ଦେବଗଡ,୨୦।୪(ଶଶାଙ୍କ ଶେଖର ଝାଙ୍କର): କୃଷକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁରେ ୨ ଲକ୍ଷ ଟଙ୍କା ପ୍ରଦାନ କଲେ ବରିଷ୍ଠ ଆଇନଜୀବୀ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲାର ସମାଜ ସେବୀ ଆଇନଜୀବୀ ପ୍ରଭାସ ଚନ୍ଦ୍ର ମିଶ୍ର ନିଜସ୍ବ ଅର୍ଥରୁ ସୋମବାର ରିଆମାଳ ବ୍ଲକ ଅନ୍ତର୍ଗତ ନୂଆ ସୋସାଇଟି ଭେଜିକୁଦର ଗ୍ରାମର ଦୁର୍ଘଟଣାଜନିତ ମୃତ ଚାଷୀ ସ୍ବର୍ଗତ ଜୟକୃଷ୍ଣ ଅଦାବରଙ୍କ ବିଧବା ସ୍ତ୍ରୀ ହେମଲତା ଅଦାବରଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।