‘ନବୀନ ଏବେ ବି ଗୃହବନ୍ଦୀ’

ଭୁବନେଶ୍ୱର,୬।୪: କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଆଗତ ହୋଇଥିବା ଓ୍ବକଫ୍‌ ବିଲ୍‌କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ବିଲ୍‌କୁ ବିଜେଡି ସମର୍ଥନ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା। ହେଲେ ଦଳର ଏମ୍‌ପି ସସ୍ମିତ ପାତ୍ର ଏକମାତ୍ର ବିଜେଡି ନେତା ଭାବେ ଏହାକୁ ସମର୍ଥନ ଦେଇଥିଲେ। ଫଳରେ ଅନ୍ୟ ନେତାମାନେ ତାଙ୍କ ବିପକ୍ଷରେ ବାହାରିଥିବା ବେଳେ ବିରୋଧୀମାନେ ବିଜେଡି କନ୍ଦଳକୁ ନେଇ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଛନ୍ତି।

ଏହି କ୍ରମରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବିସ୍ଫୋରକ ବୟାନ ଦେଇ କହିଛନ୍ତି, ମୁଖ୍ୟ ପରାମର୍ଶଦାତା ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି। ପୂର୍ବରୁ ବି ରଖିଥିଲେ, ଏବେ ବି ସେ ଗୃହବନ୍ଦୀ ଅଛନ୍ତି। ନବୀନଙ୍କୁ ଦିଲ୍ଲୀ ନେଇ ବ୍ଲାକ୍‌ ଡିଲ୍‌ କରିଛନ୍ତି। ମିଳିତ ମନ୍ତ୍ରିମଣ୍ଡଳ କରିବାକୁ ଯୋଜନା କରିଥିବା ନରସିଂହ କହିଛନ୍ତି।

କହିରଖୁଛୁ, ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। କୁହାଯାଉଛି ଯେ, ଦଳର ସଭାପତି ନବୀନ ପଟ୍ଟନାୟକ ସବୁ ଏମପିଙ୍କୁ ବିଲ ବିରୋଧରେ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶେଷ ମୂହୁର୍ତ୍ତରେ ପରିସ୍ଥିତି ଅଲଗା ଦେଖିବାକୁ ମିଳିଥିଲା।

ଫଳରେ, ରାଜ୍ୟ ସଭାରେ ବିଜେଡି ଏମପି ସସ୍ମିତ ପାତ୍ର ବିଲ୍କୁ ସମର୍ଥନରେ ଭୋଟ ଦେଇଥିବା ବେଳେ ମୁଜିବୁଲ୍ଲା ଖାନ ଏହାର ବିରୋଧ କରିଥିଲେ। ସେହିପରି ଦେବାଶିଷ ସାମନ୍ତରାୟ ଭୋଟ ନେଇ ନାହାନ୍ତି। ଅନ୍ୟ ୪ ଏମପିଙ୍କ ଭୋଟ ସ୍ଥିତି ଏପର୍ଯ୍ୟନ୍ତ ଅଜଣା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

AIକୁ ନେଇ ନନ୍ଦନ ନିଲେକାନିଙ୍କ ବଡ଼ ପୂର୍ବାନୁମାନ: କହିଲେ ବଡ଼ କମ୍ପାନୀଗୁଡ଼ିକରେ AI (କୃତ୍ରିମ ବୁଦ୍ଧିମତ୍ତା) ଯୋଗୁ ଚାକିରି ଚାଲିଯିବ, ଛୋଟ କମ୍ପାନୀଗୁଡ଼ିକ…

ନୂଆଦିଲ୍ଲୀ,୧୦।୯: AI (କୃତ୍ରିମ ବୁଦ୍ଧିମତ୍ତା) ଯୋଗୁ ଚାକିରି ହରାଇବାର ଆଶଙ୍କା ମଧ୍ୟରେ, ବିଶିଷ୍ଟ ବୈଷୟିକ ବୈଜ୍ଞାନିକ ତଥା ଇନଫୋସିସର ଅଧ୍ୟକ୍ଷ ନନ୍ଦନ ନିଲେକାନି ଏକ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ…

ପାକିସ୍ତାନକୁ ହରାଇଲା ସେମିରେ ପହଞ୍ଚିଲା ଭାରତ

ମାକ୍ୱି,୧୦ା୯: ପାକିସ୍ତାନକୁ ୧୯-୦ ଗୋଲ୍‌ରେ ପରାସ୍ତ କରି ଭାରତ ଜୁନିୟର ମହିଳା ଏସିଆ କପ୍‌ ହକି ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିତ କ୍ୱାର୍ଟରଫାଇନାଲରେ ଭାରତ…

ବାଲ୍ୟ ବିବାହ ରୋକିବା ନେଇ ଗୁରୁତ୍ୱାରୋପ, ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରଖି…

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ର ସଠିକ କାର୍ଯ୍ୟକାରିତା ସହ ବାଲ୍ୟ ବିବାହ ରୋକିବା ଦିଗରେ ନିଯୁକ୍ତ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ…

ଗାଧୋଇବାକୁ ଯାଇଥିଲେ, ମିଳିଲା ମୃତଦେହ

ନୂଆପଡ଼ା,୧୦ା୯(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଧୀନ ମିଛାପାଲି ପଞ୍ଚାୟତ ଗରେଲ ବାହାଲିପଡ଼ାରେ ଏକ ଅଘଟଣ ଘଟିଛି। ଚହଲା ପାଣିରେ ବୁଡ଼ି ଜଣେ ବ୍ୟକ୍ତି ପ୍ରାଣ…

ସୁଧୁରୁନି ରାସ୍ତାର ଅବସ୍ଥା, ଏନ୍‌ଏସିକୁ ଦାବିପତ୍ର ପ୍ରଦାନ କରି…

ପଦ୍ମପୁର,୧୦ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ଏନ୍‌ଏସି ଅନ୍ତର୍ଗତ ଥାନା ସମ୍ମୁଖରୁ ଡା. ବି.ଆର୍‌. ଆମ୍ବେଦକର ଛକ ପର୍ଯ୍ୟନ୍ତ ରାସ୍ତାର ଦୁରବସ୍ଥା ଦୂର କରି ତୁରନ୍ତ ରାସ୍ତା ନିର୍ମାଣ ଓ…

କେବିକେ ବିକାଶ ଯୋଜନାରୁ ବଞ୍ଚିତ ହେବେ ୪ ପଞ୍ଚାୟତ, ଆନୁଆଲ ଆକ୍ସନ ପ୍ଲାନ୍‌କୁ ନେଇ ଅସନ୍ତୋଷ

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କେବିକେ ବିକାଶ ଯୋଜନାର ଆନୁଆଲ ଆକ୍ସନ ପ୍ଲାନ୍‌କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକର ୧୨ଟି ପଞ୍ଚାୟତ…

ଲାଲୁଙ୍କ ପରିବାରକୁ ବଡ଼ ଝଟକା; IRCTC ମନି ଲଣ୍ଡରିଂ ମାମଲାରେ କୋର୍ଟ କହିଲେ..

ପାଟନା,୧୦।୯: IRCTC ଅର୍ଥ ହେରଫେର (ମନି ଲଣ୍ଡରିଂ) ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଏକ ବଡ଼ ଝଟକା ଲାଗିଛି। ଗୁରୁବାର (୧୦…

ଭାରତ ଗସ୍ତ କରିବେ ନାହିଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ; ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୯: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଅଂଶଗ୍ରହଣ ନ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri