ହୃଦ୍‌ଘାତରେ ପ୍ରାଣ ହରାଇଲେ ବରିଷ୍ଠ ଶିକ୍ଷକ

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ଶିରିପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷକ ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ କନ୍ଧକୁଳ ସମାଜର ଜଣେ ନିଷ୍ଠାବାନ, ଆଦରଣୀୟ ଓ କର୍ମଠ ସଦସ୍ୟ ଥିଲେ। ଶିକ୍ଷା ଓ ସମାଜ ସେବା କ୍ଷେତ୍ରରେ ତାଙ୍କର ଅବଦାନ ସଦା ସ୍ମରଣୀୟ ରହିବ। ତାଙ୍କର ଦେହାନ୍ତ ଅଞ୍ଚଳବାସୀ, ସହକର୍ମୀ, ଶିଷ୍ୟ ଓ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି। ବିଶନାଥ କାଡ୍ରାକାଙ୍କ ପବିତ୍ର ଆତ୍ମାକୁ ଶାନ୍ତି ମିଳୁ, ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବାର ଶକ୍ତି ମିଳୁ କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳବାସୀ କାମନା କରିଛନ୍ତି।

Dharitri – Odisha’s No.1 Odia Daily