଭିଯୁକ୍ତ ଶବ୍‌ନମଙ୍କ ଜଣାଶୁଣା ଓ ପୂର୍ବରୁ ତାଙ୍କର ବନ୍ଧୁ ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Share