ଭାଜପା ଛାଡିଲେ ବରିଷ୍ଠ କୁଡୁମୀ ନେତା ଛଟେଲାଲ ମହାନ୍ତ

ଭୁବନେଶ୍ୱର,୫।୪; ଭାଜପା ଛାଡିଲେ ବରିଷ୍ଠ ନେତା ଛଟେଲାଲ ମହାନ୍ତି। ସେ ଆଜି ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ସେ ଭାଜପା ରାଜ୍ୟ ସଭାପତିଙ୍କ ପାଖକୁ ପଠାଇ ଦେଇଛନ୍ତି। ଛଟେଲାଲ ମହାନ୍ତ ହେଉଛନ୍ତି ମୟୂରଭଞ୍ଜ ଜିଲାର ଜଣେ ଜଣାଶୁଣା କୁଡୁମୀ ନେତା।

ସୂଚନାଥାଉ କି, ଚଳିତ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲାରେ ଭାଜପା ଘୋଷଣା କରିଥିବା ପ୍ରାର୍ଥୀକୁ ନେଇ ଛଟେଲାଲ ଅସନ୍ତୋଷ ପ୍ରକଟ କରିଥିଲେ। ସେ କହିଛନ୍ତି, ଭାଜପା ଯେଉଁ ସବୁ ପ୍ରାର୍ଥୀ ଚୟନ କରିଛି, ସେମାନେ ସମସ୍ତେ ଲୋକଙ୍କଠାରୁ ବହୁ ଦୂରରେ। ଦଳ ଭିତରେ ଏ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଆରମ୍ଭ ହୋଇଛି।