Budget 2025: ଏଥର ବଜେଟରେ କ’ଣ ମିଳିବ? ଆଶାରେ ଦେଶବାସୀ, ହୋଇପାରେ ୩ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧: ମୋଦି ସରକାର ୨୦୨୫ ବଜେଟରେ ମେଟ୍ରୋ ନେଟୱାର୍କର ସମ୍ପ୍ରସାରଣ ସମ୍ପର୍କରେ ଏକ ବଡ଼ ଘୋଷଣା କରିପାରନ୍ତି। ସାରା ଦେଶରେ ଆନ୍ତଃନଗର ଦ୍ରୁତ ରେଳ ସଂଯୋଗକୁ ସୁଦୃଢ଼ କରିବା ପାଇଁ ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ମିଶନ ମୋଡରେ ମେଟ୍ରୋ ରେଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି।

ବର୍ତ୍ତମାନ, ଭାରତର ୨୩ଟି ସହରରେ ୧୦୦୦ କିଲୋମିଟର ମେଟ୍ରୋ ଏବଂ ଦ୍ରୁତ ରେଳ ନେଟୱାର୍କ କାର୍ଯ୍ୟକ୍ଷମ ଥିବା ବେଳେ ୯୮୫ କିଲୋମିଟର ନୂତନ ନେଟୱାର୍କ ନିର୍ମାଣାଧୀନ ଅଛି। ଦେଶର ଦ୍ରୁତ ଗତିରେ ବଢ଼ୁଥିବା ସହରଗୁଡ଼ିକରେ ଟ୍ରାଫିକ ସମସ୍ୟାକୁ ହ୍ରାସ କରିବା ପାଇଁ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ଏହାକୁ ଦ୍ୱିଗୁଣିତ କରିବାକୁ ଯୋଜନା କରିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର (ଫେବୃଆରୀ ୧) ସଂସଦରେ କେନ୍ଦ୍ରୀୟ ବଜେଟ ୨୦୨୫ ଉପସ୍ଥାପନ କରିବେ। ବଜେଟ ଉପସ୍ଥାପନ କରିବା ପୂର୍ବରୁ, ଶୁକ୍ରବାର ଅର୍ଥନୈତିକ ସର୍ଭେ ପ୍ରକାଶିତ ହେବ। ଯେଉଁଥିରେ ଦେଶର ଅର୍ଥନୀତିର ସ୍ଥିତି, ଅଭିବୃଦ୍ଧି ହାର ଏବଂ ପ୍ରମୁଖ ଆର୍ଥିକ ଚ୍ୟାଲେଞ୍ଜର ବିଶ୍ଳେଷଣ ଉପସ୍ଥାପନ କରାଯିବ। ଏଥର ବଜେଟରେ, ବରିଷ୍ଠ ନାଗରିକଙ୍କ ପାଇଁ ରେଳ ଟିକେଟରେ ରିହାତି ପୁନଃସ୍ଥାପିତ ହେବ ଏବଂ ପୁଞ୍ଜି ଲାଭ ଟିକସ ନିୟମରେ ପରିବର୍ତ୍ତନ କରାଯିବ ବୋଲି ଆଶା କରାଯାଉଛି।

୨୦୧୯ ପର୍ଯ୍ୟନ୍ତ, ଭାରତୀୟ ରେଳବାଇ ମେଲ, ଏକ୍ସପ୍ରେସ, ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତୋ ଭଳି ଟ୍ରେନର ଟିକେଟ ବୁକିଂରେ ବରିଷ୍ଠ ନାଗରିକମାନଙ୍କୁ ରିହାତି ମିଳୁଥିଲା। ୬୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ପୁରୁଷମାନେ ୪୦% , ୫୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ମହିଳାମାନେ ୫୦% ରିହାତି ପାଇବାକୁ ହକଦାର ଥିଲେ। ତଥାପି, କୋଭିଡ-୧୯ ମହାମାରୀ ସମୟରେ ସରକାର ୨୦୨୦ରେ ଏହି ଛାଡ଼କୁ ବନ୍ଦ କରିଦେଇଥିଲେ। ମହାମାରୀ ଶେଷ ହେବା ପରେ ମଧ୍ୟ ଏହି ସୁବିଧା ପୁନଃଆରମ୍ଭ ହୋଇ ନ ଥିଲା।

ବରିଷ୍ଠ ନାଗରିକମାନେ ଦୀର୍ଘ ଦିନ ଧରି ଏହି ଛାଡ଼ ପୁନଃସ୍ଥାପନ ପାଇଁ ଦାବି କରିଆସୁଛନ୍ତି। ଆଶା କରାଯାଉଛି ଯେ ସରକାର ଚଳିତ ବର୍ଷର ବଜେଟରେ ଏହି ସୁବିଧାକୁ ପୁନଃଆରମ୍ଭ କରିପାରନ୍ତି।

ଗତ ବଜେଟରେ ପୁଞ୍ଜି ଲାଭ ଟିକସ ନିୟମରେ ପରିବର୍ତ୍ତନ କରାଯାଇଥିଲା, ଯାହାକୁ ଲୋକମାନେ ପସନ୍ଦ କରିନଥିଲେ। ତେଣୁ ଏହି ବଜେଟରେ ପୁଣି ଥରେ ପୁଞ୍ଜି ଲାଭ ଟିକସ ନିୟମରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri